Categories: ଜାତୀୟ

ଏଆଇଡିଏମକେ ଦଳର ହୋଡିଂ ପଡି ଯୁବତୀଙ୍କ ମୃତ୍ୟୁ

ଚେନ୍ନାଇ,୧୩।୯:ତାମିଲନାଡୁର ଚେନ୍ନାଇରେ ଏକ ଅଭାବନୀୟ ଘଟଣା ଘଟିଛି। ଏଆଇଡିଏମକେ ଦଳର ଏକ ବିଜ୍ଞାପନ ହୋଡିଂ ଗଳି ପଡିବାରୁ ଜଣେ ୨୩ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଶୁବାଶ୍ରୀ ନାମକ ଏହି ଯୁବତୀ ଜଣଙ୍କ ଚେନ୍ନାଇର ଏକ ଆଇଟି କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରୁଥିଲେ। ସୂଚନାଯୋଗ୍ୟ, ସୁବାଶ୍ରୀ ସକାଳୁ ନିଜ ସ୍କୁଟିରେ ପଲ୍ଲାଭରମ୍‌-ତୋରଇପକ୍କମ ରେଡୟଲ ରାସ୍ତାରେ ଯାଉଥିବାବେଳେ ଏକ ବେଆଇନ ଲଗାଯାଇଥିବା ହୋଡିଂ ତାଙ୍କ ମୁଣ୍ଡ ଉପରେ ପଡିଯାଇଥିଲା। ଫଳରେ ସେ ସ୍କୁଟି ସହ ତଳେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ଏଆଇଡିଏମ୍‌କେ ନେତା ସି. ଜୟଗୋପାଳଙ୍କ ପକ୍ଷରୁ ଉକ୍ତ ହୋଡିଂ ଲଗାଯାଇଥିବା ଜଣାପଡିଛି।

Share