ଏଆଇଏଡିଏମ୍‌କେ ବିଧାୟକ କରୋନା ଆକ୍ରାନ୍ତ

ଚେନ୍ନାଇ, ୧୩ା୬: ତାମିଲନାଡ଼ୁରେ ଦେଶର ଦ୍ୱିତୀୟ ସର୍ବାଧିକ କରୋନା ରୋଗୀ ଥିବାବେଳେ ଶାସକ ଏଆଇଏଡିଏମ୍‌କେର ଶ୍ରୀପେରୁମ୍ବୁଦୁର ବିଧାୟକ କେ. ପାଲାନି (୫୭) ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପୂର୍ବରୁ ତାମିଲନାଡ଼ୁର ଡିଏମ୍‌କେର ଚେପକ ବିଧାୟକ ଜେ. ଆନ୍‌ବାଝଗନ୍‌ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ପ୍ରକାଶଥାଉ କି, ତାମିଲନାଡ଼ୁରେ ଏବେ ୪୦ ହଜାରରୁ ଅଧିକ ସଂକ୍ରମିତ ଥିବାବେଳେ ୩୬୭ ଜଣଙ୍କ ଜୀବନ ଗଲାଣି। ଲକ୍‌ଡାଉନ୍‌ ହଟିବା ଓ ପ୍ରବାସୀଙ୍କ ଆଗମନ ପରେ ଏହି ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଏଥିରେ କୋଭିଡ୍‌ ଯୋଦ୍ଧାଙ୍କଠାରୁ ଆରମ୍ଭ କରି ବିଧାୟକମାନେ ମଧ୍ୟ ସଂକ୍ରମିତ ହୋଇଛନ୍ତି।

Share