ଏକାମ୍ର ଯୋଜନା ପାଇଁ ସହାୟତା ପ୍ୟାକେଜ

ଭୁବନେଶ୍ୱର, ୨୮।୧ (ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ବିକାଶ ପରେ ରାଜ୍ୟ ସରକାର ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱର ବିକାଶ ପାଇଁ ହାତ ଖୋଲି ଦେଇଛନ୍ତି। ଏକାଦଶ ଶତାବ୍ଦୀର ଏହି ଅନନ୍ୟ କୀର୍ତ୍ତିର ପାରିପାର୍ଶ୍ୱିକ ଉନ୍ନତି, ସୌନ୍ଦର୍ଯ୍ୟକରଣ ପାଇଁ ଏକାମ୍ର ଯୋଜନା ଆରମ୍ଭ କରାଯାଇଛି। ଏହି ପ୍ରକଳ୍ପ ଯୋଗୁ କ୍ଷତିଗ୍ରସ୍ତ ହେଉଥିବା ପରିବାର ଓ ବ୍ୟକ୍ତିବିଶେଷଙ୍କୁ ଜମି ବଦଳରେ ଜମି କିମ୍ବା ବଜାର ଦର ଓ ଏହାଠାରୁ ଅଧିକ କ୍ଷତିପୂରଣ ରାଶି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କେବଳ ସେତିକି ନୁହେଁ ଯେଉଁମାନେ ସ୍ବଇଚ୍ଛାରେ ଜମି ଦାନ କରିବେ ସେମାନଙ୍କୁ କ୍ଷତିପୂରଣର ଅତିରିକ୍ତ ୧୦ ପ୍ରତିଶତ ପ୍ରୋତ୍ସାହନ ରାଶି ଦିଆଯିବ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ଥଇଥାନ ଓ ସହାୟତା ସକାଶେ ଏଭଳି ଏକ ସ୍ବତନ୍ତ୍ର ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏହି ପ୍ୟାକେଜରେ ଆବାସିକ ଗୃହର ମାଲିକ, ମଠ, ସ୍ଥାୟୀ ଦୋକାନୀ, ଉଠାଦୋକାନୀ ସମସ୍ତଙ୍କୁ ଖୁସି କରିବାକୁ ଉଦ୍ୟମ କରାଯାଇଛି।
ଏକାମ୍ର ଯୋଜନାରେ ବାସଗୃହ, ମଠ ଓ ଦୋକାନ ଘର ହରାଉଥିବା ବ୍ୟକ୍ତିଙ୍କ ପାଇଁ ସହାୟତା ଘୋଷଣା କରାଯାଇଛି। ଅଧିଗୃହୀତ ସମସ୍ତ ଜମି ଲିଙ୍ଗରାଜଙ୍କ ନାମରେ ରେକର୍ଡ କରାଯିବ। ଜମି ଦାନ କରିଥିବା ବ୍ୟକ୍ତିଙ୍କ ନାମ ପ୍ରକଳ୍ପ ଅଞ୍ଚଳରେ ଫଳକରେ ଲେଖାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥିତିବାନ ସ୍ବତ୍ୱରେ ନିର୍ମିତ ହୋଇଥିବା ବାସଗୃହଗୁଡ଼ିକୁ ରାଜ୍ୟ ସରକାରଙ୍କ ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ। ଉପଯୁକ୍ତ କ୍ଷତିପୂରଣ ଅଧିକାର ଏବଂ ସ୍ବଚ୍ଛ ଅଧିଗ୍ରହଣ, ପୁନର୍ବାସ, ପୁନଃ ଥଇଥାନ ଆଇନ-୨୦୧୩ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ।
ଅଧିଗ୍ରହଣ ହେବାକୁ ଥିବା ଜମିର ବଜାର ଦର କିମ୍ବା ତା’ଠାରୁ ଅଧିକ କ୍ଷତିପୂରଣ ଦିଆଯିବ। ଏହା ପରିବର୍ତ୍ତେ କୌଣସି ବ୍ୟକ୍ତି ଯଦି ଜମି ବଦଳରେ ଜମି ନେବାକୁ ଚାହିଁବେ ତେବେ ସେମାନଙ୍କୁ ଅନ୍ୟତ୍ର ଜମି ଯୋଗାଇ ଦିଆଯିବ। ଯଦି ଅନ୍ୟତ୍ର ଦିଆଯିବାକୁ ଥିବା ବିକଳ୍ପ ଜମିର ମୂଲ୍ୟ ଅଧିଗୃହୀତ ଜମିର ମୂଲ୍ୟ ଠାରୁ କମ୍‌ ହୋଇଥିବ ତେବେ ନିୟମ ଅନୁଯାୟୀ ବଳକା ମୂଲ୍ୟ ଆର୍ଥିକ ସହାୟତା ଆକାରରେ ଦିଆଯିବ। ବିସ୍ଥାପିତ ହେବାକୁ ଥିବା ପରିବାରଗୁଡ଼ିକୁ ପରିବହନ ଓ ତୁରନ୍ତ ବ୍ୟବସ୍ଥା ନିମନ୍ତେ ପ୍ରତି ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ। ଜମି ଅଧିଗ୍ରହଣ ହେବା ଦିନଠାରୁ ବର୍ଷକ ପର୍ଯ୍ୟନ୍ତ ପ୍ରତି ପରିବାରକୁ ୧୫ ହଜାର ଟଙ୍କା ଲେଖାଏ ମାସିକ ସହାୟତା ଯୋଗାଇ ଦିଆଯିବ। ବାସଗୃହ ହରାଉଥିବା ପ୍ରତ୍ୟେକ ଘର ମାଲିକଙ୍କୁ ଏକକାଳୀନ ୨୦ ଲକ୍ଷ ଟଙ୍କା ଥଇଥାନ ଭତ୍ତା ପ୍ରଦାନ କରାଯିବ। ସେହିପରି ସ୍ଥିତିବାନ ଜମିରେ ନିର୍ମାଣ କରାଯାଇଥିବା ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ରାଜ୍ୟ ସରକାରଙ୍କ ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ।
ସେହିପରି ପ୍ରତି ୨୦୦ ବର୍ଗମିଟର କିମ୍ବା ତା’ଠାରୁ କମ୍‌ ନିର୍ମାଣ ଅଞ୍ଚଳରେ ନିର୍ମିତ ଦୋକାନ ପାଇଁ ଜମି ଅଧିଗ୍ରହଣ ହେବା ଦିନଠାରୁ ଦୋକାନ ଘର ମିଳିବା ପର୍ଯ୍ୟନ୍ତ ମାସିକ ୧୫ ହଜାର ଟଙ୍କା ଘରଭଡ଼ା ସହାୟତା ଯୋଗାଇ ଦିଆଯିବ। ୨୦୦ ବର୍ଗମିଟର କିମ୍ବା ତା’ଠାରୁ ଅଧିକ ନିର୍ମାଣ ଅଞ୍ଚଳରେ ନିର୍ମିତ ଦୋକାନ ପାଇଁ ମାସିକ ୨୦ ହଜାର ଟଙ୍କା ଘରଭଡ଼ା ସହାୟତା ଯୋଗାଇ ଦିଆଯିବ।
ଥଇଥାନ ଯୋଜନାରେ ରାଜ୍ୟ ସରକାର ଦୋକାନ ହରାଉଥିବା ବ୍ୟକ୍ତିଙ୍କ ପାଇଁ ୩ଟି ବିକଳ୍ପ ବ୍ୟବସ୍ଥା କରିଛନ୍ତି। ପ୍ରଥମ ବିକଳ୍ପ- ବଜାର ଦରର ୫୦ ପ୍ରତିଶତ ମୂଲ୍ୟରେ ଦୋକାନ ଘର ଯୋଗାଇ ଦିଆଯିବ। ଦୋକାନ ଘରର ଅବଶିଷ୍ଟ ୫୦ ପ୍ରତିଶତ ମୂଲ୍ୟ ରାଜ୍ୟ ସରକାର ନିଜେ ରିହାତି ଭାବେ ବହନ କରିବେ। ଦ୍ୱିତୀୟ ବିକଳ୍ପ- ଦୋକାନ ହରାଉଥିବା ପ୍ରତ୍ୟେକ୍ତ ବ୍ୟକ୍ତି ନିର୍ମିତ ହେବାକୁ ଥିବା ମାର୍କେଟ କମ୍ପ୍ଲେକ୍ସରେ ନୂଆ
ଏକାମ୍ର…
ଦୋକାନ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ସେମାନେ ଏହାକୁ ବଜାର ଦରର ୫୦ ପ୍ରତିଶତ ମୂଲ୍ୟରେ କ୍ରୟ କରିପାରିବେ। ସେହିପରି ତୃତୀୟ ବିକଳ୍ପ- ଦୋକାନ ମାଲିକମାନେ ଚାହିଁଲେ ଏକକାଳୀନ ୨୦ ଲକ୍ଷ ଟଙ୍କା ସହାୟତା ଭାବେ ନେଇପାରିବେ।
ଉଠାଦୋକାନୀଙ୍କ ପାଇଁ ମଧ୍ୟ ରାଜ୍ୟ ସରକାର ଥଇଥାନ ବ୍ୟବସ୍ଥା କରିଛନ୍ତି। ଏକାମ୍ର ପ୍ରକଳ୍ପ ଅଞ୍ଚଳରେ ଥିବା ସମସ୍ତ ତାଲିକାଭୁକ୍ତ ଉଠାଦୋକାନୀଙ୍କୁ ୩୦ ହଜାର ଟଙ୍କା ଏକକାଳୀନ ସହାୟତା ପ୍ରଦାନ କରାଯିବ। ଦୁଇଟି କିସ୍ତିରେ ସେମାନେ ଏହି ସହାୟତା ନେଇପାରିବେ। ଏହାଛଡ଼ା ଉଠାଦୋକାନୀମାନଙ୍କୁ ରାସ୍ତାକଡ ଭେଣ୍ଡିଂ ଯୋଜନା କରାଯାଇ ବ୍ୟବସାୟ କରିବାକୁ ଆବଶ୍ୟକ ସ୍ଥାନ ଯୋଗାଇ ଦିଆଯିବ।
ଏକାମ୍ର ଯୋଜନାରେ ସ୍ଥାନାନ୍ତରିତ ହେଉଥିବା ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ସହାୟତା ଘୋଷଣା କରିଛନ୍ତି। ଏହି ଯୋଜନାରେ ବିସ୍ଥାପିତ ହେବାକୁ ଥିବା ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନଗୁଡ଼ିକର ସହାୟତା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇ ସ୍ଥିର କରିବେ। ସେହିପରି ବିସ୍ଥାପିତ ହେବାକୁ ଥିବା ମଠଗୁଡିକୁ ଜମି ଆବଣ୍ଟନ, ସଂରକ୍ଷଣ ଆଦି କାର୍ଯ୍ୟ ସମ୍ପର୍କରେ ଖୋର୍ଦ୍ଧା ଜିଲାପାଳ ଓ ହିତାଧିକାରୀମାନଙ୍କ ସହିତ ଆଲୋଚନା କରି ବିଏମ୍‌ସି କମିଶନର ନିଷ୍ପତ୍ତି ନେବେ। ପ୍ରତି ମଠର ପୁନର୍ବିନ୍ୟାସ ସମୟରେ ଏହାର ପୂର୍ବ ଢାଞ୍ଚାକୁ ଗୁରୁତ୍ୱ ଦିଆଯିବ। ଏହି ପୁନର୍ବାସ ଓ ଥଇଥାନ ନୀତି ଖୋର୍ଦ୍ଧା ଜିଲାପାଳଙ୍କ ସହ ଆଲୋଚନା କରି ବିଏମସି କମିଶନର କାର୍ଯ୍ୟକାରୀ କରିବେ। ଯେହେତୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପାରଷ୍ପରିକ ଆଲୋଚନା ମାଧ୍ୟମରେ ସମ୍ପନ୍ନ କରାଯିବ। ବିଏମସି କମିଶନର ଖୋର୍ଦ୍ଧା ଜିଲାପାଳଙ୍କ ସହିତ ଆଲୋଚନା କରି ସହାୟତା ରାଶି ହ୍ରାସ କିମ୍ବା ପରିବର୍ତ୍ତନ କରିପାରିବେ। ଏଥିପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ଅନୁମୋଦନ ନେବାକୁ ପଡ଼ିବ। ଏହି ଯୋଜନା ପାଇଁ ପାଣ୍ଠି ବିଏମସି ତତ୍ୱାବଧାନରେ ରହିବ। ଏହି ପ୍ରକଳ୍ପ କାର୍ଯ୍ୟ ୬ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏହି ଦୃଷ୍ଟିରୁ ଅଧିଗ୍ରହଣ ସୂଚନା ପ୍ରକାଶିତ ହେବାର ୩୦ ଦିନ ମଧ୍ୟରେ ଯଦି କ୍ଷତିଗ୍ରସ୍ତ ବ୍ୟକ୍ତି ସ୍ବଇଚ୍ଛାରେ ଜମି ପ୍ରଦାନ କରିବେ ତେବେ ତାଙ୍କୁ ଅତିରିକ୍ତ ୧୦ ପ୍ରତିଶତ ଅର୍ଥ ପ୍ରୋତ୍ସାହନ ରାଶି ଭାବେ ପ୍ରଦାନ କରାଯିବ। ଶ୍ରୀଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ଅଞ୍ଚଳର ୬୫ ଏକର ପରିମିତ ଅଞ୍ଚଳରେ ବିକାଶ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଡିଭର୍ସରେ ଖୁସିରେ ବିଭୋର ବାପା, ନାଚଗୀତରେ ଝୁମିଲେ ପୂରା ପରିବାର

ମିରଟ,୬ା୪: ଜଣେ ଝିଅ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ବାପଘରକୁ ଫେରିଆସିଲେ ସାଧାରଣ ଭାବେ ଦୁଃଖଦ ପରିବେଶ ସୃଷ୍ଟି ହୋଇଥାଏ। ତେବେ ଉତ୍ତରପ୍ରଦେଶର ମିରଟରେ ଛାଡ଼ପତ୍ର ଦେଇ…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri