Categories: ଭଦ୍ରକ

ଏଏନ୍‌ଏମ୍‌ ସେଣ୍ଟର ପାଲଟିଛି ଧାନ ଗୋଦାମ

ତିହିଡ଼ି,୧୬।୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବାରୋ ପଞ୍ଚାୟତରେ ଥିବା ଏଏନ୍‌ଏମ୍‌ ସେଣ୍ଟର ଧାନଗୋଦାମ ପାଲଟିଛି। ଏହାକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ବୁଧବାର ଏ ସମ୍ପର୍କରେ ଜିଲାପାଳଙ୍କ ନିକଟକୁ ଅଭିଯୋଗ ପଠାଇବା ସହ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ତିହିଡ଼ି ମେଡ଼ିକାଲ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି ଜଣାଇଛନ୍ତି। ପଞ୍ଚାୟତରେ ନବନିର୍ମିତ ଏଏନ୍‌ଏମ୍‌ ସେଣ୍ଟର ମହିଳା, ଶିଶୁ ଓ ଗର୍ଭବତୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଉଦ୍ଦିଷ୍ଟ। କେତେଜଣ ବ୍ୟକ୍ତି ଏହାକୁ ଜବରଦଖଲ କରି ଧାନ ଗୋଦାମ କରି ନିଜର ବ୍ୟକ୍ତିଗତ ଫାଇଦା ଉଠାଉଥିବା ଅଭିଯୋଗରେ ଦର୍ଶାଯାଇଛି। ଫଳରେ ଲୋକେ ଏଠାକୁ ଚିକିତ୍ସା ପାଇଁ ଆସି ନିରାଶରେ ଫେରୁଛନ୍ତି। ପଞ୍ଚାୟତର ବିଜୟ କୁମାର ଜେନା, ସତ୍ୟଜିତ ନାୟକ, ପ୍ରଦୀପ କୁମାର ବାରିକ, ଦୀପକ ବାରିକ, ନାରାୟଣ ଚନ୍ଦ୍ର ବିଶ୍ୱାଳ, ଜୟନ୍ତ କୁମାର ଦାସ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।