ଏଇ ଭାରତରେ

ଜନ୍ମରୁ ଯେଉଁ କନ୍ୟା ସନ୍ତାନକୁ ମୃତ ଘୋଷଣା କରାଯାଇଥିଲା ସେ କେବିସିରେ ଭାଗନେଇ ୧୨.୫ ଲକ୍ଷ ଟଙ୍କା ଜିତିଛନ୍ତି। ଏହା ଅସମ୍ଭବ ଲାଗୁଥିଲେ ବି ସତ। ଉତ୍ତରପ୍ରଦେଶ କାନପୁରର ଏକ ଚିକିତ୍ସାଳୟରେ ଜନ୍ମ ହେବାପରେ ଶିଶୁ କନ୍ୟାଟିକୁ ମୃତ ଘୋଷଣା କରି ଡାକ୍ତରମାନେ ଅଳିଆଗଦାରେ ଫିଙ୍ଗି ଦେଇଥିଲେ। ଜନୈକ ସମ୍ପର୍କୀୟ ସେ ବଞ୍ଚିଥିବାର କିଛି ଲକ୍ଷଣ ଜାଣିପାରି ତାକୁ ଅଳିଆଗଦାରୁ ଉଠାଇ ଆଣିଥିଲେ। ଉନାଓ ଜିଲା ବିଘାପୁର ବାସିନ୍ଦା ରାମକୁମାର ଓ କଳ୍ପନା ସିଂହଙ୍କ କନ୍ୟା ନୂପୁରଙ୍କ ଜୀବନରେ ଘଟିଥିଲା ଏଭଳି ଘଟଣା। ଜନ୍ମର କିଛି କ୍ଷଣ ମଧ୍ୟରେ ଡାକ୍ତରମାନଙ୍କ ଏଭଳି ଭୁଲ୍‌ ନିଷ୍ପତ୍ତି ଯୋଗୁ ନୂପୁର ଭିନ୍ନକ୍ଷମ ପାଲଟିଯାଇଛନ୍ତିି। ତଥାପି ପିଲାଟିଦିନରୁ ସବୁ ପ୍ରତିକୂଳ ପରିବେଶକୁ ସାମନା କରି ସେ ଆଗକୁ ବଢି ଦୀର୍ଘ ୨୯ ବର୍ଷ ପରେ କୌନ୍‌ ବନେଗା କରୋଡ଼ପତି (କେବିସି)ରେ ଭାଗନେଇ ୧୨.୫ ଲକ୍ଷ ଟଙ୍କା ଜିତିଛନ୍ତି। ଏହି ଶୋ’ରେ ସେ ୧୨ଟି ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ହୋଇପାରିଥିଲେ। ନୂପୁର ଆଇଏ ମେରିଟ୍‌ ଲିଷ୍ଟରେ ରହିଥିଲେ ଓ ବିଏଡ୍‌ ପ୍ରବେଶିକା ପରୀକ୍ଷାର ପ୍ରଥମ ପ୍ରୟାସରେ କୃତକାର୍ଯ୍ୟ ହୋଇଛନ୍ତି। ଏବେ ସେ ଏକ ପ୍ଲେ ଗ୍ରୁପ୍‌ରେ ଛୋଟପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି ଓ ଏହାସହ ୧୦ମ ଶ୍ରେଣୀ ପିଲାଙ୍କୁ ମଧ୍ୟ ବିନା ଦେୟରେ ପଢ଼ାଉଛନ୍ତି। କିନ୍ତୁ ବଡ଼ କଥା ହେଉଛି, ନୂପୁର ପିଲାବେଳୁ ଭିନ୍ନକ୍ଷମ ହେବାରେ ଯେଉଁ ଡାକ୍ତରମାନେ ଦାୟୀ ସେମାନଙ୍କ ଉପରେ କିଛି ବି ଅଭିଯୋଗ କରି ନ ଥିଲେ ନୂପୁରଙ୍କ ମା’। ଏହା ତାଙ୍କ ଭାଗ୍ୟରେ ଅଛି, କାହାକୁ ଦୋଷ ଦେବା ଠିକ୍‌ ହେବନି ବୋଲି ସେ କହିଛନ୍ତି। ନୂପୁର ତାଙ୍କ ଗାଁରେ ଜଣେ ଷ୍ଟାର୍‌ ପାଲଟିଯାଇଛନ୍ତି। ଏବେ ତାଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ଆସିଛି। ଆଖପାଖର ଲୋକମାନେ ତାଙ୍କୁ ସାକ୍ଷାତ କରିବାକୁ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri