ଏକଦା ଦିନକୁ ୩୫ ଟଙ୍କା ରୋଜଗାର କରୁଥିଲେ ରୋହିତ, ଏବେ ଗୋଟିଏ ଫିଲ୍ମ ନିର୍ଦ୍ଦେଶନା ଲାଗି ନେଉଛନ୍ତି ୧୫ କୋଟି

ବମ୍ବେ: ବଲିଉଡ୍‌ର ହିଟ୍‌ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରୋହିତ ସେଟ୍ଟୀ। ତାଙ୍କର ପ୍ରତିଟି ସିନେମାରେ ଥାଏ ଆକ୍ସନ, ରୋମାନ୍ସ, କମେଡିର ତଡକା। ଆଜି ହେଉଛି ଏହି ଅଲ୍‌ରାଉଣ୍ଡର ନିର୍ଦ୍ଦେଶକଙ୍କ ହାପି ଓ୍ବାଲା ବର୍ଥ ଡେ। ୧୯୭୬ ମସିହା ମାର୍ଚ୍ଚ ୧୪ରେ ବମ୍ବେରେ ଜନ୍ମ ହୋଇଥିଲେ ରୋହିତ।

ରୋହିତଙ୍କ ପ୍ରାରମ୍ଭିକ ଜୀବନ ସେତେଟା ଭଲ ନ ଥିଲା। ଏକ ସାକ୍ଷାତ୍‌କାରରେ ସେ ନିଜର ସଂଘର୍ଷର ଦିନକୁ ମନେ ପକାଇଥିଲେ। ପଢ଼ିବା ପାଇଁ ସେ ବହୁତ କଷ୍ଟ କରିଥିଲେ। ସକାଳ ଛଅଟା ପୂର୍ବରୁ ଉଠିଯାଉଥିଲେ ସେ। ପରେ ସେ ଟ୍ରେନ୍‌ରେ ଅନ୍ଧେରୀ ପହଞ୍ଚୁଥିଲେ। ସେଠାରୁ ଅନ୍ୟ ଏକ ଟ୍ରେନ୍‌ରେ ସାଣ୍ଟାକ୍ରୁଜ୍‌ ପହଞ୍ଚୁଥିଲେ। ସେଠାରୁ କିଛି ବାଟ ଚାଲିବା ପରେ ତାଙ୍କ ସ୍କୁଲ ଆସୁଥିଲା। ହେଲେ ରୋହିତଙ୍କ ବାପା ଚାଲିଯିବା ପରେ ସବୁଠାରୁ ଅଧିକ କଷ୍ଟ ପାଇଥିଲେ ସେ। ମା’ ଘର ଚଳାଇବା ଲାଗି ବହୁତ ଚେଷ୍ଟା କରିଥିଲେ। ରୋହିତ ଚାକିରି କରିବା ସମୟରେ ତାଙ୍କୁ ଗୋଟିଏ ଦିନ ପାଇଁ ଦରମା ମିଳୁଥିଲା ୩୫ ଟଙ୍କା। ଏବେ କିନ୍ତୁ ସମୟକୁ ବଦଳାଇଛନ୍ତି ସେ। କଠିନ ପରିଶ୍ରମ ଦ୍ୱାରା ଏବେ ରୋହିତଙ୍କ ପ୍ରାୟ ଫିଲ୍ମ ୧୦୦ କୋଟି କ୍ଲବ୍‌ରେ ସାମିଲ ହେଉଛି। ଏପରି କି ସେ ଗୋଟିଏ ଫିଲ୍ମର ନିର୍ଦ୍ଦେଶନା ପାଇଁ ୧୫ କୋଟି ନେଉଛନ୍ତି। ଆଗାମୀ ଦିନରେ ତାଙ୍କର ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର, ଅଜୟ ଦେବଗନ, ରଣବୀର ସିଂ ପ୍ରମୁଖ ନଜର ଆସିବେ। ଏହାଛଡ଼ା ନାୟିକା ଭୂମିକାରେ କାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିବ। ଏବେ କରୋନା ପାଇଁ ଫିଲ୍ମର ରିଲିଜ୍‌ ଡେଟ୍‌ ଘୁଞ୍ଚାଇ ଦିଆଯାଇଛି।

Share