ଋଣରେ ବୁଡ଼ିଥିବା ଅନୀଲ ଅମ୍ବାନୀ ବିକିବେ ମୁମ୍ବାଇର ମୁଖ୍ୟାଳୟ

ନୂଆଦିଲ୍ଲୀ,୧।୭: ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ ଅନୀଲ ଅମ୍ବାନୀ ନିଜ ଋଣଭାରରୁ ମୁକୁଳିବା ପାଇଁ ଲାଗିପଡ଼ିଛନ୍ତି। ଏଥିଯୋଗୁ ଅନୀଲ ଏବେ ମୁମ୍ବାଇରେ ସାନ୍ତାକ୍ରୁଜ୍‌ରେ ଥିବା ତାଙ୍କ ମୁଖ୍ୟାଳୟକୁ ବିକିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି। ଏଥିପାଇଁ ଅନୀଲ ବ୍ଲାକଷ୍ଟୋନ ସହ କିଛି ଗ୍ଲୋବାଲ ଇକ୍ୱିଟି ଫାର୍ମାଙ୍କ ସହିତ କଥାବାର୍ତ୍ତା କରିଥିବା ଜଣାପଡ଼ିଛି। ଅନୀଲ ତାଙ୍କର ସାନ୍ତାକ୍ରୁଜ ସ୍ଥିତ ଥିବା ମୁଖ୍ୟାଳୟ ରିଲାଏନ୍ସ ସେଣ୍ଟରକୁ ବିକିଦେଇ କିମ୍ବା ଏହାକୁ ଦୀର୍ଘ ମିଆଦି ଲିଜ ସୂତ୍ରରେ ଅନ୍ୟ କାହାକୁ ଦେଇ ଋଣ ସୁଝିବାକୁ ସେ ଚାହୁଁଛନ୍ତି। ଅନୀଲ ଅମ୍ବାନୀଙ୍କର ସାନ୍ତକ୍ରୁଜ ସ୍ଥିତ ମୁଖ୍ୟାଳୟର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ହଜାରରୁ ଦୁଇ କୋଟି ହେବ।

Share