Categories: ବାଣିଜ୍ୟ

ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ କ୍ଲାସ

ଭୁବନେଶ୍ୱର, ୩।୪: ବର୍ତ୍ତମାନର କରୋନା ଜନିତ ଲକ୍‌ଡାଉନ ସମୟରେ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନ୍‌ଲାଇନ କ୍ଲାସ ଶୁଭାରମ୍ଭ ହୋଇଛି। ଫାକଲଟିମାନେ ଅନଲାଇନ ଲାଇଭ କ୍ଲାସ୍‌ରୁମ୍‌ ସେସନ କରୁଥିବା ବେଳେ କୋର୍ସ ଶେଷ କରିବାକୁ ପଦକ୍ଷେପ ନିଆଯାଇଛି। ଛାତ୍ରୀଛାତ୍ରଙ୍କ ଲାଗି ଅନ୍‌ଲାଇନରେ ଡାଉଟ କ୍ଲିୟରିଂ ଏବଂ କାଉନସେଲିଂ ମଧ୍ୟ କରାଯାଉଛି। ବିଶ୍ୱ ବିଦ୍ୟାଳୟ ଭର୍ଚୁଆଲ ମିଟିଂ ଏବଂ ଜୁମ୍‌ ଆପ୍‌ର ସହାୟତା ନେଉଛି। ଏହି ପଦକ୍ଷେପ ଦ୍ୱାରା ଛାତ୍ରୀଛାତ୍ର ଘରେ ରହିବା ସହ ପାଠ ବଢିବାର ସୁଯୋଗ ପାଇପାରୁଛନ୍ତି। ଏହାବାଦ ଶେଷ ହୋଇ ନ ଥିବା କୋର୍ସକୁ ସାରିବାରେ ଏଭଳି ପଦକ୍ଷେପ ସହାୟତା କରିଛି ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ରହିଛି।

Share