ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ଅଭିଯୋଗରେ ୩ ଗିରଫ

ରାୟଗଡ଼ା ଅଫିସ,୨୩।୩: ରାୟଗଡ଼ା ଜିଲା କୋଲନରା ବ୍ଲକ ଅନ୍ତର୍ଗତ ଥେରୁବାଲି ଦୈନିକ ବଜାରରେ ଥିବା ଏକ ଏସବିଆଇ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ଅଭିଯୋଗରେ ୩ ଜଣଙ୍କୁ ଚାନ୍ଦିଲି ଥାନା ପୋଲିସ ଗିରଫ କରିଛି । ସେମାନେ ହେଲେ ସୁଧୀର ଗରଡ଼ିଆ (୧୯), ଉମେଶ ନାଗ (୧୯), ଟୁଲୁ ବାହାଦୂର (୨୮)। ସେମାନଙ୍କୁ ଗିରଫ କରାଯାଇ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଏସ୍‌ପି ଶର୍ବଣା ବିବେକ ଏମ୍‌ ଖବରଦାତା ସମ୍ମିଳନୀରେ କହିଛନ୍ତି ।
ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ସୁଧୀର, ଉମେଶ, ଟୁଲୁ ଏଟିଏମ୍‌କୁ ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ କରିଥିଲେ। ମାତ୍ର ଟଙ୍କା ଲୁଟ୍‌ କରିବାରେ ବିଫଳ ହୋଇ ଫେରିଯାଇଥିଲେ । ଖବରପାଇ ଥେରୁବାଲି ଫାଣ୍ଡି ଓ ଚାନ୍ଦିଲି ପୋଲିସ ଥାନା କିଛି କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏଟିଏମ୍‌ରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ପରେ ଅଭିଯକ୍ତୁଙ୍କୁ ଚିହ୍ନଟ କରାଯାଇଥିଲା। ଥାନାରେ କେସ ନଂ.୭୧/୨୦ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା।