Categories: ବାଣିଜ୍ୟ

ଏଜିଆର୍‌ ଦେୟ ବାବଦ ମିଳିଲା ୨୫,୯୦୦ କୋଟି

ନୂଆଦିଲ୍ଲୀ,୧୨ା୩: ଆଡ୍‌ଜଷ୍ଟେଟ ଗ୍ରସ ରେଭିନ୍ୟୁ(ଏଜିଆର୍‌) ଦେୟ ବାବଦ ସରକାର ଟେଲିକମ୍‌ କମ୍ପାନୀଙ୍କଠାରୁ ୨୫,୯୦୦ କୋଟି ଟଙ୍କା ଆଦାୟ କରିଛନ୍ତି। ଅନ୍ୟ ବକେୟା ଶୀଘ୍ର ପ୍ରଦାନ କରିବାକୁ କମ୍ପାନୀଗୁଡିକୁ କୁହାଯାଇଥିବା ସରକାର ସଂସଦକୁ ବୁଧବାର ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଅକ୍ଟୋବର ୨୪ ମୁତାବକ ଟେଲିକମ୍‌ କମ୍ପାନୀ ପେମେଣ୍ଟ ଅନୁପାଳନକୁ ପାଳନ କରିବାକୁ ଯାଇ ଏହି ରାଶି ପଇଠ କରିଛନ୍ତି ବୋଲି ଟେଲିକମ୍‌ ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ଲୋକସଭାକୁ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। ମାର୍ଚ୍ଚ ୪ କମ୍ପାନୀଗୁଡିକ ବକେୟା ରାଶି ଶୀଘ୍ର ପଇଠ କରିବାକୁ ଚିଠି ଯୋଗେ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

Share