ନିଷ୍ଠା ଓ କଠୋର ପରିଶ୍ରମ ସଫଳତାର ଚାବିକାଠି, ଯାହା ପ୍ରତିପାଦିତ କରିଛନ୍ତି ମହାରାଷ୍ଟ୍ରର ସବିତା ଡାକଲେ। ସବିତାଙ୍କ ବୟସ ୩୮। ରହୁଛନ୍ତି ଫୁଲାମ୍ବରୀ ଜିଲାରେ। ମାତ୍ର ୧୦ମ ଶ୍ରେଣୀ ଯାଏ ପଢ଼ି ପାଠ ଛାଡ଼ି ପରିବାର ପ୍ରତିପୋଷଣ ଦାୟିତ୍ୱ ମୁଣ୍ଡକୁ ନେବା ପରେ ତାଙ୍କୁ ବାଲ୍ୟବିବାହ କରିବାକୁ ପଡ଼ିଥିଲା। ସେ ଔରଙ୍ଗାବାଦରେ ବଢ଼ିଥିଲେ ବି ଫୁଲାମ୍ବରୀ ଜିଲାର ଏକ ଗାଁକୁ ବୋହୂ ହୋଇ ଆସିବା ପରେ କୃଷିକର୍ଯ୍ୟରେ ଲାଗିଥିଲେ। ତାଙ୍କ ଶାଶୁଘର କୃଷକ ପରିବାର ହୋଇଥିବାରୁ ସବିତା ଶୀଘ୍ର କୃଷିକାର୍ଯ୍ୟ ଶିକ୍ଷା କରିନେଲେ। ପରେ ଜୈବିକ ଚାଷ କରିବା ସହ ତାଙ୍କ ଗାଁ ଓ ନିକଟବର୍ତ୍ତୀ ଅଞ୍ଚଳର ପ୍ରାୟ ୯୦୦ ମହିଳାଙ୍କୁ ଉକ୍ତ ଚାଷ କରିବାକୁ ପ୍ରେରିତ କରିଛନ୍ତି। କେବଳ ଏତିକି ନୁହେଁ, ୨୦୧୭ରେ ସେ ଫେସ୍ବୁକ୍ କମ୍ୟୁନିଟି ‘ଓମେନ୍ ଇନ୍ ଏଗ୍ରିକଲ୍ଚର’ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରୁ ୭ ଲକ୍ଷ ସଦସ୍ୟଙ୍କୁ ଯୋଡ଼ି ଜୈବିକ କୃଷି ସମ୍ପର୍କରେ ଶିକ୍ଷା ଦେଇଛନ୍ତି। ପ୍ରଥମରୁ ସେ ୧୭ ବର୍ଷ ବୟସରେ ଜୈବିକ କୃଷି ଉପରେ ପ୍ରଶିକ୍ଷଣ ନେଇ ନିଜ ଜମିରେ ଚାଷ ଆରମ୍ଭ କରିଥିଲେ ଓ ଏବେ ସେ ତାଙ୍କ ଅଭିଜ୍ଞତାକୁ ଅନ୍ୟମାନଙ୍କ ସହ ଶେୟାର କରୁଛନ୍ତି। ସବିତା ସକାଳୁ ଉଠି ଘରକାମ ଶେଷ କରି ୧୦ଟାରେ କ୍ଷେତକୁ ଯାଇ ସନ୍ଧ୍ୟାରେ ଫେରନ୍ତି। ରାତିରେ ଖାଇବା ପରେ ଜୈବିକ କୃଷି ନେଟ୍ଓ୍ବର୍କରେ ଲାଗିପଡ଼ନ୍ତି। ଏଥିରେ ସେ ମହିଳାମାନେ ସମ୍ମୁଖୀନ ହେଉଥିବା କୃଷି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତି। ନିଜେ ଜୈବିକ କୃଷିରେ ସଫଳତା ପାଇବା ସହ ମହିଳାମାନଙ୍କୁ ଏଥିରେ ସାମିଲ କରିବାର ଦକ୍ଷତା ଲାଗି ତାଙ୍କୁ ଜିଲା ତଥା ରାଜ୍ୟରେ ଅନେକ ପୁରସ୍କାର ମିଳିଛି। ସେ ଏବେ ମହିଳା ଚାଷୀମାନଙ୍କ ମଧ୍ୟରେ ‘ସବିତା ଦିଦି’ ଭାବେ ବେଶ୍ ଜଣାଶୁଣା।
ମହେନ୍ଦ୍ରଗିରିର ଶିବ ମହିମା
ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…
ଦେଶଭକ୍ତି ଚିନ୍ତା
ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍’କୁ…
ମୁଁ ଗୋଟିଏ ଗାଈ
ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…
ଆମକୁ ଯାହା ଲଜ୍ଜା ନାହିଁ
ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…
ବିକଳ୍ପ ଶେଷ
ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍ କରି ଆଇଏଏସ୍ କିମ୍ବା ଆଇଏଫ୍ଏସ୍ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…
ଏଇ ଭାରତରେ
ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍କାତାଠାରୁ ୭୨ କି.ମି.…
ରେଡିଓ: ମନର କଥା କହେ
ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…
ଆସ୍ଥାର ବଜାରୀକରଣ
ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…
Archives

