ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଛାତ୍ର ଅଶାନ୍ତି

ଖୁଣ୍ଟା,୭ା୨(ଡ଼ି.ଏନ୍‌.ଏ.): ଖୁଣ୍ଟା ବ୍ଲକ ଅଧୀନ ଧାନଘେରା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଗୁରୁବାର କେତେକ ସମସ୍ୟାକୁ ନେଇ ଛାତ୍ର ଅଶାନ୍ତି ଦେଖା ଦେଇଥିଲା। ଉଦଳା ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କ ହସ୍ତକ୍ଷେପ ପରେ ଛାତ୍ରୀଛାତ୍ରମାନେ ଶାନ୍ତ ପଡିଥିବା ଜଣାପଡ଼ିଛି । ଉକ୍ତ ବିଦ୍ୟାଳୟରେ ଷଷ୍ଠରୁ ଦ୍ୱାଦଶ ପର୍ଯ୍ୟନ୍ତ ମୋଟ ୪୦୮ ଜଣ ଛାତ୍ରୀଛାତ୍ର ପଢୁ ଥିବାବେଳେ ସେମାନଙ୍କୁ ନିୟମିତ ଭାବେ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଆର୍ଥିକ ବର୍ଷର ନଭେମ୍ବର ମାସ ସୁଦ୍ଧା ପୋଷାକ ପତ୍ର ସମେତ ଚପଲ, ବେଡ଼ସିଟ ଓ ଖାତା ଇତ୍ୟାଦି ମିଳି ଆସୁଥିଲା। ମାତ୍ର ଚଳିତ ଆର୍ଥିକ ବର୍ଷର ଫେବୃଆରୀ ମାସ ହୋଇଥିଲେ ହେଁ କେବଳ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ପୋଷାକ ପାଇଥିବା ବେଳେ ଅନ୍ୟ ସାମଗ୍ରୀ ପାଇ ନାହାନ୍ତି । ସେହିପରି ଦଶମ ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ଶ୍ରେଣୀର ଛାତ୍ରୀଛାତ୍ରମାନେ କୌଣସି ସାମଗ୍ରୀ ପାଇ ନାହାନ୍ତି। ଏପରିସ୍ଥଳେ ଫେବୃଆରୀ ମାସଠାରୁ ବିଭିନ୍ନ ଶ୍ରେଣୀର ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ପରୀକ୍ଷା ପରେ ଏସବୁ ସାମଗ୍ରୀ ମିଳିବକି ନାହିଁ ଏହି ଆଶଙ୍କାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଗୁରୁବାର ଛାତ୍ରୀଛାତ୍ରମାନେ ଶ୍ରେଣୀକୁ ନ ଯାଇ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ। ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାୟଗୁରୁ ପିଲାମାନଙ୍କୁ ବୁଝାସୁଝା କରିଥିଲେ ହେଁ କୌଣସି ସୁଫଳ ମିଳି ନ ଥିଲା। ଖବର ପାଇ ଉଦଳା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଦେବଦତ୍ତ ପଣ୍ଡା ପହଞ୍ଚି ଛାତ୍ରୀଛାତ୍ରମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଆସନ୍ତା ସୋମବାର ସୁଦ୍ଧା ସମସ୍ତ ସାମଗ୍ରୀ ପିଲାମାନଙ୍କୁ ଯୋଗାଇ ଦିଆଯିବା ବୋଲି ପ୍ରକଳ୍ପ ପ୍ରଶାସକ ପଣ୍ଡା ପ୍ରତିଶ୍ରୁତି ଦେବାପରେ ଛାତ୍ରୀଛାତ୍ରମାନେ ଶାନ୍ତ ପଡ଼ିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri