ଏନ୍‌ଏବିଏଲ୍‌ ସହ ସହବନ୍ଧିତ ହେବ ସରକାରୀ ମେଡିକାଲ

କଟକ ଅଫିସ,୨୫ା୧: ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ତତ୍ପରତା ଜୋର ଧରିଛି। ବୁଧବାର ଭୋରରୁ ୫-ଟି ସଚିବ, ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ କରି ସମୀକ୍ଷା କରିବା ପରେ ଶୁକ୍ରବାର ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଏସ୍‌ସିବି ମେଡିକାଲ ଆସିଥିଲେ। ମେଡିକାଲ କଲେଜ ପ୍ରିନ୍ସିପାଲଙ୍କ ସମ୍ମିଳନୀ କକ୍ଷରେ ସଚିବ ଧଳ ମେଡିକାଲର ସମସ୍ତ ବିଭାଗୀୟ ମୁଖ୍ୟ ପ୍ରଫେସରଙ୍କ ସହିତ ୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଆଲୋଚନା କରିଥିଲେ। ବୈଠକରେ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ଡିଏମ୍‌ଇଟି ପ୍ରଫେସର ସିବିକେ ମହାନ୍ତି, ପ୍ରିନ୍ସିପାଲ ପ୍ରଫେସର ଜୟଶ୍ରୀ ମହାନ୍ତି, ଅଧୀକ୍ଷକ ପ୍ରଫେସର ସରୋଜ ସାହୁ ଓ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ନିର୍ଯାସ ଅନୁଯାୟୀ, ଏସ୍‌ସିବି ସମେତ ରାଜ୍ୟର ଅନ୍ୟ ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକୁ ଏନ୍‌ଏବିଏଲ୍‌ (ନ୍ୟାଶନାଲ ଆକ୍ରିଡେଶନ ବୋର୍ଡ ଫର ଲାବରେଟୋରିଜ୍‌) ସହିତ ସହବନ୍ଧିତ କରାଯିବ। ମେଡିକାଲ କଲେଜଗୁଡ଼ିକରେ ହେଉଥିବା ବିଭିନ୍ନ ପରୀକ୍ଷା ନିରୀକ୍ଷାର ଗୁଣାତ୍ମକ ମାନ ଠିକ୍‌ ରହୁଛି କି ନାହିଁ ତା’ର ନିର୍ଦ୍ଧାରଣ ଉକ୍ତ ସଂସ୍ଥା କରିବ। ଏହାବାଦ କେତେଗୁଡ଼ିଏ ପରୀକ୍ଷା ନିମନ୍ତେ ଆବଶ୍ୟକ କରୁଥିବା ଯନ୍ତ୍ରପାତିର ଦାମ୍‌ ବହୁତ ଅଧିକ ରହୁଛି। ମାତ୍ର ଉକ୍ତ ପରୀକ୍ଷାର ଆବଶ୍ୟକତା ଯଥେଷ୍ଟ କମ୍‌ ରହୁଛି। ତେଣୁ ଏ କ୍ଷେତ୍ରରେ ସରକାର ଅଯଥା ଖର୍ଚ୍ଚାନ୍ତ ନ ହୋଇ ମେଡିକାଲଗୁଡ଼ିକରୁ ରୋଗୀଙ୍କଠାରୁ ସାମ୍ପୁଲ ସଂଗ୍ରହ କରି ଉକ୍ତ ସଂସ୍ଥା ଜରିଆରେ ପରୀକ୍ଷା କରାଇବେ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ଏସ୍‌ସିବି ମେଡିକାଲର ବିଭାଗୀୟ ମୁଖ୍ୟମାନଙ୍କୁ ଆର୍ଥିକ କ୍ଷମତା ଦେବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହାବାଦ ଗୋଟିଏ ଛାତ ତଳେ କିଭଳି ସମସ୍ତ ରୋଗର ଚିକିତ୍ସା ସମ୍ଭବ ହୋଇପାରିବ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ମେଡିକାଲର ମାନବ ସମ୍ବଳ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ଅନୁଯାୟୀ ବର୍ତ୍ତମାନର ରୋଗୀ ଭାର ଅନୁପାତରେ ନର୍ସିଂ ଷ୍ଟାଫଙ୍କ ଆବଶ୍ୟକତା ୨୩୫୩ ଥିବାବେଳେ ୮୯୪ ଜଣ ଥିବା ଜଣାପଡ଼ିଛି। ସେହିପରି ଗ୍ରୁପ ଡି’ କର୍ମଚାରୀଙ୍କ ଆବଶ୍ୟକତା ୩୯୨୧ ଥିବାବେଳେ ବର୍ତ୍ତମାନ ସ୍ଥିତିରେ ୯୬୬ ଥିବା ଜଣାପଡ଼ିଛି। ଏହାବାଦ ଅନେକ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ପଦବୀ ଫାଙ୍କା ପଡ଼ିଥିବାବେଳେ ସେଗୁଡିକ ପୂରଣ ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଏହି ଅବସରରେ ଶୁକ୍ରବାରଠାରୁ ମେଡିକାଲର କାଜୁଆଲ୍‌ଟି ସାମ୍ନା (ଆଞ୍ଚଳିକ ନିଦାନ କେନ୍ଦ୍ର ପରିସରରେ) ଏକ ବିଏସ୍‌କେୱାଇ କାଉଣ୍ଟର ଖୋଲିଛି। ଆଗାମୀ ଦିନରେ ମେଡିକାଲର ବିଭିନ୍ନ ସ୍ଥାନରେ ୨୦ରୁ ଊର୍ଦ୍ଧ୍ୱ କାଉଣ୍ଟର ଖୋଲିବ ବୋଲି ବ୍ୟବସ୍ଥା କରାଯାଇଛି। ରୋଗୀମାନେ ଏଣିକି ସରକାରୀ ସହବନ୍ଧିତ ଔଷଧ ଦୋକାନକୁ ନ ଯାଇ ୨୪ଘଣ୍ଟିଆ କାର୍ଯ୍ୟକ୍ଷମ ହେବାକୁ ଥିବା ଏହି କାଉଣ୍ଟରରୁ ସମସ୍ତ ପ୍ରକାର ଔଷଧ ଓ ଉପକରଣ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri