ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିଲେ ପଙ୍ଗୁ ବି ଗିରିପଥ ଅତିକ୍ରମ କରିପାରେ। ଗଭୀର ଅଧ୍ୟବସାୟ ଓ ଆତ୍ମବିଶ୍ୱାସ ବଳରେ କୌଣସି ବ୍ୟକ୍ତି ନିଶ୍ଚୟ ସଫଳ ହୋଇପାରନ୍ତି। ଉତ୍ତରପ୍ରଦେଶ ଗାଜିଆବାଦ ଅନ୍ତର୍ଗତ ପ୍ରତାପବିହାରର ଅମୃତା ଆନନ୍ଦମୟୀ କୁଟୀରମ୍‌ରେ ବାସ କରୁଥିବା ଗୁଡ୍ଡିଙ୍କ ଇଚ୍ଛାଶକ୍ତି ଆଗରେ ସାମାଜିକ ପ୍ରତିବନ୍ଧକ ହାର ମାନିଛି। ୨୦୧୪ରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଗୁଡ୍ଡି ଉପରେ ଝିଅ ଓ ପୁଅର ଲାଳନପାଳନ ଦାୟିତ୍ୱ ପଡ଼ିଥିଲା। ତେବେ ସେ ଧୈର୍ଯ୍ୟହରା ନ ହୋଇ ଇ-ରିକ୍ସା ଚଳାଇବା ଆରମ୍ଭ କରିଥିଲେ। ଏ ନେଇ ତାଙ୍କୁ ସାହିପଡ଼ିଶାଙ୍କଠାରୁ ଟାହିଟାପରା ମଧ୍ୟ ଶୁଣିବାକୁ ପଡ଼ିଥିଲା। ତଥାପି ସେ ଭାଙ୍ଗିପଡି ନ ଥିଲେ। ହାର୍‌ ନ ମାନି ଆଗକୁ ମାଡି ଚାଲିଥିଲେ। ଏବେ ତାଙ୍କ ସାହସ ଓ କର୍ତ୍ତବ୍ୟନିଷ୍ଠା ଦେଖି ସ୍ଥାନୀୟ ଅଞ୍ଚଳର ଅନ୍ୟ ୫ ଜଣ ମହିଳା ଇ-ରିକ୍ସା ଚଳାଇବା ଆରମ୍ଭ କରିଛନ୍ତି। ସେମାନଙ୍କୁ ଗାଡି ଚଳାଇବା ତାଲିମ ଦେଇଛନ୍ତି ଗୁଡ୍ଡି। ଏପରି କରି ସେ ସମାଜ ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri