ଏଜ୍‌ବାଷ୍ଟନ ଷ୍ଟାଡିୟମରେ ହେବ କୋଭିଡ୍‌-୧୯ ଟେଷ୍ଟିଂ ସେଣ୍ଟର

ଲଣ୍ଡନ,୩।୪ (ପି.ଟି)- ଇଂଲଣ୍ଡର ବର୍ମିଂହାମସ୍ଥିତ ଏଜ୍‌ବାଷ୍ଟନ ଷ୍ଟାଡିୟମ କୋଭିଡ୍‌-୧୯ ଟେଷ୍ଟିଂ ସେଣ୍ଟରରେ ପରିଣତ ହେବ ବୋଲି ଓ୍ବରଓ୍ବିକ୍‌ଶାୟାର କାଉଣ୍ଟି କ୍ରିକେଟ କ୍ଲବ (ଡବ୍ଲ୍ୟସିସିସି) ତରଫରୁ କୁହାଯାଇଛି। ଏଥିପାଇଁ ସରକାରଙ୍କୁ ଷ୍ଟାଡିୟମ ହସ୍ତାନ୍ତର କରାଯାଇଛି ବୋଲି କ୍ଲବ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ନ୍ୟାଶନାଲ ହେଲ୍‌ଥ ସର୍ଭିସ୍‌ (ଏନ୍‌ଏଚ୍‌ଏସ୍‌) କର୍ମଚାରୀମାନେ ଏହି ମହାମାରୀକୁ ରୋକିବା ପାଇଁ ଲଢେଇ ଜାରି ରଖିଥିବା ବେଳେ କ୍ଲବ ତରଫରୁ ଏହି ପଦକ୍ଷେପ ନିଆଯାଇଛି।
ଷ୍ଟାଡିୟମର କାର ପାର୍କିଂ ଏରିଆ ମେଡିକାଲ ଟେଷ୍ଟ ପାଇଁ ବ୍ୟବହୃତ ହେବ। ଏନ୍‌ଏଚ୍‌ଏସ୍‌ କର୍ମଚାରୀ ଷ୍ଟାଡିୟମ ରୋଡ ସେଣ୍ଟର ଦେଇ ଗାଡି ନେଇ ଯାଇପାରିବେ। ଉଲ୍ଲେଖଥାଉ କି, କାଉଣ୍ଟି କ୍ରିକେଟ କାର୍ଯ୍ୟକ୍ରମ ଓ କନ୍‌ଫରେନ୍ସ ଇ ଇଭେଣ୍ଟ ବିଜ୍‌ନେସ ସବୁ ମେ ୨୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହି କଷ୍ଟକର ସମୟ ମଧ୍ୟରେ ଆମ୍‌ କ୍ଲବର କର୍ମଚାରୀମାନେ ସ୍ଥାନୀୟ ସମୁଦାୟକୁ ସାହାଯ୍ୟ ସମର୍ଥନ କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି ବୋଲି ଡବ୍ଲ୍ୟୁସିସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ନେଲ ସ୍ନୋବଲ କହିଛନ୍ତି। ଜନସାଧାରଣଙ୍କ ସ୍ବାସ୍ଥ୍ୟ ନେଇ ସମସ୍ତେ ଚିନ୍ତିତ। କେବଳ ୟୁନାଇଟେଡ କିଙ୍ଗ୍‌ଡମ୍‌ରେ ୩୩,୦୦୦ ଲୋକ ଏହି ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓ ପ୍ରିନ୍ସ ଚାଲର୍‌ସ। ପୂର୍ବରୁ ଚଳିତବର୍ଷ ପ୍ରାରମ୍ଭରେ ମୋରିଲବୋନ କ୍ରିକେଟ କ୍ଲବ (ଏମ୍‌ସିସି) ଐତିହାସିକ ଲଡର୍‌ସ ଷ୍ଟାଡିୟମକୁ ମଧ୍ୟ ପାର୍କିଂ ଓ ଷ୍ଟୋରେଜ୍‌ ପାଇଁ କୋଭିଡ୍‌-୧୯ ମୁକାବିଲ ପାଇଁ ଉତ୍ସର୍ଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri