Posted inଖେଳ

ଉଦୀୟମାନ ତାରକା ଲକ୍ଷ୍ୟ

ଜୁନିୟର ସ୍ତରରେ ବେଶ୍‌ ସଫଳତା ହାସଲ କରିଥିବା ବ୍ୟାଡ୍‌ମିଣ୍ଟନ ତାରକା ଲକ୍ଷ୍ୟ ସେନ୍‌ ସିନିୟର ସର୍କିଟରେ ମଧ୍ୟ ଭଲ ଆରମ୍ଭ କରିଛନ୍ତି। କେତୋଟି ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଜିତି ସେ ବିଶ୍ୱ ର଼୍ୟାଙ୍କିଙ୍ଗରେ ଉନ୍ନତି କରିଛନ୍ତି। ଚଳିତ ବର୍ଷ ଶେଷ ଆଡକୁ ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଶ୍ରେଷ୍ଠ ୫୦ରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି…

ଭାରତୀୟ ବ୍ୟାଡମିଣ୍ଟନରେ ଲକ୍ଷ୍ୟ ସେନ ଏବେ ଜଣେ ଉଦୀୟମାନ ତାରକା ଭାବେ ଉଭା ହୋଇଛନ୍ତି। ୧୮ ବର୍ଷୀୟ ଲକ୍ଷ୍ୟ ଜୁନିୟର ସ୍ତରରେ ବେଶ୍‌ ସଫଳତା ଅର୍ଜନ କରିସାରିବା ପରେ ଏବେ ସିନିୟର ପ୍ରତିଯୋଗିତାରେ ପାଦ ଦେଇଛନ୍ତି। କିଛିଦିନ ତଳେ ସେ ଡଚ୍‌ ଓପନ ଟାଇଟଲ ହାସଲ କରି ନିଜ ଦକ୍ଷତା ଓ ପ୍ରତିଭାର ପ୍ରମାଣ ଦେଇଛନ୍ତି। ଟାଇଟଲ ମୁକାବିଲାରେ ସେ ଜାପାନର ୟୁସୁକ ଓନୋଡେରାଙ୍କୁ ୧୫- ୨୧,୨୧-୧୪, ୨୧-୧୫ରେ ପରାସ୍ତ କରି କ୍ୟାରିୟରର ପ୍ରଥମ ବିଡବ୍ଲ୍ୟଏଫ୍‌ ଓ୍ବାଲର୍‌ଡ ଟୁର ଟାଇଟଲ ହାସଲ କରିଥିଲେ। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୭୨ତମ ସ୍ଥାନରେ ଥିବା ଲକ୍ଷ୍ୟ ଗତ ମାସରେ ବେଲଜିଆନ ଓପନ ଟାଇଟଲ ଜିତିଥିଲେ। ସେ ମଧ୍ୟ ଏସିଆନ ଜୁନିୟର ଚାମ୍ପିୟନଶିପ୍‌ରେ ଟାଇଟଲ ହାସଲ କରିବା ସହ ଯୁବ ଅଲିମ୍ପିକ୍ସ ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ। ଗତ ବର୍ଷ ମଧ୍ୟ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ଉତ୍ତରାଖଣ୍ଡର ଆଲମୋରାରେ ୨୦୦୧ ଅଗଷ୍ଟ ୧୬ ତାରିଖରେ ଜନ୍ମଗ୍ରହଣ କରିଥିବା ଲକ୍ଷ୍ୟ ଏକ ବ୍ୟାଡମିଣ୍ଟନ ପରିବାରରୁ ଆସିଛନ୍ତି। ତାଙ୍କ ପିତା ଡି. ସେନ ଭାରତୀୟ ଦଳର କୋଚ ହିସାବରେ କାର୍ଯ୍ୟ କରିଛନ୍ତି। ତାଙ୍କ ଭାଇ ଚିରାଗ ସେନ୍‌ ମଧ୍ୟ ଜଣେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳି। ତେଣୁ ସେ ସ୍ବତଃ ପ୍ରବୃତ୍ତ ଭାବେ ବ୍ୟାଡମିଣ୍ଟନକୁ ନିଜ ପସନ୍ଦର କ୍ରୀଡ଼ା ଭାବେ ଚୟନ କରିଥିଲେ। ପ୍ରକାଶ ପାଦୁକନ ବ୍ୟାଡମିଣ୍ଟନ ଏକାଡେମୀରେ ସେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ଖୁବ୍‌ କମ୍‌ ବୟସରେ ସେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ୨୦୧୬ରେ ଜୁନିୟର ବ୍ୟାଡମିଣ୍ଟନ ସର୍କିଟ୍‌ରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ୨୦୧୭ ଫେବୃୟାରୀରେ ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଜୁନିୟର ର଼୍ୟାଙ୍କିଙ୍ଗ୍‌ରେ ସେ ୧ ନମ୍ବର ସ୍ଥାନ ହାସଲ କରିଥିଲେ। ସେ ମଧ୍ୟ ସିନିୟରସ୍ତର ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି। ୨୦୧୬ରେ ସେ ଇଣ୍ଡିଆନ ଅନ୍ତର୍ଜାତୀୟ ସିରିଜ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଥିଲେ। ୨୦୧୭ରେ ମଧ୍ୟ ସେ ଏହି ସଫଳତା ଦୋହରାଇଥିଲେ। ଏହି ବର୍ଷ ସେ ବୁଲଗେରିଆନ ଓପନ ଟାଟା ଓପନ ଇଣ୍ଟରନ୍ୟାଶନାଲରେ ରନର୍ସଅପ୍‌ ହୋଇଥିଲେ। ୨୦୧୮ରେ କିନ୍ତୁ ସେ ଏହି ଟୁର୍ନାମେଣ୍ଟରେ ଟାଇଟଲ ଜିତିଥିଲେ। ଚଳିତ ୨୦୧୯ରେ ସେ ଗୋଟିଏ ବଡ଼ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଥିବାବେଳେ ଗୋଟିଏରେ ରନର୍ସଅପ ହୋଇଥିଲେ। ବେଲଜିଆନ ଇଣ୍ଟରନ୍ୟାଶନାଲ ଟାଇଟଲ ହାସଲ କରିଥିଲେ ମଧ୍ୟ ପଲିସ୍‌ ଓପନରେ ରନର୍ସଅପ୍‌ ବିବେଚିତ ହୋଇଥିଲେ। ୫ ଫୁଟ୍‌ ୧୦ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ଲକ୍ଷ୍ୟ ଡାହଣହାତୀ ଖେଳାଳି। କୋଚ୍‌ ବିମଲ କୁମାର, ପ୍ରକାଶ ପାଡୁକନ ଓ ଡି.କେ. ସେନଙ୍କଠାରୁ ପ୍ରଶିକ୍ଷଣ ନେଇଥିବା ଲକ୍ଷ୍ୟ ଭବିଷ୍ୟତରେ ଜଣେ ବଡ଼ ତାରକା ହେବେ ବୋଲି ଆଶା କରାଯାଉଛି। ଲକ୍ଷ୍ୟ ଏବେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୫୨ ତମ ସ୍ଥାନରେ ରହିଛନ୍ତି। ପିତା ତଥା ସ୍ପୋଟର୍‌ସ ଅଥରିଟୀ ଅଫ୍‌ ଇଣ୍ଡିଆ (ସାଇ) କୋଚ୍‌ ଡି.କେ. ସେନଙ୍କଠାରୁ ସେ ପ୍ରଥମେ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ପାଇଥିଲେ। ଚଳିତ ବର୍ଷ ଶେଷ ସୁଦ୍ଧା ଲକ୍ଷ୍ୟ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ଶ୍ରେଷ୍ଠ ୫୦ରେ ସ୍ଥାନ ହାସଲ କରିବେ ବୋଲି ତାଙ୍କ ପିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମାନ ବୟସ, ସମାନ ହସ୍ପିଟାଲ, ଭାଇରାଲ ହେଉଛି ଲତା ଦିଦିଙ୍କ ସହ ଆଶାଙ୍କ ପିଲା ଦିନର ଫଟୋ, ପ୍ରଶଂସକ ହେଉଛନ୍ତି ଇମୋଶନାଲ

ମୁମ୍ବାଇ,୧୨।୪: ଗାୟିକା ଆଶା ଭୋଁସଲେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ୯୨…

ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!

ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ସଙ୍ଗୀତ ଜଗତରେ ଶୋକର ଛାୟା: ନିରବି ଗଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ତଥା ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।…

ଫେଲ ମାରିଲା ପାକିସ୍ତାନର ମଧ୍ୟସ୍ଥତା, ହର୍ମୁଜ ବନ୍ଦ! ୟୁ-ଟର୍ନ ନେଲା ୨ ତେଲ ଟ୍ୟାଙ୍କର, ପାକିସ୍ତାନ ଜାହାଜ ବି ସାମିଲ

ତେହରାନ,୧୨।୪: ଇସଲାମାବାଦରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ୧୪ ଦିନିଆ ଅସ୍ତ୍ରବିରତି ଉପରେ ସହମତି ପରେ ଉଭୟ ଦେଶ ଆଲୋଚନାରେ ସାମିଲ…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍‌, କହିଲେ ଦେଶକୁ ଏକ ନୂଆ…

ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri