Posted inଫୁରସତ

ଏକାସାଙ୍ଗରେ ୯୦୦ରୁ ଅଧିକ ଲୋକ କରିଥିଲେ ଆତ୍ମହତ୍ୟା

ଆମେରିକା : ବେଳେବେଳେ ଏମିତି ଖବର ଶୁଣିବାକୁ ମିଳିଥାଏ, ଗୋଟିଏ ପରିବାରର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ଏକାସାଙ୍ଗରେ ୯୦୦ରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ତଥାପି ସତ। ଏମିତି ଏକ ଘଟଣା ୧୯୭୮ ମସିହାରେ ଆମେରିକାରେ ଘଟିଥିଲା। ଗୁୟାନାର ଜୋସ୍‌ଟାଉନରେ ଏକା ସାଙ୍ଗରେ ୯୦୦ରୁ ଅଧିକ ଲୋକ ଆତ୍ମହତ୍ୟା କରିଥିଲେ। ଅନ୍ଧବିଶ୍ୱାସ ଯୋଗୁ ଏହି ଘଟଣା ଘଟିଥିଲା।

୧୯୭୮ ମସିହା ନଭେମ୍ବର ୧୮ରେ ଏହି ଘଟଣାରେ ଜିମ୍‌ ଜୋସ୍‌ ନାମକ ଜଣେ ଧର୍ମଗୁରୁଙ୍କ ହାତ ଥିଲା। ସେ ନିଜକୁ ଭଗବାନ ମନେ କରୁଥିଲେ। ନିଜର ସାମ୍ରାଜ୍ୟ ବଢ଼ାଇବା ପାଇଁ ଲୋକଙ୍କ ସହାୟତାରେ ୧୯୫୬ ମସିହାରେ ପିପୁଲ୍‌ସ ଟେମ୍ପୁଲ ନାମକ ଏକ ଚର୍ଚ୍ଚ ତିଆରି କରିଥିଲେ। ସେ ଧାର୍ମିକ କଥା ଏବଂ ଅନ୍ଧବିଶ୍ୱାସ ମାଧ୍ୟମରେ ହଜାର ହଜାର ଲୋକଙ୍କୁ ନିଜର ଅନୁଗାମୀ କରିନେଲେ। ସେ ମହିଳା ହୁଅନ୍ତୁ କି ପୁରୁଷ ସମସ୍ତଙ୍କୁ ସାରାଦିନ କାମରେ ଲଗାଉଥିଲେ। ଏପରିକି ରାତିରେ ଯଦି କେହି ଶୋଇବାକୁ ଯାଉଥିଲେ ତାଙ୍କୁ ଶୋଇବାକୁ ଦେଉ ନ ଥିଲେ। ଏହି ସମୟରେ ତାଙ୍କର ସିପାହୀ ଯାଇ ଦେଖୁଥିଲେ କିଏ ଶୋଇଛନ୍ତି ଆଉ କିଏ ଶୋଇନାହାନ୍ତି। ଜିମ୍‌ କମ୍ୟୁନିଷ୍ଟ ବିଚାରଧାରାର ଥିଲେ। ତେଣୁ ସେ ଅନୁଗାମୀଙ୍କ ସହ ଜଙ୍ଗଲରେ ରହୁଥିଲେ। ଏ ସମ୍ପର୍କରେ ଆମେରିକା ସରକାର ଜାଣିନେଲେ।

ଏ କଥା ଜିମ୍‌ ମଧ୍ୟ ଜାଣିନେଲେ। ତେଣୁ ସେ ଅନୁଗାମୀମାନଙ୍କୁ ଏକାଠି ହେବାକୁ କହିଲେ। ସେ କହିଲେ, ଆମେରିକା ସରକାର ଆମକୁ ଗୁଳି କରି ମାରିଦେବାକୁ ଚାହୁଁଛନ୍ତି। ତେଣୁ ଏହା ପୂର୍ବରୁ ଆମେ ପବିତ୍ର ଜଳ ପିଇବା। ଏମିତି କଲେ ଗୁଳିରୁ ମୁକ୍ତି ପାଇଯିବା। ଏହା ପୂର୍ବରୁ ସେ ଏକ ଟବ୍‌ରେ ପାଣି ସହିତ ବିଷ ମିଶାଇ ରଖିଥିଲେ। ଏହି ପାଣିକୁ ଲୋକଙ୍କୁ ପିଇବାକୁ ଦେଇଥିଲେ। ଯେଉଁମାନେ ଏହି ପାଣି ପିଇବାକୁ ମନା କରିଥିଲେ ସେମାନଙ୍କୁ ଜବରଦସ୍ତ ପିିଆଇ ଦିଆଯାଇଥିଲା। ଫଳରେ ୯୦୦ରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିଲା। ମୃତକମାନଙ୍କ ମଧ୍ୟରେ କେବଳ ୩୦୦ରୁ ଊର୍ଦ୍ଧ୍ୱ ଶିଶୁ ଥିଲେ। ଜିମ୍‌ ନିଜକୁ ଗୁଳି ଚଳାଇବାରୁ ତାଙ୍କର ବି ମୃତ୍ୟୁ ଘଟିଥିଲା। ଏହି ଘଟଣା ଆଜି ବି ଲୋକଙ୍କ ଲୋମ ଟାଙ୍କୁରି ଦେଉଛି। ଏପରି ବଡ଼ ନରସଂହାର ବିଶ୍ୱରେ କେବେ ଘଟିନାହିଁ। କେବଳ ଅନ୍ଧବିଶ୍ୱାସ ଯୋଗୁ ଏତେ ଲୋକଙ୍କ ପ୍ରାଣହାନି ଘଟିଥିଲା। ତେଣୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ନ ହେବାକୁ ଏହି ଘଟଣା ସୂଚାଇ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri