ଯୋଡ଼ା, ୧୧।୬ (ଡି.ଏନ.ଏ.)-କେନ୍ଦୁଝର ଜିଲାର ଜୀବନ ରେଖା କୁହାଯାଉଥିବା ୫୨୦ନଂ ଜାତୀୟ ରାଜପଥର ମରାମତି ପାଇଁ ଯୋଡା ବ୍ଲକ ଅନ୍ତର୍ଗତ ୫ଟି ପଞ୍ଚାୟତର ସରପଞ୍ଚ କେନ୍ଦୁଝର ଜିଲାପାଳଙ୍କୁ ଲିଖିତ ଦାବିପତ୍ର ଦେଇଥିବା ଜଣାପଡିଛି। ଏଥିରେ ଦର୍ଶାଯାଇଛି ଯେ, ଏହି ଜାତୀୟ ରାଜପଥ ଦେଇ ଦୈନିକ ହଜାର ହଜାର ଟ୍ରକ, ଡମ୍ପର, ବଡ ବଡ ଭାରିଯାନ ଖଣିଜ ପରିବହନ କରୁଛନ୍ତି। ଦୀର୍ଘ ବର୍ଷେ ହେଲା ଏହି ଜାତୀୟ ରାଜପଥର ମରାମତି ଅଭାବରୁ ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇ ଜାତୀୟ ରାଜପଥଟି ମରଣଯନ୍ତା ପାଲଟିଛି। ଧୂଳିଧୂଆଁ ଉଡି ଅଞ୍ଚଳକୁ ପ୍ରଦୂଷିତ କରୁଛି। ଏହା ସହିତ ବିଭିନ୍ନ ସ୍ଥାନରେ ବଡ ବଡ ଗାତ, ଖାଲ ଯୋଗୁ ବଡ ବଡ ଭାରିଯାନ ଫଶି ରହି ଟ୍ରାଫିକ ସମସ୍ୟା ଉପୁଜୁଛି। ରାସ୍ତାର ଦୁରାବସ୍ଥା ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟି ଜୀବନ ହାନି ହେଉଛି। ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଏକ ଠିକାସଂସ୍ଥାକୁ ଦିଆଯାଇଥିଲେ ହେଁ, ରାସ୍ତା ନିର୍ମାଣରେ ବିଳମ୍ବ ହେବା ହେତୁ ରାସ୍ତାର ଅବସ୍ଥା ଜରାଜୀର୍ଣ୍ଣ ହୋଇପଡିଛି। ଫଳରେ ଏହି ରାସ୍ତା ଦେଇ ସାଧାରଣ ବାଇକ୍ ଚାଳକଟିଏ ଯାତାୟାତ କରିବା ମଧ୍ୟ କଷ୍ଟକର ହୋଇପଡିଛି। ଏହା ଫଳରେ ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଏଣୁ ଜିଲାପାଳ ଏହି ରାସ୍ତାର ମରାମତି ଦିଗରେ ଦୃଷ୍ଟି ଦେବେ ବୋଲି ଦେଓଝର ସରପଞ୍ଚ ମଙ୍ଗଲ ମୁଣ୍ଡା, ସମିତି ସଭ୍ୟ ଯୁଧିଷ୍ଠିର, ଚମକପୁର ସରପଞ୍ଚ ନରହରି ନାଏକ , ବିରିକଳା ସରପଞ୍ଚ ରମେଶ ଚନ୍ଦ୍ର ନାଏକ ପ୍ରମୁଖ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି।
Posted inHome, ଆମ ଜିଲା ଖବର, କେନ୍ଦୁଝର View All
ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା
ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...
ଗଞ୍ଜେଇ ଜବତ, ଜଣେ ଗିରଫ
ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...
ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ
ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...
ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ
ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...
ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ
ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍ ପକ୍ଷରୁ ଏକ...
୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ
ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...
ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…
ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...
ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…
ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...
Archives


