ଏନ୍‌ଏବିଏଲ୍‌ ସହ ସହବନ୍ଧିତ ହେବ ସରକାରୀ ମେଡିକାଲ

କଟକ ଅଫିସ,୨୫ା୧: ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ତତ୍ପରତା ଜୋର ଧରିଛି। ବୁଧବାର ଭୋରରୁ ୫-ଟି ସଚିବ, ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ କରି ସମୀକ୍ଷା କରିବା ପରେ ଶୁକ୍ରବାର ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଏସ୍‌ସିବି ମେଡିକାଲ ଆସିଥିଲେ। ମେଡିକାଲ କଲେଜ ପ୍ରିନ୍ସିପାଲଙ୍କ ସମ୍ମିଳନୀ କକ୍ଷରେ ସଚିବ ଧଳ ମେଡିକାଲର ସମସ୍ତ ବିଭାଗୀୟ ମୁଖ୍ୟ ପ୍ରଫେସରଙ୍କ ସହିତ ୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଆଲୋଚନା କରିଥିଲେ। ବୈଠକରେ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ଡିଏମ୍‌ଇଟି ପ୍ରଫେସର ସିବିକେ ମହାନ୍ତି, ପ୍ରିନ୍ସିପାଲ ପ୍ରଫେସର ଜୟଶ୍ରୀ ମହାନ୍ତି, ଅଧୀକ୍ଷକ ପ୍ରଫେସର ସରୋଜ ସାହୁ ଓ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ନିର୍ଯାସ ଅନୁଯାୟୀ, ଏସ୍‌ସିବି ସମେତ ରାଜ୍ୟର ଅନ୍ୟ ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକୁ ଏନ୍‌ଏବିଏଲ୍‌ (ନ୍ୟାଶନାଲ ଆକ୍ରିଡେଶନ ବୋର୍ଡ ଫର ଲାବରେଟୋରିଜ୍‌) ସହିତ ସହବନ୍ଧିତ କରାଯିବ। ମେଡିକାଲ କଲେଜଗୁଡ଼ିକରେ ହେଉଥିବା ବିଭିନ୍ନ ପରୀକ୍ଷା ନିରୀକ୍ଷାର ଗୁଣାତ୍ମକ ମାନ ଠିକ୍‌ ରହୁଛି କି ନାହିଁ ତା’ର ନିର୍ଦ୍ଧାରଣ ଉକ୍ତ ସଂସ୍ଥା କରିବ। ଏହାବାଦ କେତେଗୁଡ଼ିଏ ପରୀକ୍ଷା ନିମନ୍ତେ ଆବଶ୍ୟକ କରୁଥିବା ଯନ୍ତ୍ରପାତିର ଦାମ୍‌ ବହୁତ ଅଧିକ ରହୁଛି। ମାତ୍ର ଉକ୍ତ ପରୀକ୍ଷାର ଆବଶ୍ୟକତା ଯଥେଷ୍ଟ କମ୍‌ ରହୁଛି। ତେଣୁ ଏ କ୍ଷେତ୍ରରେ ସରକାର ଅଯଥା ଖର୍ଚ୍ଚାନ୍ତ ନ ହୋଇ ମେଡିକାଲଗୁଡ଼ିକରୁ ରୋଗୀଙ୍କଠାରୁ ସାମ୍ପୁଲ ସଂଗ୍ରହ କରି ଉକ୍ତ ସଂସ୍ଥା ଜରିଆରେ ପରୀକ୍ଷା କରାଇବେ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ଏସ୍‌ସିବି ମେଡିକାଲର ବିଭାଗୀୟ ମୁଖ୍ୟମାନଙ୍କୁ ଆର୍ଥିକ କ୍ଷମତା ଦେବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହାବାଦ ଗୋଟିଏ ଛାତ ତଳେ କିଭଳି ସମସ୍ତ ରୋଗର ଚିକିତ୍ସା ସମ୍ଭବ ହୋଇପାରିବ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ମେଡିକାଲର ମାନବ ସମ୍ବଳ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ଅନୁଯାୟୀ ବର୍ତ୍ତମାନର ରୋଗୀ ଭାର ଅନୁପାତରେ ନର୍ସିଂ ଷ୍ଟାଫଙ୍କ ଆବଶ୍ୟକତା ୨୩୫୩ ଥିବାବେଳେ ୮୯୪ ଜଣ ଥିବା ଜଣାପଡ଼ିଛି। ସେହିପରି ଗ୍ରୁପ ଡି’ କର୍ମଚାରୀଙ୍କ ଆବଶ୍ୟକତା ୩୯୨୧ ଥିବାବେଳେ ବର୍ତ୍ତମାନ ସ୍ଥିତିରେ ୯୬୬ ଥିବା ଜଣାପଡ଼ିଛି। ଏହାବାଦ ଅନେକ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ପଦବୀ ଫାଙ୍କା ପଡ଼ିଥିବାବେଳେ ସେଗୁଡିକ ପୂରଣ ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଏହି ଅବସରରେ ଶୁକ୍ରବାରଠାରୁ ମେଡିକାଲର କାଜୁଆଲ୍‌ଟି ସାମ୍ନା (ଆଞ୍ଚଳିକ ନିଦାନ କେନ୍ଦ୍ର ପରିସରରେ) ଏକ ବିଏସ୍‌କେୱାଇ କାଉଣ୍ଟର ଖୋଲିଛି। ଆଗାମୀ ଦିନରେ ମେଡିକାଲର ବିଭିନ୍ନ ସ୍ଥାନରେ ୨୦ରୁ ଊର୍ଦ୍ଧ୍ୱ କାଉଣ୍ଟର ଖୋଲିବ ବୋଲି ବ୍ୟବସ୍ଥା କରାଯାଇଛି। ରୋଗୀମାନେ ଏଣିକି ସରକାରୀ ସହବନ୍ଧିତ ଔଷଧ ଦୋକାନକୁ ନ ଯାଇ ୨୪ଘଣ୍ଟିଆ କାର୍ଯ୍ୟକ୍ଷମ ହେବାକୁ ଥିବା ଏହି କାଉଣ୍ଟରରୁ ସମସ୍ତ ପ୍ରକାର ଔଷଧ ଓ ଉପକରଣ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri