ଉପଯୁକ୍ତ କ୍ଷତିପୂରଣ ଦାବି କଲେ ଚାଷୀ

ବାଲିଆପାଳ, ୧୩।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ସୁବର୍ଣ୍ଣରେଖା ନଦୀ ମୁହାଣ ଚଉମୁଖଠାରେ ୫ହଜାର କୋଟି ଟଙ୍କାର ବୃହତ୍‌ ବନ୍ଦର ନିର୍ମାଣ ହେବାକୁ ଯାଉଛି। ଦ.ପୂ-ରେଳପଥର ଅମର୍ଦ୍ଦାଠାରୁ ଏହି ବନ୍ଦରକୁ ରେଳପଥ ସଂଯୋଗ କରିବ। ରେଳପଥ ସକାଶେ ଜମି ହରାଉଥିବା ଚାଷୀମାନେ ଶ୍ରୀରାମପୁର ଗ୍ରାମରେ ଏକ ବୈଠକ କରି ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି।
ବାଲିଆପାଳ ବରିଷ୍ଠ ନାଗରିକ ପରିଷଦର ସଭାପତି ନାରାୟଣ ପ୍ରସାଦ ସାହୁ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ବିଜୟ କୁମାର ଦେ, ଅମୂଲ୍ୟ ସେଠୀ, ବିଜୟ କୃଷ୍ଣ ବେହେରା, ଯତୀନ୍ଦ୍ର ନାଥ ଗିରି, ଭୂପତି ଚରଣ ଦାସ, ଶ୍ରୀହରି ସେଠୀ, ସୁରଥ ମାଣିକ, ଜ୍ୟୋତିପ୍ରକାଶ ରାୟ, ନଟବର ସାହୁ, ଗୋପନାରାୟଣ ଜେନା ପ୍ରମୁଖ ଯୋଗଦେଇ ଜମି ହରାଉଥିବା ଚାଷୀଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକ ପ୍ରାରମ୍ଭରେ ଜମି ଲାଗି ଧାର୍ଯ୍ୟମୂଲ୍ୟର ୫ଗୁଣ ଅର୍ଥ ପ୍ରଦାନ, ଗୋଟିଏ ଜମିରେ ବଳିଯାଉଥିବା ଅବଶିଷ୍ଟ ଜମି ବାବଦକୁ ଅନୁରୂପ କ୍ଷତିପୂରଣ ଦେବା, ମୁଖ୍ୟ ରାସ୍ତାକୁ ଲାଗିଥିବା ଜମି ସକାଶେ ବର୍ତ୍ତମାନର ବଜାର ମୂଲ୍ୟ ଅନୁଯାୟୀ ମୂଲ୍ୟ ନିର୍ଦ୍ଧାରଣ, ଜମିରେ ଥିବା ଗଛ ଆଦିର ମୂଲ୍ୟ ଦେବା, ଜମି ହରାଉଥିବା ପରିବାରରୁ ଜଣକୁ ଚାକିରି ପ୍ରଦାନ ଏବଂ ଜମିହରା ଲୋକଙ୍କୁ କମ୍ପାନୀ ପକ୍ଷରୁ ବାର୍ଷିକ ରୟାଲଟ ଦିଆଯିବା ଆଦି ଦାବି ଉପସ୍ଥାପନ କରାଯାଇଥିଲା। ଏକ ପ୍ରତିନିଧି ଦଳ ଏସବୁ ଦାବି ସମ୍ପର୍କରେ କମ୍ପାନୀର ଉଚ୍ଚକର୍ତ୍ତୃପକ୍ଷ, ଜିଲାପାଳ, ଏମ୍‌ପି ଓ ବିଧାୟକଙ୍କୁ ଭେଟି ଆଲୋଚନା କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ଉଲ୍ଲେଖନୀୟ ଯେ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବିତ ବନ୍ଦର ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରେ କମ୍ପାନୀ ପକ୍ଷରୁ ବନ୍ଦର ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହୋଇଥିଲା। ଚଉମୁଖଠାରେ ହେବାକୁ ଥିବା ବନ୍ଦରକୁ ରେଳପଥ ସଂଯୋଗ ସକାଶେ ସର୍ଭେ ହୋଇ ଏହା ମଧ୍ୟରେ ଜମି ଚିହ୍ନଟ କାର୍ଯ୍ୟ କରାଯାଇଛି। କମ୍ପାନୀ ପକ୍ଷରୁ ପ୍ରସ୍ତୁତ ଡିପିରକୁ ରେଳ ବିଭାଗ ଅନୁମୋଦନ ଦେବା ପରେ ରାଜ୍ୟସରକାରଙ୍କ ବାଣିଜ୍ୟ ପରିବହନ ବିଭାଗ ଚିଠି ନଂ .୨୨୬୬/ତା ୧୫।୭।୨୦୧୯ରିଖରେ ଅନୁମୋଦନ ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଜିମ ଅଧିଗ୍ରହଣ ସକାଶେ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଛି। ଅଧିକାରୀମାନେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ରେଳ ପ୍ରକଳ୍ପ ପାଇଁ ସେମାନଙ୍କ ଜମି ଯାଉଥିବା ସୂଚନା ଦେବା ସହ ସମ୍ମତିପତ୍ରରେ ସ୍ବାକ୍ଷର କରାଉଥିବା ବୈଠକରେ କୁହାଯାଇଥିଲା। ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦରକୁ ବିରୋଧ କରି ପୂର୍ବରୁ କେତେକ ସଂଗଠନ ଆନ୍ଦୋଳନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଗ ଆଲୋଚନା କରି ପ୍ରଶାସନ ପଦକ୍ଷେପ ନେଉ ବୋଲି ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ

ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...

ଜାଲରେ ପଡ଼ିଲା ୭ ଟନର ସାର୍କ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୫ା୧୨(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର କୂଳ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଲା ବିଶାଳକାୟ ସାର୍କ ମାଛ। ଏହି ମାଛକୁ ନିକଟସ୍ଥ ଗ୍ରାମର...

ଶୁକଦେବଙ୍କୁ ମୃତ ଭାବି ନେଇଥିଲେ ଘର ଲୋକେ: ୨୫ ବର୍ଷ ପରେ ଘଟିଲା…

ସିମୁଳିଆ,୧l୧୨(ସନ୍ତୋଷ କୁମାର ନାୟକ): ମୃତ ଘୋଷିତ ବ୍ୟକ୍ତି ଘରକୁ ଫେରନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତ...

ଭାଇରାଲ ହେଉଛି ସେଜଲଙ୍କ ମା’ଙ୍କ ହାତଲେଖା ଚିଠି, ଏଥିରେ ଲେଖିଛନ୍ତି ସବୁଠୁ ବଡ଼ ଦୁଃଖ ସମୟରେ ମୁଁ ତୁମ…

ବାଲେଶ୍ୱର,୧ା୧୨: ସାମ୍ନାକୁ ଆସିଛି ସେଜଲଙ୍କ ପାଳିତ ମା’ଙ୍କ ଆବେଗଭରା ଚିଠି। ଏଥିରେ ସେ ଲେଖିଛନ୍ତି, ତୁମେ ଚାଲିଯାଉଥିବାରୁ ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି।...

ମହିଳା ଜନଶୁଣାଣି କାର୍ଯ୍ୟକ୍ରମ: ଶୁଣାଣି କଲେ ରାଷ୍ଟ୍ରୀୟ ମହିଳା ଆୟୋଗ ସଦସ୍ୟା

ବାଲେଶ୍ୱର, ୨୭।୧୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାପାଳଙ୍କ ଅଡିଟରିୟମ ହଲରେ ଗୁରୁବାରଏକ ଦିବସୀୟ ମହିଳା ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମହିଳା...

ଜାଲ୍‌ ଟିପ ଦେଇ ଭତ୍ତା ଟଙ୍କା ହଡ଼ପ କରୁଥିଲେ ପିଇଓ, ଧରିଲେ ଏମପି ପ୍ରତାପ ଷଡ଼ଙ୍ଗୀ, ତା’ପରେ…

ବାଲେଶର, ୨୭।୧୧( ବାଞ୍ଛାନିଧି ଦେ): ଜାଲ୍‌ ଟିପ ଚିହ୍ନ ଦେଇ ଭତ୍ତା ଟଙ୍କା ହଡ଼ପ କରୁଥିଲେ ପିଇଓ। ଅଭିଯୋଗ ପାଇ ଏମପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ...

ମୃତ୍ୟୁ ଉପତ୍ୟକା ହାତୀ କରିଡର

ବାଲେଶ୍ୱର ଜିଲା ଦେଇ ଯାଇଛି ଶିମିଳିପାଳ-କୁଲଡ଼ିହା-ହଦଗଡ଼ ହାତୀ କରିଡର। ଝାଡ଼ଖଣ୍ଡ ଅଭୟାରଣ୍ୟରୁ ଭାୟା ତପୋବନ (ପଶ୍ଚିମବଙ୍ଗ) ଦେଇ ହାତୀପଲ କୁଲଡ଼ିହା ଅଭୟାରଣ୍ୟକୁ ଆସନ୍ତି। ସାଧାରଣତଃ ନଭେମ୍ବରରେ...

ସ୍ଥାପନ ହେଲା ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ: ୧୧ଦିନ ଧରି ବରଗଡ଼ ସହର ପାଲଟିବ ମଥୁରାନଗରୀ

ବରଗଡ଼,୨୪।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ବ୍ୟାପୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri