Posted inଜାତୀୟ

ଉଭୟ ପକ୍ଷ ସତ ଲୁଚାଉଛନ୍ତି

ନୂଆଦିଲ୍ଲୀ/ବେଜିଂ,୧୭ା୬: ଗଲଓ୍ବାନ ଉପତ୍ୟକାରେ ସୋମବାର ଭାରତ ଓ ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର ୪୩ ସୈନ୍ୟ ମୃତାହତ ହୋଇଥିବା ଜଣାପଡ଼ିଛି। ଭାରତୀୟ ସେନା ପକ୍ଷରୁ ୨୦ ଯବାନ ଶହୀଦ ହୋଇଥିବା ସ୍ପଷ୍ଟ କରାଯାଇଛି। ପ୍ରଥମେ ସେନା ପକ୍ଷରୁ ଜଣେ ଅଧିକାରୀଙ୍କୁ ମିଶାଇ ୩ ସେନାକର୍ମୀ ନିହତ ହୋଇଥିବା ଦର୍ଶାଯାଇଥିଲା। ପରେ ଆହତ ଥିବା ୧୭ ସେନା ଶହୀଦ ହୋଇଥିବା କୁହାଯାଇଛି। ଏହି ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ପାଟ୍ରୋଲିଂ ଲାଇନ୍‌ ୧୪ରେ କେଉଁ ପରିସ୍ଥିତିରେ କେଉଁ କାରଣରୁ ସଂଘର୍ଷ ଘଟିଲା ଏବଂ ଉଭୟ ପକ୍ଷର ସୈନ୍ୟ ଟେକାମାଡ଼ରେ ପ୍ରାଣ ହରାଇଛନ୍ତି ନା ଗୁଳିମାଡ଼ରେ ସେମାନଙ୍କ ଜୀବନ ଯାଇଛି ତାହା ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିଥିବାବେଳେ ବିଧିବଦ୍ଧ ଭାବେ କିଛି ସ୍ପଷ୍ଟ କରାଯାଇ ନାହିଁ।
ଗଲଓ୍ବାନ ଉପତ୍ୟକାରେ ଉତ୍ତେଜନା ହ୍ରାସ ପାଇଁ ଉଦ୍ୟମ ଚାଲିଥିବାବେଳେ ଚାଇନା ପକ୍ଷରୁ ପ୍ରଥମେ ଆକ୍ରମଣ କରାଯାଇଥିବା ଭାରତୀୟ ସେନା କହିଛି। ଅନ୍ୟପକ୍ଷରେ ଭାରତ ଉପରେ ଚାଇନା ଦୋଷ ଲଦିଛି। ଭାରତୀୟ ଯବାନମାନେ ପ୍ରଥମେ ସୀମା ଉଲ୍ଲଂଘନ କରି ଚାଇନା ପଟକୁ ଅନୁପ୍ରବେଶ କରିଥିଲେ। ଏଥିଯୋଗୁ ଏହି ସଂଘର୍ଷ ଘଟିଛି ବୋଲି ଚାଇନା କହିଛି। ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ଯବାନ ମୃତାହତ ହେବା ନେଇ ଜାଣିନାହିଁ ବୋଲି କହୁଛି। ସେହିପରି ପିଏଲ୍‌ଏର ସୈନ୍ୟ ମୃତାହତ ହେବା ନେଇ ମଧ୍ୟ ମୁହଁ ଖୋଲୁନାହିଁ। ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ-ଚାଇନା ସୀମା ବିବାଦରେ ମଧ୍ୟସ୍ଥତା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ସେତେବେଳେ ଭାରତ ଏହି ପ୍ରସ୍ତାବକୁ ଗୁରୁତ୍ୱ ଦେଇ ନ ଥିବାବେଳେ ଚାଇନା ପ୍ରତ୍ୟାଖ୍ୟାନ କରିଥିଲା। ସୀମାରେ ସ୍ଥିତି ସ୍ଥିର ଓ ନିୟନ୍ତ୍ରଣାଧୀନ ଥିବା ଚାଇନାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ତେବେ ଉଭୟ ପକ୍ଷ ତଥ୍ୟ ଲୁଚାଉଥିବା ବୋଲି ସାଧାରଣରେ ଧାରଣା ସୃଷ୍ଟି ହୋଇଛି। କାରଣ ମଙ୍ଗଳବାର ପ୍ରଥମେ ଚାଇନାର ୫ ସୈନ୍ୟ ନିହତ ଓ ୧୧ ଆହତ ହୋଇଥିବା ନେଇ ସେଠାକାର ସରକାରୀ ଗଣମାଧ୍ୟମ ଗ୍ଲୋବାଲ୍‌ ଟାଇମ୍ସ ପକ୍ଷରୁ ଟୁଇଟ୍‌ କରାଯାଇଥିବା ରିପୋର୍ଟ ଆସିଥିଲା। ପରେ ଚାଇନାର ଶାସକ କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ପରିଚାଳିତ ଏହି ଖବରକାଗଜର ଏଡିଟର-ଇନ୍‌-ଚିଫ୍‌ ହୁ ଜିନିନ୍‌ ଏକ ଟୁଇଟ୍‌ କରି କହିଲେ, ଗଲଓ୍ବ୍‌ାନ ଘାଟିରେ ସଂଘର୍ଷ ହୋଇଥିବା ନେଇ ସେ ପ୍ରକାଶ କରିଥିଲେ। ତେବେ ଏଥିରେ ଚାଇନାର ସୈନ୍ୟ ମୃତାହତ ହୋଇଥିବା ନେଇ ସେ କିଛି ସୂଚନା ଦେଇନାହାନ୍ତି। ଇତିମଧ୍ୟରେ ଚାଇନା ଗଣମାଧ୍ୟମରେ ଆଉ ଏକ ରିପୋର୍ଟ ଆସିଛି। ସେଥିରେ ବହିର୍ବ୍ୟାପାର ମନ୍ତ୍ରୀ ୟାଙ୍ଗ୍‌ ୟି ଭାରତକୁ ଚେତାବନୀ ଦେଇଥିବା କୁହାଯାଇଛି। ରିପୋର୍ଟ ଅନୁସାରେ ୟାଙ୍ଗ୍‌ ୟି କହିଛନ୍ତି, ଭାରତ ସୀମା ଅତିକ୍ରମ କିମ୍ବା କୌଣସି ଏକତରଫା କାର୍ଯ୍ୟ କଲେ ସୀମା ସ୍ଥିତି ଅଧିକ ଜଟିଳ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri