ଉଦାହରଣ ସାଜିଛନ୍ତି ସୁଲୋଚନା

ଖଇରା,୯।୧୨(ଡି.ଏନ.ଏ.)- ରାତି ନପାହୁଣୁ ଘର କାମ ସାରିଦେଇ ବାହାରିଯାଆନ୍ତି କର୍ମକ୍ଷେତ୍ରକୁ । ପୋଖରୀରେ ମାଛଙ୍କୁ ଖାଦ୍ୟ ଦେଇସାରି ପରିବା ଲଗାଇଥିବା ବାଡିକୁ ଯାଇ ଗଛରେ ପାଣି ଦେବା ସହ ପରିବା ତୋଳି ଥାଆନ୍ତି । ଅନ୍ୟ ଲୋକେ ବଜାରରେ ପରିବା ଓ ମାଛ ଦର ବୃଦ୍ଧିକୁ ନେଇ ଚିନ୍ତାରେ ରହୁ ଥିବାବେଳେ ତାଙ୍କର ଏ ସବୁରେ ବ୍ୟସ୍ତତା ନଥାଏ । ନିଜ ଉପରେ ଭରସା ରଖି ମାଛ ଓ ପରିବା ଚାଷ କରି ଆର୍ଥିକ ସ୍ବାବଲମ୍ବୀ ହୋଇପାରିଥିବା ଏହି ମହିଳା ହେଲେ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗରସଙ୍ଗ ଗ୍ରାମର ସୁଲୋଚନା ରାଉତ ।
୨୦୦୨ରେ ତାଙ୍କର ବିବାହ ଅଜୟ ବେହେରାଙ୍କ ସହ ହୋଇଥିଲା । ୧୦ବର୍ଷ ତଳେ ପରିବାର ଭାଗ ହୋଇଯିବାରୁ ସ୍ବାମୀ ଅଭୟ ଓ ପତ୍ନୀ ସୁଲୋଚନାଙ୍କ ଚିନ୍ତା ବଢିଥିଲା। ୨ଝିଅକୁ ପାଠ ପଢ଼ାଇ ମଣିଷ କରି ଅଣ୍ଟାସଳଖି ଚାଲିବା ଲାଗି ସୁଲୋଚନା ଅଭୟଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ଧାନଚାଷରୁ ବିଶେଷ ଲାଭ ମିଳୁ ନ ଥିବାରୁ ସେ ପ୍ରଥମେ କିଛି ଜମିକୁ ବାଡ଼ ଘେରା କରି ପରିବା ଚାଷ ଆରମ୍ଭ କରିଥିଲେ ା ଏଥିରୁ ଘର ଖର୍ଚ୍ଚ ଚଳିବା ସହ ପିଲାଙ୍କ ପାଠପଢ଼ା ପାଇଁ କଷ୍ଟେମଷ୍ଟେ ଅର୍ଥ ଯୋଗାଡ଼ ହୋଇ ପାରିଥିଲା ା ଏବେ ୨ବର୍ଷ ତଳେ ତାଙ୍କ ପଞ୍ଚାୟତକୁ ୱାଲ୍ଡଫିସ ନାମକ ସଂଗଠନ ମାଛ ଚାଷର ଜ୍ଞାନ କୌଶଳ ବତାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାକୁ ସଚେତନତା ସୃଷ୍ଟି କରିବା ଉଦ୍ୟମ କଲା ବେଳେ ଏହି ମୌକାକୁ ହାତଛଡ଼ା କରି ନ ଥିଲେ ସୁଲୋଚନା ା ନିଜେ ବାଡିରେ ଥିବା ୨ଟି ଦଳଭର୍ତ୍ତି ପୋଖରୀକୁ ସେ ପରିଷ୍କାର କରାଇ ମୌରାଳି ଓ ପହଣା ଚାଷ ଆରମ୍ଭ କରିଥିଲେ। ପ୍ରଥମ ବର୍ଷର ସଫଳତା ତାଙ୍କୁ ଉତ୍ସାହିତ କରିଥିଲା। ବର୍ଷସାରା ଘର ଖାଇବାକୁ ଛାଡି ସେ ୧୮ହଜାର ଟଙ୍କାର ଚୂନା ଓ ବଡ଼ ପହଣା ବିକ୍ରି କରିଥିଲେ ା ଏହି ସମୟ ମଧ୍ୟରେ ଉନ୍ନତ ପ୍ରଣାଳୀର ମାଛ ଚାଷର ସମସ୍ତ କୌଶଳ ଶିଖି ଅଞ୍ଚଳରେ ସେ ଚର୍ଚ୍ଚାକୁ ଆସିବା ସହ ଅନ୍ୟମାନଙ୍କ ଲାଗି ଉଦାହରଣ ପାଲଟିଛନ୍ତି। ଏପରି କି ସୁଲୋଚନା ଅନ୍ୟମାନଙ୍କ ଉପରେ ନିର୍ଭର ନ କରି ନିଜେ ଜାଲ ପକାଇ ମାଛ ଧରିବା କୌଶଳ ଶିଖି ସାରିଛନ୍ତି। ା ଉଭୟ ମାଛ ଓ ପରିବା ଚାଷ ଯୋଗୁ ତାଙ୍କୁ ବର୍ତ୍ତମାନର ମହଙ୍ଗା ବଜାର ଲାଗି ବ୍ୟସ୍ତ ହେବାକୁ ପଡୁନାହିଁ ା ସ୍ଥାନୀୟ ସରପଞ୍ଚ ସସ୍ମିତା ପଟ୍ଟନାୟକ ଓ ତାଙ୍କ ସ୍ବାମୀ ରାଜେନ୍ଦ୍ର ଦାସ ତାଙ୍କୁ ପ୍ରୋତ୍ସାହନ ଦେବା ଏବଂ ୱାଲ୍ଡଫିସ ସଂଗଠନ ଅଧିକାରୀ ଉଚିତ ପରାମର୍ଶ ଦେଇଥିବାରୁ ସୁଲୋଚନା ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି ା ସରକାରଙ୍କ ଠାରୁ ପ୍ରୋତ୍ସାହନ ମିଳିଲେ ସେ ପୋଖରୀକୁ ଆଉ ଟିକିଏ ବଡକରି ଅଧିକ ମାଛ ଚାଷ କରି ପରିବାରର ଆର୍ଥିକ ସ୍ଥିତିକୁ ଅଧିକ ମଜବୁତ କରିପାରନ୍ତେ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri