ଏଠି ହେଉଛି ପଥର ବର୍ଷା…

ଆକାଶରୁ ସାଧାରଣତଃ ବର୍ଷା ହୋଇଥାଏ। ତେବେ ଆକାଶରୁ ପଥର ବର୍ଷା ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ମହାରାଷ୍ଟ୍ର ଗଢ଼ଚିରୋଲିଠାରେ ଥିବା ଆରମୋରିରେ ଏଭଳି ଅଭାବନୀୟ ଘଟଣା ଘଟିଥାଏ। ଏଠାରେ ପ୍ରତିଦିନ ରାତି ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଏଭଳି ରହସ୍ୟମୟ କାଣ୍ଡ ହୋଇଥାଏ। ପ୍ରଥମେ ଏହାକୁ କେହି କେହି ଭୌତିକ କାଣ୍ଡ ବୋଲି ଅନୁମାନ କରୁଥିଲେ। ମାତ୍ର ପ୍ରତିଦିନ ଏଭଳି ହେବାରୁ କିଛି ବୈଜ୍ଞାନିକ ସେଠାକୁ ଯାଇ ଗବେଷଣା କରିଥିଲେ। ତେବେ ଏହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ମଧ୍ୟ ଜଣାପଡ଼ି ନାହିଁ।

Share