ଏନ୍‌ଆର୍‌ସି ଭୟ: ବାଂଲାଦେଶ ସୀମାରେ ୩ ସପ୍ତାହରେ ୩ ଶହରୁ ଅଧିକ ଅବୈଧ ପ୍ରବାସୀ ଅଟକ

ଢ଼ାକା,୨୪।୧୧: ଭାରତ ସରକାରଙ୍କ ପକ୍ଷରୁ ସାରା ଦେଶରେ ଏନ୍‌ଆର୍‌ସି ଲାଗୁ କରାଯିବା ନେଇ ଘୋଷଣା ହେବା ପରେ ଭାରତରେ ଅବୈଧ ଭାବେ ରହିଥିବା ୩ ଶହରୁ ଅଧିକ ପ୍ରବାସୀ ବାଂଲାଦେଶ ମୁହାଁ ହୋଇଛନ୍ତି। ଭୟରେ ସେମାନେ ଭାରତ ଛାଡୁଛନ୍ତି। ସେମାନଙ୍କୁ ବାଂଲାଦେଶ ସୀମାରେ ବିଏସ୍‌ଏଫ୍‌ ପକ୍ଷରୁ ଅଟକ ରଖାଯାଇଛି। ସେମାନଙ୍କ ପାଖରେ ବାଂଲାଦେଶ ନାଗରିକ ହୋଇଥିବାର କୌଣସି ପ୍ରମାଣ ପତ୍ର ନ ଥିବା କୁହାଯାଉଛି। ନଭେମ୍ବର ୧ରୁ ୧୦ ମଧ୍ୟରେ ବାଂଲାଦେଶ ବିଏସ୍‌ଏଫ୍‌ ପକ୍ଷରୁ ୨୦୪ ଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରେ ୭୮ ଜଣ ମହିଳା, ୬୯ ପୁରୁଷ ଏବଂ ୬୭ ଛୋଟ ପିଲା ରହିଛନ୍ତି।

Share