Posted inଫୁରସତ

ଏଥର ପର୍ଯ୍ୟଟନରେ ବାରାଣସୀ ଦୁର୍ଗା ମନ୍ଦିର: ଜାଣନ୍ତୁ କେବେ, କେମିତି ଯିବେ

ଉତ୍ତରପ୍ରଦେଶର ବାରାଣସୀଠାରେ ମା’ ଦୁର୍ଗାଙ୍କୁ ସମର୍ପିତ ଏକ ମନ୍ଦିର ରହିଛି, ଯାହାକୁ କେହି କେହି ଦୁର୍ଗା ମନ୍ଦିର ତ ଆଉ କେହି ଦୁର୍ଗା କୁଣ୍ଡ ମନ୍ଦିର ବୋଲି କହିଥାନ୍ତି। ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ରାଣୀ ଭବାନୀ ନାମ୍ନୀ ଜଣେ ବଙ୍ଗୀୟ ମହାରାଣୀଙ୍କ ଦ୍ୱାରା ଅଷ୍ଟାଦଶ ଖ୍ରୀଷ୍ଟାବ୍ଦ ସମୟରେ ଏହି ମନ୍ଦିରଟି ନିର୍ମିତ ହୋଇଥିଲା।
ମା’ଙ୍କ ଆବିର୍ଭାବକୁ ନେଇ ଲୋକକଥା

ମା’ଙ୍କ ଆବିର୍ଭାବକୁ ନେଇ ଅନେକ ଲୋକକଥା ଶୁଣିବାକୁ ମିଳିଥାଏ। ତନ୍ମଧ୍ୟରୁ ଗୋଟିଏ ହେଉଛି : ଆଜକୁ ବହୁ ବର୍ଷ ପୂର୍ବେ ବାରାଣସୀର ଜନୈକ ରାଜା ନିଜ ପୁତ୍ରୀଙ୍କର ବିଭାଘର ପାଇଁ ସ୍ବୟଂମ୍ବର ସଭାର ଆୟୋଜନ କରିଥିଲେ। କିନ୍ତୁ ଯେତେବେଳେ ରାଜା ଜାଣିଲେ ତାଙ୍କ ପୁତ୍ରୀ କାହାକୁ ଭଲ ପାଉଛନ୍ତି ବୋଲି, ସେତେବେଳେ ସିଏ ଗୁପ୍ତରେ ତାଙ୍କ ପୁତ୍ରୀଙ୍କର ସେହି ଯୁବକଙ୍କ ସହ ବିବାହ କରାଇଦେଲେ। ହେଲେ ଏକଥା ସ୍ବୟଂମ୍ବରକୁ ଆମନ୍ତ୍ରିତ ହୋଇ ଆସିଥିବା ରାଜାମାନେ ଜାଣିଲା ପରେ କ୍ରୋଧ କଲେ। ଆଉ ବାରାଣସୀ ରାଜାଙ୍କ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲେ। ଏଭଳି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ବାରାଣସୀ ରାଜାଙ୍କ ଜ୍ୱାଇଁ ମା’ ଦୁର୍ଗାଙ୍କୁ ସ୍ମରଣ କରିବାରୁ ମା’ ଉଭା ହୋଇ ଯୁଦ୍ଧରେ ବାରାଣସୀ ରାଜାଙ୍କୁ ଜିତାଇଥିଲେ। ସେହିଦିନଠାରୁ ବାରାଣସୀ ରାଜା ମା’ ଦୁର୍ଗାଙ୍କର ପୂଜାର୍ଚ୍ଚନା କରିଆସୁଥିଲେ। ପରବର୍ତ୍ତୀ ସମୟରେ ସେଠାରେ ମା’ ଦୁର୍ଗାଙ୍କର ଏକ ବଡ଼ ମନ୍ଦିର ନିର୍ମାଣ କରାଯାଇଥିଲା, ଯାହାକୁ ରାଣୀ ଭବାନୀ ନାମ୍ନୀ ଜଣେ ବଙ୍ଗୀୟ ମହାରାଣୀ ତିଆରି କରିଥିଲେ ବୋଲି ସୂଚନା ରହିଛି।

ମନ୍ଦିରର କାରୁକାର୍ଯ୍ୟ
କୁହାଯାଏ, ଉତ୍ତର ଭାରତୀୟ ନାଗର ଶୈଳୀରେ ନିର୍ମିତ ହୋଇଥିବା ଏହି ମନ୍ଦିରରେ ମା’ ଦୁର୍ଗା ‘ଯନ୍ତ୍ର’ ରୂପରେ ବିରାଜିତା। ସେହିପରି ମନ୍ଦିର ମଧ୍ୟରେ ମା’ଙ୍କର ଏକ ପ୍ରତିମା ମଧ୍ୟ ରହିଛି, ଯାହାର ରଙ୍ଗ ଈଷତ୍‌ ଲାଲ୍‌। ଖାସ୍‌ ସେଥିପାଇଁ ମନ୍ଦିରର ବାହାର ପାର୍ଶ୍ୱରେ ବି ଲାଲ୍‌ ଗେରୁ ରଙ୍ଗ ଦିଆଯାଇଛି। ମା’ ଦୁର୍ଗାଙ୍କ ବ୍ୟତୀତ ଏଠାରେ ବାବା ଭୈରବନାଥ, ମାତା ଲକ୍ଷ୍ମୀ, ମାତା ସରସ୍ବତୀ, ମାତା କାଳୀଙ୍କର ଛୋଟ ଛୋଟ ମୂର୍ତ୍ତିକୁ ବି ପୂଜା କରାଯାଇଥାଏ। ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ସମୟରେ ଭକ୍ତଗଣ ଏଠାକୁ ଆସି ମା’ଙ୍କୁ ଦର୍ଶନ କରିବା ସହ ଭୋଗ ଲାଗି କରିଥାନ୍ତି। କେହି କେହି ଏଠାରେ ତନ୍ତ୍ର ପୂଜା ବି କରାଇଥାନ୍ତି। ତା’ଛଡ଼ା ମନ୍ଦିର ଭିତରେ ଥିବା ଯଜ୍ଞ କୁଣ୍ଡରେ ପ୍ରତିଦିନ ଯଜ୍ଞ ହେଉଥିବାର ଦୃଶ୍ୟ ଏକ ଭକ୍ତିର୍ପୂ୍‌ଣ୍ଣ ପରିବେଶ ସୃଷ୍ଟି କରିଥାଏ।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ଭକ୍ତଙ୍କର ଯା’ଆସ ଲାଗି ରହିଥାଏ। ତେବେ ପ୍ରତି ମଙ୍ଗଳବାର, ଶନିବାର, ନବରାତ୍ରୀ ତଥା ଦଶହରା ସମୟରେ ଏଠାରେ ବହୁ ଜନସମାଗମ ହୋଇଥାଏ। ନବରାତ୍ରୀ ଓ ଦଶହରା ସମୟରେ ଏଠାରେ ସ୍ବତନ୍ତ୍ର ମେଳାର ଆୟୋଜନ ମଧ୍ୟ କରାଯାଇଥାଏ, ଯାହାକୁ ଦେଖିବାକୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ବି ଏଠାକୁ ଆସିଥାନ୍ତି। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ବେଶ୍‌ ସୁବିଧା ରହିଛି। ଲାଲ୍‌ ବାହାଦୁର ଶାସ୍ତ୍ରୀ ଏୟାର୍‌ପୋର୍ଟ ହେଉଛି ଏଠାକାର ନିକଟତମ ବିମାନବନ୍ଦର। ଅନ୍ୟପକ୍ଷେ ବାରାଣସୀ ଜଙ୍କସନ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏଠାକାର ନିକଟବର୍ତ୍ତୀ ତଥା ମୁଖ୍ୟ ରେଳଷ୍ଟେଶନ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଉଭୟ ସରକାରୀ ଓ ବେସରକାରୀ ବସ୍‌ ବି ଏଠାକୁ ଯା’ଆସ କରିଥାଏ।
ନିକଟବର୍ତ୍ତୀ ପର୍ଯ୍ୟଟନସ୍ଥଳୀ
ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ମା’ ଦୁର୍ଗାଙ୍କର ଏହି ମନ୍ଦିରକୁ ଦେଖିବା ସହିତ ନିକଟବର୍ତ୍ତୀ ଅଞ୍ଚଳରେ ଆହୁରି ଅନେକ ଦର୍ଶନୀୟ ସ୍ଥାନ ମଧ୍ୟ ଦେଖିପାରିବେ। ଯେମିତି କି ଉକ୍ତ ମନ୍ଦିରଠାରୁ ମାତ୍ର ୨୫୦ ମିଟର ଦୂରରେ ଥିବା ତୁଳସୀ ମାନସ ମନ୍ଦିର, ୭୦୦ ମିଟର ଦୂରରେ ଥିବା ସଙ୍କଟ ମୋଚନ ମନ୍ଦିର ତଥା ଦେଢ କି.ମି. ଦୂରରେ ଥିବା ବନାରସ ହିନ୍ଦୁ ୟୁନିଭର୍ସିଟି ଇତ୍ୟାଦି ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri