ଋଣ ଭାରରେ ବୁଡିଥିବା ପାକିସ୍ତାନକୁ ସହାୟତାର ହାତ ବଢାଇଲେ ବିଲ୍‌ ଗେଟ୍‌ସ

ନ୍ୟୁୟର୍କ,୨୭।୯: ଋଣ ଭାରରେ ଡୁବିଥିବା ପାକିସ୍ତାନକୁ ସହାୟତାର ହାତ ବଢାଇଛନ୍ତି ବିଶ୍ୱର ଅନ୍ୟତମ ଧନୀ ବିଲ୍‌ ଗେଟ୍‌ସ। ବିଲ୍‌ ଏବଂ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ୍‌ ପକ୍ଷରୁ ପାକିସ୍ତାନକୁ ୨୦୦ ମିଲିୟନ ଡଲାର ସହାୟତା ଦିଆଯିବ ବୋଲି ଘୋଷଣା କରାଯାଇଛି। ପାକିସ୍ତାନରେ ଗରିବ ଲୋକଙ୍କ ପାଇଁ କାମ କରୁଥିବା ‘ଏହସାସ୍‌‘ ଅନୁଷ୍ଠାନକୁ ଦିଆଯିବ। ଗୁରୁବାର ବିଲ୍‌ ଗେଟ୍‌ସଙ୍କ ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ଏମଓୟୁ ସ୍ବାକ୍ଷର କରିଛନ୍ତି। ଏହି ଅବସରରେ ଇମ୍ରାନ ବିଲ୍‌ ଏବଂ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ୍‌କୁ ଧନ୍ୟବାଦ ଦେଇଛନ୍ତି।

Share