ଉପକୂଳ ଅତିକ୍ରମ କରୁଛି ‘ଅମ୍ଫନ୍‌’: ଉପକୂଳବର୍ତ୍ତୀ ଜିଲାରେ ପ୍ରବଳ ଝଡ଼ବର୍ଷା, ଅପରାହ୍ନ ସୁଦ୍ଧା ପବନର ବେଗ ଆହୁରି ବଢ଼ିବା ସମ୍ଭାବନା

ଭୁବନେଶ୍ୱର,୨୦।୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅମ୍ଫନ୍‌’ ଉତ୍ତର, ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରୁଛି। ପାରାଦୀପଠାରୁ ୧୨୦ କିମି, ପାରାଦୀପର ଦକ୍ଷିଣ ପୂର୍ବ ଦିଗରୁ ୧୨୩ କିମି, ପଶ୍ଚିମବଙ୍ଗର ଦୀଘାଠାରୁ ଦକ୍ଷିଣ ପୂର୍ବ ଦିଗ ୧୭୦ କିମି ଏବଂ ବାଂଲାଦେଶର ଖେପୁରାର ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗଠାରୁ ୩୨୦ କିମି ଦୂର ଦେଇ ବାତ୍ୟା ଗତି କରୁଛି। ବର୍ତ୍ତମାନ ଏହାର ବେଗ ଘଣ୍ଟା ପ୍ରତି ୧୭୫-୧୮୦ କିମି ରହିଥିବା ପାଣିପାଗ ବିଭାଗ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଅପରାହ୍ନ ୫ଟାରୁ ୭ଟା ମଧ୍ୟରେ ସୁନ୍ଦରବନ ନିକଟ ଦେଇ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବୁଧବାର ଭୋର୍‌ରୁ ବର୍ଷା ସହ ଝଡ଼ ତୋଫାନ ଲାଗି ରହିଛି। କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ମୟୂରଭଞ୍ଜରେ ବର୍ଷା ହେଉଥିବା ସୂଚନା ମିଳିଛି।

ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ପାରାଦୀପରେ ଘଣ୍ଟାପ୍ରତି ୮୯ କିମି ବେଗରେ ପବନ ବହୁଥିବା ବେଳେ ଚାନ୍ଦବାଲିରେ ୭୦, ଭୁବନେଶ୍ୱରରେ ୫୫, ବାଲେଶ୍ୱର ୧୦୦, ପୁରୀ ୫୦ କିମି ବେଗରେ ପବନ ବହୁଛି। ଏଥିସହ ବର୍ଷା ପରିମାଣ ମଧ୍ୟ ବହୁମାତ୍ରାରେ ବଢ଼ିଛି। ପାରାଦୀପରେ ୨୨୩.୮ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୭୫.୨, ଭୁବନେଶ୍ୱର ୫୮, ବାଲେଶ୍ୱର ୭୧.୩, ପୁରୀ ୯୮.୨ ଏବଂ ଗୋପାଳପୁରରେ ୮.୬ ମିମି ବର୍ଷା ସକାଳ ୯ଟା ସୁଦ୍ଧା ରେକର୍ଡ କରାଯାଇଛି। ବାତ୍ୟା ବର୍ତ୍ତମାନ ଉତ୍ତର, ଉତ୍ତରପୂର୍ବ ଦିଗ ଦେଇ ଘଣ୍ଟାପ୍ରତି ୨୨ କିମି ବେଗରେ ଗତି କରୁଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ୬ ଘଣ୍ଟା ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଜିଲାରେ ଘଣ୍ଟାପ୍ରତି ୧୧୦-୧୨୫ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri