ଏଥର ଶିଲାଙ୍କ ବିନା ଭୋଟ ଦେଲେ ସୋନିଆ

ନୂଆଦିଲ୍ଲୀ,୮।୨: ଦିଲ୍ଲୀରେ ୭୦ ବିଧାସଭା ଆସନ ପାଇଁ ଶନିବାର ସକାଳ ୮ଟାରୁ ମତଦାନ ଜାରି ରହିଛି। ସକାଳ ୧୧ଟା ପର୍ଯ୍ୟନ୍ତ ୭ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ଇତିମଧ୍ୟରେ କଂଗ୍ରେସ ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ନିଜର ମତଦାନ କରିଛନ୍ତି। ବହୁ ବର୍ଷ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଶିଲା ଦୀକ୍ଷିତଙ୍କ ବିନା ସୋନିଆ ଗାନ୍ଧୀ ମତଦାନ କରିଛନ୍ତି। ଗତ ବର୍ଷ ଶିଲା ଦୀକ୍ଷିତଙ୍କ ଦେହାନ୍ତ ହୋଇଥିଲା। ସୂଚନା ମୁତାବକ ଲୋକ ସଭା ନିର୍ବାଚନ ସମୟରେ ଦୁଇଜଣ ଏକାସାଙ୍ଗରେ ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ ଚଳିତ ଥର ସୋନିଆ ନିଜ ଝିଅ ପ୍ରିୟଙ୍କାଙ୍କ ସହ ଭୋଟ ଦେବା ପାଇଁ ପହଞ୍ଚିଥିଲେ।

Share