ଏକାଠି ଭୋଜନ କଲେ ନିିବିଡ଼ ହୁଏ ସମ୍ପର୍କ

ପେନସିଲଭାନିଆ,୯।୬: ପରିବାର ସଦସ୍ୟଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ତଥା ନିବିଡ଼ ସମ୍ପର୍କ ରହିବା ଗୁରୁତ୍ୱପୂର୍ଣ୍ଣ। ଏହା ପରିବାର ମୂଳଦୁଆ ପରି। ତେବେ ପରିବାର ସଦସ୍ୟ ଏକାଠି ଭୋଜନ କଲେ ସେମାନଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥାଏ। ଏନେଇ ଓହିଓ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏସମ୍ପର୍କିତ ରିପୋର୍ଟ ମଧ୍ୟ ନ୍ୟୁଟ୍ରେଶନ ଏଜୁକେଶନ ଆଣ୍ଡ୍‌ ବିହାବିୟର ପତ୍ରିକାରେ ପ୍ରକାଶ ପାଇଛି। ତେବେ ଭୋଜନ ସମୟରେ ଟିଭି ବନ୍ଦ କରାଯିବାକୁ ରିପୋର୍ଟ କୁହାଯାଇଛି। ଗବେଷକ ୨୫୯ ଅଭିଭାବକଙ୍କ ଉପରେ ଅଧ୍ୟୟନ କରି ଏହା ଜାଣିପାରିଛନ୍ତି। ଅଲଗା ଅଲଗା ଭୋଜନ କରୁଥିବା ପରିବାର ସଦସ୍ୟଙ୍କ ତୁଳନାରେ ଏକାଠି ଭୋଜନ କରୁଥିବା ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇପାରିଥାଏ ବୋଲି ଗବେଷକ ପ୍ରଫେସର ଜେ. ପ୍ରାଟ୍‌ ସୂଚନା ଦେଇଛନ୍ତି। ଏଭଳି ପରିବାରରେ ସଦସ୍ୟମାନେ ଚାପ ମୁକ୍ତ ମଧ୍ୟ ରହୁଥିବା ସେ କହିଛନ୍ତି।