Categories: ଫୁରସତ

ଏକତାର ନିଦର୍ଶନ ଏଇ ବ୍ରିଜ୍‌

ଭେନିସ୍‌ ସହର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ପ୍ରସିଦ୍ଧ। ଜଳମଗ୍ନ ଏହି ସହର ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଏଠାକାର ସ୍ଥାପତ୍ୟ ବି ବେଶ୍‌ ଉଚ୍ଚକୋଟୀର। ତେବେ ନିକଟରେ ଏଠି ଆଉ ଏକ ସ୍ଥାପତ୍ୟ ପାଲଟିଛି ଆକର୍ଷଣର କେନ୍ଦ୍ର। ସେ ହେଉଛି ଲୋରେଞ୍ଜୋ କୁଇନ୍‌ଙ୍କ ଦ୍ୱାରା ନିର୍ମିତ ଐତିହାସିକ ଆର୍ସେନେଲ୍‌ରେ ଥିବା ଛଅ ଯୋଡି ବିରାଟକାୟ ହାତ ପରସ୍ପରକୁ ଛୁଇଁ ରହିଥିବା ଏକ ବ୍ରିଜ୍‌। ଉକ୍ତ ବ୍ରିଜ୍‌ଟି ସାଧାରଣ ବ୍ରିଜ୍‌ଠାରୁ ଦେଖିବାକୁ ସମ୍ପୂର୍ଣ୍ଣ ଅଲଗା। ପ୍ରାୟ ୫୦ ଫୁଟ୍‌ ଉଚ୍ଚ ଓ ୬୫ ଫୁଟ ଓସାର ବିଶିଷ୍ଟ ଏହି ବ୍ରିଜ୍‌ ଏବେ ଏକତାର ନିଦର୍ଶନ ପାଲଟିଛି। ତା’ ସହ ସେ ପାଞ୍ଚ ଯୋଡା ହାତକୁ ୫ଟି ମହାଦେଶ ଓ ଅନ୍ୟ ଏକ ଯୋଡା ହାତକୁ ଏମାନଙ୍କ ଭିତରେ ଥିବା ଭଲ ପାଇବା, ଯାହା ସେମାନଙ୍କୁ ଏକତ୍ର ରଖେ ଦର୍ଶାଇଥାଏ।

Share