Posted inଫୁରସତ

ଏକାକୀ ମହିଳାଙ୍କ ଭରସା ରାଜି ଆକ୍କା

ଚେନ୍ନାଇର ପିଭି ରାଜି ଅଶୋକ ଜଣେ ଅଟୋ ଚାଳିକା। ମଧ୍ୟରାତ୍ର ହେଉକି ଉଦୁଉଦିଆ ଖରାବେଳ, ସେ କେବେ ବି କୌଣସି ମହିଳାଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାକୁ ମନା କରି ନ ଥାଆନ୍ତି ।

୮-୯ ଘଣ୍ଟିଆ ଶିଫ୍ଟ ସରିଯାଇଥିଲେ ହେଁ ସେ ନାଇଟ୍‌ ଡ୍ୟୁଟିକୁ ଯାଉଥିବା ମହିଳା ହୁଅନ୍ତୁ ଅବା ଲେଟ ନାଇଟ୍‌ ଫ୍ଲାଇଟ୍‌ ଧରିବାକୁ ଥିବା ମହିଳାଙ୍କୁ ସୁରକ୍ଷିତଭାବେ ନେଇଥାଆନ୍ତି। ତେଣୁ ସେ ସମସ୍ତଙ୍କର ପ୍ରିୟ ରାଜି ଆକ୍କା(ଭଉଣୀ) ପାଲଟିଛନ୍ତି। ତେବେ ରାଜିଙ୍କର ସର୍ତ୍ତଥାଏ ଯେ, ଅତିକମ୍‌ରେ ଏକ ଘଣ୍ଟା ଆଗରୁ ବୁକ୍‌ କରିବାକୁ ହେବ। ଦୀର୍ଘ ୨୦ ବର୍ଷ ହେବ ସେ ଅଟୋ ଚଲାଉଛନ୍ତି। ରାଜି ଛୋଟପିଲା, ବୟସ୍କ ବ୍ୟକ୍ତି ଓ ଭଡା ଦେବା ପାଇଁ ପାଖରେ ଟଙ୍କା ନ ଥିବା ମହିଳାଙ୍କୁ ମାଗଣାରେ ନିଅନ୍ତି। ଦିନକୁ ସେ ୩୦ଟି ଟ୍ରିପ୍‌ ନେଇଥାଆନ୍ତି। ଆଉ ମାସିକ ୩୦-୪୦ ହଜାର ଟଙ୍କା ରୋଜଗାର କରନ୍ତି। ରାଜି ପ୍ରକୃତରେ କେରଳ, ପଲ୍ଲକଡର ଅଟନ୍ତି। ଗ୍ରାଜୁଏଶନ୍‌ କରିବା ସମୟରେ ସେ ଅଶୋକ ନାମକ ଅଟୋ ଡ୍ରାଇଭର୍‌ଙ୍କୁ ଭଲ ପାଇ ବିବାହ କଲେ। ଆଉ ସେମାନେ କୋଏମ୍ବାଟୋର ଚାଲିଗଲେ। ସେଠି ଅଶୋକ ଅଟୋ ଚଳାଇଲେ ଓ ରାଜି ଟ୍ରାଭେଲ ଏଜେନ୍ସିରେ ଆକାଉଣ୍ଟାଣ୍ଟ ଭାବେ କାମ କଲେ। ୧୯୯୮ରେ କୋଏମ୍ବାଟୋରରେ ବିସ୍ଫୋରଣ ଘଟଣା ଘଟିବା ପରେ ସେମାନେ ଚେନ୍ନାଇ ଚାଲିଯାଇଥିଲେ। ସେଠାରେ କିନ୍ତୁ ଚାକିରି ନ ମିଳିବାରୁ ସେ ନିଷ୍ପତ୍ତି ନେଲେ ସ୍ବାମୀଙ୍କ ପରି ଅଟୋ ଚଳାଇବେ। ପ୍ରାରମ୍ଭିକ ସମୟରେ ଅଟୋ ଚଳାଇବା ତାଙ୍କ ପାଇଁ ଏତେ ସହଜ ନ ଥିଲା। ହେଲେ ଏବେ ସେ ଏହି କାମରେ ବେଶ୍‌ ପାରଙ୍ଗମ। ଖାସ୍‌ କରି ମହିଳାଙ୍କ ପାଇଁ ସେ ସ୍ବତନ୍ତ୍ର ସେବା ପ୍ରଦାନ କରୁଛନ୍ତି। ତେଣୁ ସେ ମହିଳାଙ୍କର ପ୍ରିୟ ପାଲଟିଛନ୍ତି। ତାଙ୍କୁ କଲେଜରେ

ମୋଟିଭେଶନାଲ୍‌ ଟକ୍‌ ପାଇଁ ବି ନିମନ୍ତ୍ରଣ କରାଯାଉଛି। ଚେନ୍ନାଇର ୧୩ଟି କଲେଜରେ ଟକ୍‌ ଦେଇସାରିଲେଣି। ଏହାଛଡା ସେ ମହିଳାଙ୍କୁ ମାଗଣାରେ ଅଟୋ ଚଳାଇବା ତାଲିମ ବି ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri