Categories: ଭଦ୍ରକ

ଏଟିଏମ୍‌ରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଗାଏବ

ବାସୁଦେବପୁର, ୧୦।୮ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବେତଡ଼ା ବଜାରରେ ଥିବା ଷ୍ଟେଟବ୍ୟାଙ୍କ ଶାଖା ଏଟିଏମ୍‌ରୁ ହଠାତ୍‌ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଗାଏବ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏ ସମ୍ପର୍କରେ ଶୁକ୍ରବାର ଅପରାହ୍ନରେ ଜଣାପଡ଼ିବା ପରେ ଉକ୍ତ ଷ୍ଟେଟବ୍ୟାଙ୍କ ଶାଖା ପକ୍ଷରୁ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଟିଏମ୍‌ରେ ଟଙ୍କା ଭର୍ତ୍ତି ଦାୟିତ୍ୱରେ ଥିବା କମ୍ପାନୀର ଦୁଇ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଭଦ୍ରକ ଏସ୍‌ଡିପିଓ ଜଳନ୍ଧର ଜାଲି ଥାନାରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଏଟିଏମ୍‌ ନିକଟସ୍ଥ ଏକ ଦୋକାନର ସିସିଟିଭିକୁ ଏସ୍‌ଡିପିଓ ସଂଗ୍ରହ କରି ଯାଞ୍ଚ କରୁଥିବା ଆଇଆଇସି ଉମାଶଙ୍କର ନାଏକ କହିଛନ୍ତି। ତଦନ୍ତ ଜାରି ରହିଥିବା ବେଳେ ଏ ନେଇ ଅଦ୍ୟାବଧି ଥାନାରେ ମାମଲା ରୁଜୁ ହୋଇ ନ ଥିବା ପୋଲିସ ସୂତ୍ରରୁ ପ୍ରକାଶ।