Categories: ଫୁରସତ

ଏଟିଏମ୍‌ରୁ ସାନିଟାଇଜର ଚୋରିକଲେ ଯୁବକ, ଭିଡିଓ ଭାଇରାଲ

କରୋନା (କୋଭିଡ-୧୯) ସଂକ୍ରମଣ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏଥିରୁ ରକ୍ଷାପାଇବା ପାଇଁ ସମସ୍ତେ ମାସ୍କ ଏବଂ ହ୍ୟାଣ୍ଡ୍‌ ସାନିଟାଇଜର ବ୍ୟବହାର କରୁଛନ୍ତି। ତେଣୁ ବର୍ତ୍ତମାନ ମାସ୍କ ଏବଂ ସାନିଟାଇଜରର ଚାହିଦା ବହୁ ମାତ୍ରାରେ ବଢ଼ିଯାଇଛି। ଏପରିକି ହସ୍ପିଟାଲ କର୍ମଚାରୀଙ୍କୁ ମଧ୍ୟ ଏହା ମିଳିବା କଷ୍ଟକର ହୋଇପଡ଼ୁଛି। ବଜାରରେ ମଧ୍ୟ ଏହି ଜିନିଷର ବହୁତ କଳାକବଜାର ହେଉଛି। ମାସ୍କ ଏବଂ ସାନିଟାଇଜର କିଣିବା ପାଇଁ ଲୋକଙ୍କୁ ଏବେ ଆବଶ୍ୟକତାଠାରୁ ଅଧିକ ଟଙ୍କା ଦେବାକୁ ପଡ଼ୁଛି। ଭାରତ ପରି ପାକିସ୍ତାନରେ ମଧ୍ୟ କରୋନା ବ୍ୟାପିବାରେ ଲାଗିଛି। ଏହି ଅବସରରେ ପାକିସ୍ତାନର ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଜଣେ ବ୍ୟକ୍ତି ଏଟିଏମ୍‌ରୁ ହ୍ୟାଣ୍ଡ ସାନିଟାଇଜର ଚୋରିକରି ନେଉଥିବା ଦେଖିବାକୁ ମିଳୁଛି। ବ୍ୟକ୍ତି ଜଣଙ୍କ ପ୍ରଥମେ ଏଟିଏମ୍‌ରୁ ଟଙ୍କା ଉଠାଉଛନ୍ତି। ପରେ ସେ ହ୍ୟାଣ୍ଡ୍‌ ସାନିଟାଇଜରକୁ ତଳୁ ଉଠାଇ ନିଜ ଜ୍ୟାକେଟରେ ପୂରାଉଛନ୍ତି। ଏହି ଭିଡିଓଟିରେ ୟୁଜରମାନେ ଅନେକ ମଜାଦାର କମେଣ୍ଟ କରିବା ସହ ଶେୟାର ମଧ୍ୟ କରୁଛନ୍ତି। ଭିଡିଓଟିକୁ ନାୟଲା ଇନାୟତ ନାମକ ଜଣେ ବ୍ୟକ୍ତି ଶେୟାର କରିଛନ୍ତି।

Share