Posted inଜାତୀୟ

ଏଜେନ୍ସିରାଜ ସ୍ଥାପନ ଉଦ୍ୟମ କରୁଛି କେନ୍ଦ୍ର: ମମତା

କୋଲକାତା,୧୩।୯:ପଶ୍ଚିମବଙ୍ଗରେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭଳି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଅତି ମାତ୍ରାରେ ସକ୍ରିୟ ରହିବା ବିରୋଧରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ରାଜ୍ୟ ବିଧାନସଭାରେ ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ବୁଧବାର ବିଧାନସଭାର ଏକ ସଂକ୍ଷିପ୍ତ ଅଧିବେଶନ ଡକାଯାଇଛି। ପ୍ରସ୍ତାବ ବିଧାନସଭାରେ ଦାଖଲ ହୋଇଥିବା ବାଚସ୍ପତି ବିମାନ ବନ୍ଦୋପାଧ୍ୟାୟ ସୋମବାର ସୂଚନା ଦେଇଛନ୍ତି। ଏହା ଉପରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟମାନେ ଆଲୋଚନା କରିବେ। ରାଜ୍ୟରେ ଭୟ ଓ ଉତ୍ତେଜନାର ଏକ ବାତାବରଣ ସୃଷ୍ଟି କରାଯାଉଛି। ଯେକୌଣସି ସମୟରେ କେନ୍ଦ୍ରୀୟ ସଂସ୍ଥାର ଅଧିକାରୀମାନେ ଲୋକଙ୍କ ଘରେ ପହଞ୍ଚତ୍ୟାଉଛନ୍ତି। ଏହା ଉପରେ ଆଲୋଚନା ହେବ ବୋଲି ବାଚସ୍ପତି କହିଛନ୍ତି।
ଚାଇନାର ମୋବାଇଲ ଗେମିଂ ଆପ୍‌ ଦୁର୍ନୀତିରେ ସମ୍ପୃକ୍ତି ନେଇ ଦୁଇଦିନ ପୂର୍ବରୁ ଇଡି କୋଲକାତାର ଜଣେ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରି ୧୭.୩୨ କୋଟି ଟଙ୍କା ଜବତ କରିଥିଲା। କେନ୍ଦ୍ରୀୟ ଏଜେନ୍ସିର ଏଭଳି କାର୍ଯ୍ୟକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିନ୍ଦା କରିଛନ୍ତି। ଦେଶରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉ, ଏହା କେନ୍ଦ୍ର ସରକାର ଚାହାନ୍ତି ନାହିଁ। ଦେଶରେ ଏଜେନ୍ସିରାଜ୍‌ ପ୍ରତିଷ୍ଠା ଲାଗି ଉଦ୍ୟମ ହେଉଥିବା ମମତା କହିଛନ୍ତି। ଏହା ବ୍ୟତୀତ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରୁ କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର କରିନେଉଥିବାରୁ ଟିଏମ୍‌ସି ନେତ୍ରୀ ଏହାର କଡ଼ା ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାର ରେଲଓ୍ବେ, ସେଲ୍‌, ସିଆଇଏଲ୍‌ ଆଦି ସଂସ୍ଥାକୁ ବିକ୍ରି କରୁଛନ୍ତି। ନୂଆ ନିଯୁକ୍ତି କିପରି ସୃଷ୍ଟି ହେବ ବୋଲି ମମତା ପ୍ରଶ୍ନ କରିଛନ୍ତି। ଏଜେନ୍ସି ରାଜ୍‌ ସତ୍ତ୍ୱେ ଟିଏମ୍‌ସି ସରକାର ରାଜ୍ୟରେ ଶିଳ୍ପ ବିକାଶ ଓ ନିଯୁକ୍ତି ସୃଷ୍ଟି ଦିଗରେ କାର୍ଯ୍ୟ କରୁଛି। ଏଠାରେ ତାଲିମ ପାଉଥିବା ଛାତ୍ରୀଛାତ୍ର ବାହାର ରାଜ୍ୟରେ ନିଯୁକ୍ତି ସୁଯୋଗ ପାଉଛନ୍ତି। ପଶ୍ଚିମବଙ୍ଗରେ ଯଥେଷ୍ଟ ନିଯୁକ୍ତି ସୁଯୋଗ ରହିଥିବାରୁ ସେମାନଙ୍କୁ ଫେରିଆସିବା ପାଇଁ ମମତା ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷର ଭାଣିଜୀଙ୍କୁ ସାଙ୍ଗଙ୍କ ସହ ମିଶି ଗଣବଳାତ୍କାର କଲେ ମାମୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ପାଟନା,୭।୪: ବିହାରର ପାଟନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୨୨ବର୍ଷୀୟ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ସହିତ ମିଶି ନିଜ ତିନି ବର୍ଷର ଭାଣିଜୀଙ୍କୁ ଗଣବଳାତ୍କାର…

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ୫ କିଲୋଗ୍ରାମ ସିଲିଣ୍ଡରର ଯୋଗାଣକୁ କଲେ ଦ୍ୱିଗୁଣିତ

ନୂଆଦିଲ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହାର ପ୍ରଭାବ ଏସୀୟ ଦେଶଗୁଡ଼ିକରେ ଏଲପିଜି ଏବଂ ପେଟ୍ରୋଲ-ଡିଜେଲର ଯୋଗାଣ ଉପରେ ଦେଖାଯାଉଛି। ତଥାପି,…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା, ନୂଆ ଦଳ ଗଠନ କଲେ ସିଦ୍ଧୁ! ଦଳରୁ ଅଲଗା ହେବା ପରେ…

ଚଣ୍ଡିଗଡ଼,୭।୪: ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ, ରାଜ୍ୟର ରାଜନୈତିକ ଦୃଶ୍ୟପଟରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ଡକ୍ଟର ନବଜୋତ କୌର…

୨୦ହଜାର କୋଟି କ୍ଷତି, ଝୁଲୁଛି AI 171 ତଦନ୍ତର ଖଣ୍ଡା , ଏୟାର ଇଣ୍ଡିଆ ଛାଡିଲେ ସିଇଓ କ୍ୟାମ୍ପବେଲ ୱିଲସନ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପର ମାଲିକାନାରେ ଥିବା ଏୟାରଲାଇନ୍ସ ଏୟାର ଇଣ୍ଡିଆରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ), କ୍ୟାମ୍ପବେଲ ୱିଲସନ ତାଙ୍କ…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

କୋଲକାତାକୁ ନେଇ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଧମକ ପରେ ତାତିଲେ ଅଭିଷେକ ବାନାର୍ଜୀ, କହିଲେ…

କୋଲକାତା,୭।୪: ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏମପି ଅଭିଷେକ ବାନାର୍ଜୀ ସୋମବାର (୬ ଏପ୍ରିଲ, ୨୦୨୬) ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଦ୍ୱାରା ଦିଆଯାଇଥିବା କୋଲକାତା ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri