ଏଇ ଭାରତରେ

ପବିତ୍ର ଧର୍ମଗ୍ରନ୍ଥ କୋରାନ ସହ ତିନି ପିଢି ହେବ ଭଗବତ୍‌ ଗୀତାକୁ ସାଇତି ରଖିଛନ୍ତି ଏକ ମୁସଲମାନ ପରିବାର। କେବଳ ଏତିକି ନୁହେଁ ତାହାକୁ ପଢୁଛନ୍ତି ଓ ଗୀତାର ଦର୍ଶନ ତାଙ୍କୁ ଜୀବନର ରାସ୍ତା ଦେଖାଉଛି ବୋଲି କହିଛନ୍ତି ଅନିଶ ଅନଓ୍ବାର। ମଧ୍ୟପ୍ରଦେଶର ରତଜାମ ଜିଲା ଅନ୍ତର୍ଗତ ଜାବରାରେ ସପରିବାର ରୁହନ୍ତି ଅନିଶ। ତାଙ୍କ ବୟସ ୫୭। ସେ ଜଣେ ଠିକାଦାର। ତାଙ୍କ ଘରେ ୧୨୧ ବର୍ଷ ହେବ ଊର୍ଦ୍ଦୁ ଲିଖିତ ଭଗବତ୍‌ ଗୀତାର ବାଣୀ ଶୁଣିବାକୁ ମିଳୁଛି। ଅନିଶ ତାଙ୍କ ବନ୍ଧୁ କିଶୋର ଶାକଲ୍ୟଙ୍କ ସହ ଗୀତା ପଢନ୍ତି। ମଥୁରାର ପଣ୍ଡିତ ଜାନକୀନାଥ ମଦନ ଦେହଲ୍‌ଭି ମୂଳ ସଂସ୍କୃତରୁ ଏହାକୁ ୧୫ ମାର୍ଚ୍ଚ ୧୮୯୮ରେ ଉର୍ଦ୍ଦୁରେ ଅନୁବାଦ କରିଥିଲେ। ପଣ୍ଡିତ ରାମାୟଣ ଭାର୍ଗବଙ୍କ ଦ୍ୱାରା ଏହା ମଥୁରା ପ୍ରେସ୍‌ରେ ପ୍ରକାଶିତ ହୋଇଥିଲା। ଏଥିରେ ଗୀତାର ୧୮ଟି ଅଧ୍ୟାୟର ସମସ୍ତ ଶ୍ଳୋକକୁ ୨୩୦ ପୃଷ୍ଠାରେ ଉର୍ଦ୍ଦୁରେ ବ୍ୟାଖ୍ୟା କରାଯାଇଛି। ପ୍ରକାଶନ ସମୟରେ ଏହାର ମୂଲ୍ୟ ୬ ପଇସା ଥିଲା। ଉର୍ଦ୍ଦୁରେ ପ୍ରକାଶିତ ଗୀତାର ପୃଷ୍ଠା ୪୧ରେ ପ୍ରକାଶିତ ଶ୍ଳୋକ ପଢି ଅନିଶ ଖୁବ୍‌ ପ୍ରଭାବିତ ହୋଇଛନ୍ତି। ଏହା ତାଙ୍କ ଜୀବନକୁ ପଥ ଦେଖାଇଛି ବୋଲି ସେ କୁହନ୍ତି। ଏହିି ଶ୍ଳେକର ଅର୍ଥ ହେଉଛି, ଯେଉଁ ମନୁଷ୍ୟକୁ ସ୍ପର୍ଶ ମାତ୍ରକେ କିଛି ପ୍ରଭାବ ପଡେନାହିଁ ଏବଂ ସୁଖ ଓ ଦୁଃଖରେ ସମାନ ସ୍ଥିତିରେ ରହେ, ସେ ଅମର ହୋଇଯାଏ। ଅନିଶ ଓ ତାଙ୍କ ପରିବାରର ଏଭଳି ମହତ୍‌ ଚିନ୍ତାଧାରା ଭାଇଚାରା ଓ ସର୍ବଧର୍ମ ସମନ୍ବୟର ପ୍ରତୀକ ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri