ଏଟିପି ଫାଇନାଲ୍ସ: ଥିମ୍‌ଙ୍କଠାରୁ ହାରିଲେ ଫେଡରର

ଲଣ୍ଡନ,୧୧।୧୧(ଏଏଫ୍‌ପି): ସ୍ଥାନୀୟ ଓ୨ ଏରିନାରେ ରବିବାର ଏଟିପି ଫାଇନାଲ୍ସ ଆରମ୍ଭ ହୋଇଛି। ସେସନ ଶେଷରେ ଆୟୋଜିତ ହେଉଥିବା ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟର ପ୍ରଥମ ଦିବସରେ ସୁଇଜରଲାଣ୍ଡ ଅଭିଜ୍ଞ ଖେଳାଳି ରୋଜର ଫେଡରର ଅଷ୍ଟ୍ରିଆର ଡୋମିନିକ ଥିମଙ୍କଠାରୁ ୭-୫, ୭-୫ ସେଟରେ ପରାସ୍ତ ହୋଇଛନ୍ତି। ଫଳରେ ପୂର୍ବରୁ ୬ଥର ଟାଇଟଲ ହାସଲ କରିଥିବା ଫେଡରର ଏହି ଟୁର୍ନାମେଣ୍ଟରୁ ବିଦା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଚଳିତ ସପ୍ତାହରେ ପରେ ଫେଡେରର ଓ ଜୋକୋଭିଚ୍‌ ମୁହଁାମୁହିଁ ହେବେ। ବର୍ତ୍ତମାନ ଅଗ୍ରଗତି କରିବାକୁ ହେଲେ ୩୮ ବର୍ଷୀୟ ଫେଡରରଙ୍କୁ ଜୋକୋଭିଚ୍‌ଙ୍କ ବିପକ୍ଷ ମ୍ୟାଚ୍‌ରେ ବିଜୟୀ ହେବ ଅପରିହାର୍ଯ୍ୟ ହୋଇପଡିଛି।
ଟୁର୍ନାମେଣ୍ଟର ଅନ୍ୟଏକ ମ୍ୟାଚ୍‌ରେ ଜୋକୋଭିଚ୍‌ ଇଟାଲୀର ମାଟେଓ ବେରେଟିନୀଙ୍କୁ ୬-୨, ୬-୧ ସେଟରେ ପରାସ୍ତ କରିଛନ୍ତି। ଏଥର ସଫଳ ହେଲେ ଜୋକୋଭିଚ୍‌ ଷଷ୍ଠଥର ପାଇଁ ଏଟିପି ଫାଇନାଲ୍ସ ଟାଇଟଲ ହାସଲ କରି ରେକର୍ଡର ସମକକ୍ଷ ହେବେ। ନିଜ ପ୍ରଦର୍ଶନରେ ଫେଡରର ନିରାଶ ଜାହିର କରିଛନ୍ତି। ଉଲ୍ଲେଖଥାଉ କି, ସେସନ ଶେଷରେ ଆୟୋଜନ ହେଉଥିବା ଏଟିପି ଫାଇନାଲ୍ସ ଟୁର୍ନାମେଣ୍ଟରେ ବର୍ଷର ଶ୍ରେଷ୍ଠ ୮ ଜଣ ଖେଳାଳି ଅଂଶଗ୍ରହଣ କରିଥାନ୍ତି। ରାଉଣ୍ଡ- ରବିନ ଫର୍ମାଟରେ ଖେଳାଯାଉଥିବା ଏହି ଟୁର୍ନାମେଣ୍ଟରେ ଶ୍ରେଷ୍ଠ ୪ ଖେଳାଳି ସିଙ୍ଗଲ୍ସ ଓ ଶ୍ରେଷ୍ଠ ୪ ଡବଲ୍ସ ଯୋଡି ନକ୍‌ଆଉଟ ପର୍ଯ୍ୟାୟ ତଥା ସେମିଫାଇନାଲରେ ପ୍ରବେଶ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..

ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri