ଏଇ ଭାରତରେ

ଟ୍ରାଫିକ ନିୟମ ନ ମାନିଲେ ଚାଳକଙ୍କୁ ଜରିମାନା ଦେବାକୁ ପଡେ। କିନ୍ତୁ ଏହା ବଦଳରେ ସେମାନଙ୍କୁ ରଚନା ଲେଖିବାକୁ ପଡିଛି ଭୋପାଳରେ। ସଡ଼କ ସୁରକ୍ଷା ଆଇନ ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଚାଳକଙ୍କ ଉପରେ ଲାଗୁ କରାଯାଇଥିବା ଜରିମାନାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ଏଭଳି ନିୟମକୁ ଅମାନ୍ୟ କରି ରଚନା ଲେଖିଛନ୍ତି ୧୫୦ ଜଣ ଦୁଇଚକିଆ ଚାଳକ। ଭୋପାଳ ଟ୍ରାଫିକ ପୋଲିସ ହେଲ୍‌ମେଟ ପିନ୍ଧି ନ ଥିବା ଚାଳକଙ୍କୁ ହେଲମେଟ ନ ପିନ୍ଧିବାର କାରଣ ସମ୍ପର୍କରେ ରଚନା ଲେଖିବାକୁ କହିଥିଲା। ଏହି ଅଭିଯାନ ସଡକ ସୁରକ୍ଷା ସପ୍ତାହ ଅବସରରେ ଆରମ୍ଭ କରାଯାଇ ଏଭଳି ଦଣ୍ଡ ବ୍ୟବସ୍ଥା କରାଯାଇଥିଲା ବୋଲି କୁହନ୍ତି ଭୋପାଳର ଯୁଗ୍ମ ପୋଲିସ ଅଧୀକ୍ଷକ ପ୍ରଦୀପ ଚୌହାନ। ଟ୍ରାଫିକ ନିୟମ ଭଙ୍ଗ କରିଥିବା ଚାଳକମାନେ ୧୦୦ଟି ଶବ୍ଦରେ ରଚନା ଲେଖିଥିଲେ। ଟ୍ରାଫିକ ନିୟମ ଉପରେ ସଚେତନତା ସୃଷ୍ଟି କରିବା ଲାଗି ଏହା କରାଯାଇଥିଲା ଓ ଲୋକମାନଙ୍କୁ ଟ୍ରାଫିକ ନିୟମ ସମ୍ପର୍କିତ ପ୍ରଚାରପତ୍ର ମଧ୍ୟ ବଣ୍ଟାଯାଇଥିଲା। ଟ୍ରାଫିକ ନିୟମ ମାନୁ ନ ଥିବା ଲୋକମାନଙ୍କ ପାଇଁ ଆଗକୁ ଏହି ଦଣ୍ଡ ବ୍ୟବସ୍ଥା ଜାରି ରହିବ ବୋଲି କହିଛନ୍ତି ଚୌହାନ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri