ଉଦ୍ଧାର ହାତୀ ଛୁଆଙ୍କୁ ନେଇ ଚିନ୍ତାରେ ବନ ବିଭାଗ

ଢେଙ୍କାନାଳ ଅଫିସ,୬ା୮

ଢେଙ୍କାନାଳ ଜିଲାରେ ବିଭିନ୍ନ ଜଙ୍ଗଲରୁ ଉଦ୍ଧାର ହେଉଥିବା ହାତୀ ଛୁଆଙ୍କୁ ନେଇ ବନ ବିଭାଗର ଚିନ୍ତା ବଢୁଛି। ଉଦ୍ଧାର ହାତୀ ଛୁଆଙ୍କୁ ସୁରକ୍ଷିତ ଭାବରେ ରଖିବା ପାଇଁ କପିଳାସ ଚିଡିଆଖାନାରେ ଥିବା ରେସକ୍ୟୁ ସେଣ୍ଟରରେ ୪ ହାତୀ ଥିବାରୁ ସେଠାରେ ଆଉ ହାତୀ ଛୁଆଙ୍କୁ ରଖିବାକୁ ଜାଗା ନାହିଁ ା ସେହିପରି ନନ୍ଦନକାନନ କର୍ତ୍ତୃପକ୍ଷ ଆଉ ହାତୀ ଛୁଆଙ୍କୁ ନେବେ ନାହିଁ ବୋଲି ମନା କରିଦେଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ଫଳରେ ବିଭିନ୍ନ ଜଙ୍ଗଲକୁ ଗୋଠଛଡା ହୋଇ ପଳାଇ ଆସୁଥିବା ହାତୀ ଛୁଆଙ୍କର ସୁରକ୍ଷା ଚିନ୍ତାଜନକ ହୋଇପଡିଛି ା
ଢେଙ୍କାନାଳ ଜିଲାରେ ହାତୀ ସଂଖ୍ୟା ବଢିବା ପରେ ବହୁ ହାତୀ ଛୁଆ ଗୋଠଛଡା ହୋଇ ଜନବସତି ଅଞ୍ଚଳକୁ ପଳାଇ ଆସୁଛନ୍ତି। ଲୋକମାନେ ହାତୀ ଛୁଆଙ୍କୁ ଉଦ୍ଧାର କରି ବନବିଭାଗ ଜିମାରେ ଦିଅନ୍ତି ା ଏସବୁକୁ ନଜରରେ ରଖି ୨୦୧୦ରେ କପିଳାସ ଚିଡିଆଖାନା ପରିସରରେ ଏକ ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟର ବନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିଲା। ଯେଉଁଠାରେ ୪ଟି ହାତୀ ଛୁଆଙ୍କୁ ରଖି ଦେଖାରଖା କରିହେବ। ନିର୍ମାଣ ପରଠାରୁ ଉକ୍ତ ରେସକ୍ୟୁ ସେଣ୍ଟରରେ ଉଦ୍ଧାର ହୋଇ ଆସି ରୋଗାଗ୍ରସ୍ତ ହୋଇ ବର୍ତ୍ତମାନ ସୁଦ୍ଧା ୩ଟି ହାତୀ ଛୁଆଙ୍କର ମୃତ୍ୟୁ ଘଟିଥିବା ନଜିର ମଧ୍ୟ ରହିଛି ା ବର୍ତ୍ତମାନ ରେସକ୍ୟୁ ସେଣ୍ଟରରେ କାର୍ତ୍ତିକ(୧୦ବର୍ଷ), ଉମା(୭ବର୍ଷ), ଚନ୍ଦୁ(୮ବର୍ଷ), ହିରୋ(୨ବର୍ଷ)ର ୪ଟି ହାତୀଛୁଆ ରହିଛନ୍ତି ା ସେମାନଙ୍କ ଦେଖାରଖା ପାଇଁ ପ୍ରାୟ ୪ଜଣ କର୍ମଚାରୀ ମଧ୍ୟ ରହିଛନ୍ତି ା ତେଣୁ ଅଧିକାଂଶ ସମୟରେ ଉଦ୍ଧାର ହାତୀ ଛୁଆଙ୍କୁ ଏଣିକି କପିଳାସ ରେସକ୍ୟୁ ସେଣ୍ଟରରେ ରଖିବା ସମ୍ଭବପର ହେଉନାହିଁ ବୋଲି କପିଳାସ ରେଞ୍ଜର ଦର୍ଶନିଆ ଭୋଇଙ୍କ ସୂତ୍ରରୁ ଜଣାପଡିଛି ା ନିକଟରେ ହିନ୍ଦୋଳ ରେଞ୍ଜରେ ଉଦ୍ଧାର ୩ଟି ହାତୀ ଛୁଆଙ୍କୁ ବିଭିନ୍ନ ଫରେଷ୍ଟ ବିଟ୍‌ ହାଉସରେ ରଖି ତାଙ୍କର ସେବା କରାଯାଉଥିବା ବେଳେ ଗୋଟିଏ ମାସ ମଧ୍ୟରେ ୩ଟି ହାତୀ ଛୁଆଙ୍କ ମୃତ୍ୟୁ ଘଟିଥିଲା ା ସେହିପରି ନନ୍ଦନକାନନ କର୍ତ୍ତୃପକ୍ଷ ମଧ୍ୟ ସେଠାରେ ଆବଶ୍ୟକଠାରୁ ଅଧିକ ହାତୀ ଥିବାରୁ ଆଉ ହାତୀଛୁଆଙ୍କୁ ରଖିବା ପାଇଁ ମନା କରିଛନ୍ତି ା ଏଭଳି ଅଡୁଆ ପରିସ୍ଥିତି ଯୋଗୁ ବନ ବିଭାଗର ମୁଣ୍ଡବିନ୍ଧା ବଢିଛି।
ଏ ସମ୍ପର୍କରେ ଜିଲା ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ର କୁହନ୍ତି, କପିଳାସରେ ଆଉ ଅଧିକ ଉଦ୍ଧାର ହାତୀ ଛୁଆଙ୍କୁ ରଖି ସେମାନଙ୍କ ସେବା କରିବା ସମ୍ଭବପର ହେଉନାହିଁ। ଅନ୍ୟପଟରେ ନନ୍ଦନକାନନ ଚିଡିଆଖାନା କର୍ତ୍ତୃପକ୍ଷ ମଧ୍ୟ ଉଦ୍ଧାର ହାତୀ ଛୁଆଙ୍କୁ ନେବା ପାଇଁ ମନା କରୁଛନ୍ତି ା ତେଣୁ ବିଭିନ୍ନ ସମୟରେ ଗୋଠଛଡା ହୋଇ ଜନବସତିକୁ ପଳାଇ ଆସୁଥିବା ହାତୀ ଛୁଆଙ୍କୁ ନେଇ ଆମର ଚିନ୍ତା ବଢୁଛି ା କାରଣ ଥରେ ହାତୀ ଛୁଆର ଶରୀରରେ ମଣିଷର ଛାପ ରହିଲେ ତାକୁ ଆଉ ଅନ୍ୟ ହାତୀମାନେ ଗୋଠରେ ନେବେ ନାହିଁ। ତେଣୁ ସେଥିପାଇଁ ପଦକ୍ଷେପ ନେବା ନିମନ୍ତେ ଆଲୋଚନା କରାଯାଉଛି ବୋଲି ଜିଲା ବନଖଣ୍ଡ ଅଧିକାରୀ କୁହନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri