ଏକାଠି ହେଲେ ସବୁ ଟ୍ରକ ମାଲିକ ସଂଘ

କେନ୍ଦୁଝର, ୩।୮ (ସ୍ବ.ପ୍ର./ଡି.ଏନ.ଏ.)- ରାଜ୍ୟ ବାହାରୁ ଭାରି ଯାନ ଅଣାଯାଇ କେନ୍ଦୁଝର ଜିଲାରେ ଖଣିଜ ଦ୍ରବ୍ୟ ପରିବହନ କରାଯାଉ ଥିବାରୁ ସ୍ଥାନୀୟ ଅଞ୍ଚଳର ଟ୍ରକ ମାଲିକମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଅଧିକ ସଂଖ୍ୟାରେ ଭାରିଯାନ ଚଳାଚଳ ଯୋଗୁ ରାସ୍ତା ଅବସ୍ଥା ଶୋଚନୀୟ ହେବା ସହ ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଛି। ଖଣି ସଂସ୍ଥାର ଏଭଳି କାର୍ଯ୍ୟକୁ ବିରୋଧ କରି କେନ୍ଦୁଝର ଜିଲାର ଟ୍ରକମାଲିକମାନେ ମେଳି ବାନ୍ଧି ପ୍ରତିବାଦ ଜଣାଇଛନ୍ତି। କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ସମେତ ଯୋଡା ଟ୍ରକ ମାଲିକ ସଂଘ, ବଡବିଲ ଟ୍ରକ ମାଲିକ ସଂଘ, କୋଇଡା ଟ୍ରକ ମାଲିକ ସଂଘ, ମା ’ତାରିଣୀ ଟିପର ମାଲିକ ସଂଘ, ଯୋଡା ଓ ଗୁଆଲି ଟ୍ରକ ମାଲିକ ସଂଘର ଏକ ସମନ୍ବୟ ବୈଠକ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ସଂଘର ସଭାପତି ରମାକାନ୍ତ ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ପରେ ଆୟୋଜିତ ଏକ ମିଳିତ ଖବରଦାତା ସମ୍ମିଳନୀରେ ଜିଲାର ଟ୍ରକ ମାଲିକମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସଂଗଠନର କର୍ମକର୍ତ୍ତା ଅବଗତ କରାଇଥିଲେ ା
ସେମାନେ ଦର୍ଶାଇଥିଲେ ଯେ, ବାହାର ରାଜ୍ୟର ଗାଡି ଓ ଟ୍ରେଲର ଜିଲାକୁ ଅଣାଯାଇ ଏବେ ଲୁହାପଥର ପରିବହନ କରାଯାଉଛି। ଫଳରେ ସ୍ଥାନୀୟ ଟ୍ରକ ମାଲିକମାନେ କାମ ନ ପାଇ କ୍ଷତିଗ୍ରସ୍ତ ହେଉଛନ୍ତି। ସେହିପରି ଜିଲାରେ ବିଭିନ୍ନ ରାସ୍ତାରେ ଥିବା ଟୋଲ ଗେଟରୁ ଟୋଲ ଆଦାୟ କରାଯାଉଥିବାରୁ ଟ୍ରକ ଓ ଟିପର ଗାଡି ମାଲିକ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ୨୦ ନମ୍ବର ଜାତୀୟ ରାଜପଥ ସମେତ ସର୍ଭିସ ରାସ୍ତାଗୁଡିକ ମରାମତି ଅଭାବରୁ ଦୁର୍ଘଟଣା ପ୍ରବଣ ହୋଇପଡିଛି। ଏଥିଲାଗି ଗାଡିର ବିଭିନ୍ନ ଯନ୍ତ୍ରାଂଶ ଭାଙ୍ଗୁଛି ା ଜିଲାର ସବୁ ଗାଡିକୁ ଟୋଲ ଦେୟ ମୁକ୍ତ କରିବା, ଲୁହାପଥର ପରିବହନ କରୁଥିବା ଟ୍ରକ ମାଲିକଙ୍କୁ ଉଚିତ ଭଡା ପ୍ରଦାନ ଏବଂ ରାସ୍ତା ମରାମତି ଦିଗରେ ସରକାର ପଦକ୍ଷେପ ନେବା ଉଚିତ। ଗୋଟିଏ ରାଜ୍ୟର ଗାଡି ଅନ୍ୟ ରାଜ୍ୟରେ ଚଳାଚଳ ଉପରେ କଟକଣା ରହିଥିବା ବେଳେ କେନ୍ଦୁଝର ଜିଲାରେ କିଭଳି ଏହାକୁ ଉଲ୍ଲଂଘନ କରାଯାଉଛି, ସେ ନେଇ ଖବରଦାତା ସମ୍ମିଳନୀରେ ପ୍ରଶ୍ନ ଉଠାଯାଇଥିଲା। ଏସବୁ ସମସ୍ୟାର ସମାଧାନ ଲାଗି ସରକାର ଓ ପ୍ରଶାସନ ଉପରେ ଚାପ ପକାଇବାକୁ ସମସ୍ତ ସଂଘକୁ ନେଇ ଏକ ସମନ୍ନୟ କମିଟି ଗଠନ କରାଯାଇଥିବା ସୂଚନା ଦିଆଯାଇଥିଲା। ଖବରଦାତା ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦୁଝର ସଂଘ ସଭାପତି ରମାକାନ୍ତ ନାୟକ, ସମ୍ପାଦକ ସୂର୍ଯ୍ୟ ନାରାୟଣ କର, ଯୁଗ୍ମ ସମ୍ପାଦକ ଦେବାଶିଷ ପଟ୍ଟନାୟକ, ବଡବିଲ ସଂଘର ସଭାପତି ତରଣୀସେନ ମହାପାତ୍ର, ଯୋଡା ସଂଘର ସମ୍ପାଦକ ରବି ଦାସପ୍ରମୁଖ ଉପସ୍ଥିତ ଥିଲେ । ପ୍ରଶାସନ ଏହାର ପ୍ରତିକାର ନ ଗଲେ ଆଗାମୀ ଦିିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘର କର୍ମକର୍ତ୍ତା ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ମହୁଲି ଭାଟି ଉପରେ ପୋଲିସର ଚଢ଼ାଉ, ମଦ ରନ୍ଧା ସାମଗ୍ରୀରେ ଲଗାଇଦେଲା ନିଆଁ

ପାଟଣା,୫ା୧୨(ବୀରକିଶୋର ଦାଶ): ବେଆଇନଦେଶୀ ମହୁଲି ଭାଟି ଉପରେ ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମହୁଲି ମଦ ସହ ପୋଚ ନଷ୍ଟ କରିଛି। କେନ୍ଦୁଝର ଜିଲାତୁରୁମୁଙ୍ଗା...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବୈତରଣୀରେ ନିର୍ମାଣ ହେବ ବ୍ୟାରେଜ୍‌

ପାଟଣା,୫ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପାଇଁ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ତହସିଲ ରାଜନଗର ବୈତରଣୀ ନଦୀରେ ଭୀମକୁଣ୍ଡ ବ୍ୟାରେଜ ନିର୍ମାଣ ହେବାର...

ବସ୍‌ରେ ଦିବ୍ୟାଙ୍ଗ ନାବାଳିକାଙ୍କୁ କଣ୍ଡକ୍ଟରଙ୍କ ଦୁର୍ବ୍ୟବହାର, ବସ୍‌ ମାଲିକଙ୍କୁ ନୋଟିସ୍‌

କେନ୍ଦୁଝର,୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ଦିବ୍ୟାଙ୍ଗ ନାବାଳିକା ତାଙ୍କ ମା’ଙ୍କ ସହିତ ଚିକିତ୍ସା ପାଇଁ ଭୁବନେଶ୍ବରକୁ ଯାଉଥିବା ବେଳେ ସେମାନଙ୍କୁ ଏକ ବସ୍‌ର କଣ୍ଡକ୍ଟର ଦୁର୍ବ୍ୟବହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri