ନିଷ୍ଠା ଓ କଠୋର ପରିଶ୍ରମ ସଫଳତାର ଚାବିକାଠି, ଯାହା ପ୍ରତିପାଦିତ କରିଛନ୍ତି ମହାରାଷ୍ଟ୍ରର ସବିତା ଡାକଲେ। ସବିତାଙ୍କ ବୟସ ୩୮। ରହୁଛନ୍ତି ଫୁଲାମ୍ବରୀ ଜିଲାରେ। ମାତ୍ର ୧୦ମ ଶ୍ରେଣୀ ଯାଏ ପଢ଼ି ପାଠ ଛାଡ଼ି ପରିବାର ପ୍ରତିପୋଷଣ ଦାୟିତ୍ୱ ମୁଣ୍ଡକୁ ନେବା ପରେ ତାଙ୍କୁ ବାଲ୍ୟବିବାହ କରିବାକୁ ପଡ଼ିଥିଲା। ସେ ଔରଙ୍ଗାବାଦରେ ବଢ଼ିଥିଲେ ବି ଫୁଲାମ୍ବରୀ ଜିଲାର ଏକ ଗାଁକୁ ବୋହୂ ହୋଇ ଆସିବା ପରେ କୃଷିକର୍ଯ୍ୟରେ ଲାଗିଥିଲେ। ତାଙ୍କ ଶାଶୁଘର କୃଷକ ପରିବାର ହୋଇଥିବାରୁ ସବିତା ଶୀଘ୍ର କୃଷିକାର୍ଯ୍ୟ ଶିକ୍ଷା କରିନେଲେ। ପରେ ଜୈବିକ ଚାଷ କରିବା ସହ ତାଙ୍କ ଗାଁ ଓ ନିକଟବର୍ତ୍ତୀ ଅଞ୍ଚଳର ପ୍ରାୟ ୯୦୦ ମହିଳାଙ୍କୁ ଉକ୍ତ ଚାଷ କରିବାକୁ ପ୍ରେରିତ କରିଛନ୍ତି। କେବଳ ଏତିକି ନୁହେଁ, ୨୦୧୭ରେ ସେ ଫେସ୍ବୁକ୍ କମ୍ୟୁନିଟି ‘ଓମେନ୍ ଇନ୍ ଏଗ୍ରିକଲ୍ଚର’ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରୁ ୭ ଲକ୍ଷ ସଦସ୍ୟଙ୍କୁ ଯୋଡ଼ି ଜୈବିକ କୃଷି ସମ୍ପର୍କରେ ଶିକ୍ଷା ଦେଇଛନ୍ତି। ପ୍ରଥମରୁ ସେ ୧୭ ବର୍ଷ ବୟସରେ ଜୈବିକ କୃଷି ଉପରେ ପ୍ରଶିକ୍ଷଣ ନେଇ ନିଜ ଜମିରେ ଚାଷ ଆରମ୍ଭ କରିଥିଲେ ଓ ଏବେ ସେ ତାଙ୍କ ଅଭିଜ୍ଞତାକୁ ଅନ୍ୟମାନଙ୍କ ସହ ଶେୟାର କରୁଛନ୍ତି। ସବିତା ସକାଳୁ ଉଠି ଘରକାମ ଶେଷ କରି ୧୦ଟାରେ କ୍ଷେତକୁ ଯାଇ ସନ୍ଧ୍ୟାରେ ଫେରନ୍ତି। ରାତିରେ ଖାଇବା ପରେ ଜୈବିକ କୃଷି ନେଟ୍ଓ୍ବର୍କରେ ଲାଗିପଡ଼ନ୍ତି। ଏଥିରେ ସେ ମହିଳାମାନେ ସମ୍ମୁଖୀନ ହେଉଥିବା କୃଷି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତି। ନିଜେ ଜୈବିକ କୃଷିରେ ସଫଳତା ପାଇବା ସହ ମହିଳାମାନଙ୍କୁ ଏଥିରେ ସାମିଲ କରିବାର ଦକ୍ଷତା ଲାଗି ତାଙ୍କୁ ଜିଲା ତଥା ରାଜ୍ୟରେ ଅନେକ ପୁରସ୍କାର ମିଳିଛି। ସେ ଏବେ ମହିଳା ଚାଷୀମାନଙ୍କ ମଧ୍ୟରେ ‘ସବିତା ଦିଦି’ ଭାବେ ବେଶ୍ ଜଣାଶୁଣା।
ଏଇ ଭାରତରେ
ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍ କେବଳ ପାଣି...
ଜୀବନ୍ତ ଗ୍ରହର ଜୀବନ ରହସ୍ୟ
ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...
ଶିଶୁ ଅନୁକୂଳ ପାଠାଗାର
ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...
ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ
‘ବନ୍ଦେ ମାତରମ୍’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...
ଏଇ ଭାରତରେ
ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...
କଚ୍ଛପ ଗତି
କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...
ପୁଟିନ୍ଙ୍କ ଭାରତ ଗସ୍ତ ଅନ୍ତରାଳେ
ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଘୋର ଅସନ୍ତୁଷ୍ଟ। ଏଭଳି ଏକ...
ଏକଚାଟିଆ ବ୍ୟବସାୟ
ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...
Archives


