‘ଉତ୍ସବ ପ୍ରଧାନପାଟ-୨୦୨୦’ଉଦ୍‌ଘାଟିତ : ନୃତ୍ୟ ଓ ଗୀତର ତାଳେତାଳେ ଝୁମିଲେ ଦର୍ଶକ

ଦେବଗଡ, ୧୧ା୨(ଡି.ଏନ.ଏ) -ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତଥା ଦେବଗଡ ଜିଲାର ଗର୍ବ ଓ ଗୌରବ ପ୍ରଧାନପାଟ ଜଳପ୍ରପାତ ପାଦଦେଶରେ ନିର୍ମିତ ଶାଳବଣ ଘେରା ମୁକ୍ତାକାଶ ରଙ୍ଗମଞ୍ଚରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ସୋମବାର ଦେବଗଡ ଜିଲାର ସାଂସ୍କୃତିକ ମହୋତ୍ସବ ‘ଉତ୍ସବ ପ୍ରଧାନପାଟ-୨୦୨୦’ ଉଦ୍‌ଘାଟିତ ହୋଇଯାଇଛି ା ସନ୍ଧ୍ୟାରେ ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଦେବଗଡ ଏସ୍‌.ପି.ରାହୁଲ ଜୈନ, ଅତିରିକ୍ତ ଜିଲାପାଳ ଧରମ ହାଁସଦା, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭିନସେଣ୍ଟ ପୁନମକାନ୍ତ ଏକ୍କା ଓ ଦେବଗଡ ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀ ଓ ଉପ ଜିଲାପାଳ ବ୍ରଜବନ୍ଧୁ ଭୋଇ ଯୋଗଦେଇ ବାମଣ୍ଡାର କଳା ସଂସ୍କୃତି ଓ ଐତିହ୍ୟ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ ା ଏହି ଅବସରରେ ଅତିଥି ମାନେ ପ୍ରଧାନପାଟ ପର୍ଯ୍ୟଟନ ସ୍ଥଳୀର ବିକାଶ ଉପରେ ଗୁରୁତ୍ୱାରୋପ କରିବାସହ ଏତିହ୍ୟ ସମ୍ପନ୍ନ ଦେବଗଡ ଜିଲାରେ ଏଭଳି ଉଚ୍ଚସ୍ତରର ସାଂସ୍କୃତିକ ମହୋତ୍ସବ ଜିଲା, ରାଜ୍ୟ ତଥା ଦେଶର କଳା ସଂସ୍କୃତିର ବିକାଶରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ା ଉଦ୍‌ଘାଟନୀ ଉତ୍ସବକୁ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ା ଏହି ଅବସରରେ ଜିଲା ସଂସ୍କୃତି ପରିଷଦ ପକ୍ଷରୁ ଅତିଥିମାନଙ୍କୁ ଉପଢୌକନ ଓ ସ୍ମାରକୀ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ା ସଭା ପ୍ରାରମ୍ଭରେ ହେମନ୍ତ ହସ୍ତୀ ଏବଂ ସାଥୀ ମାନଙ୍କ ଦ୍ୱାରା ଆବାହନୀ ସଙ୍ଗୀତ ଗାନ କରାଯାଇଥିଲା ା ଏହି ସାଂସ୍କୃତିକ ମହୋତ୍ସବର ଉଦ୍‌ଘାଟନୀ ସନ୍ଧ୍ୟାରେ ଆସାମର କ୍ରିଷ୍ଟି ଦ୍ୱାରା ବିହୁନୃତ୍ୟ, ଗଞ୍ଜାମ ଜିଲାର ରଣପା ଓ ଯୋଡିଶଙ୍ଖ, ଭୁବନେଶ୍ୱେରର ଦିଲ ଡ୍ୟାନ୍ସ ଏକାଡେମୀ ଦ୍ୱାରା ଓଡିଶୀ ଓ ମାହାରୀ ନୃତ୍ୟ, ଜଗତସିଂପୁରର ଘୋଡାନାଚ, ନବରଙ୍ଗପୁରର ଢେମସା,ଦେବଗଡର ଏଞ୍ଜେଲ ଡ୍ୟାନ୍ସ ଗ୍ରୁପ ଓ ତିଲଇବଣି( ଦେବଗଡ ଜିଲା)ର ନୃତ୍ୟଦଳ ଦ୍ୱାରା ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଉଦ୍‌ଘୋଷକ ଉଦ୍‌ଘୋଷିକା ଭାବେ ବଂଶୀଧର ସାହୁ, ଜନ୍ମେଜୟ ନାୟକ, ବିରୁପାକ୍ଷ ପ୍ରଧାନ, ମିନାକ୍ଷୀ ଧର, ବିଦେଶୀ ସାହୁ, ପ୍ରିତମ ପ୍ରିୟ ବେହେରା, ସ୍ବସ୍ତି ସୌମ୍ୟା ଦାଶ, ସୁନିଶ୍ଚିତା ପାଢୀ ,ସୁମନ ମହାକୁଳ, ସ୍ବପ୍ନା ପୁରୋହିତ, ଜୟଶ୍ରୀ ଗଙ୍ଗଦେବ, ଖୁସି ସାହୁ, ଅଭୟ କୁମାର, ସୌମ୍ୟବ୍ରତା ଦଳବେହେରା, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉତ୍ସବ ଅବସରରେ ଓର୍‌ମାସ୍‌ ପକ୍ଷରୁ ଆକର୍ଷଣୀୟ ପଲ୍ଲିଶ୍ରୀ ମେଳା ଆୟୋଜିତ ହେଉଥିବା ବେଳେ ଜିଲାସ୍ତରୀୟ ଉନ୍ନୟନ ପ୍ରଦର୍ଶନୀ ମଧ୍ୟ ଦର୍ଶକ ଏବଂ ଜଣସାଧାରଣଙ୍କ ନିମନ୍ତେ ବେଶ ଉପଭୋଗ୍ୟ ହୋଇଥିଲା ା ଅବସରରେ ଦର୍ଶକମାନଙ୍କର ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ କ୍ଲୋଜ ସର୍କିଟ କ୍ୟାମେରା ଖଞ୍ଜାଯାଇଥିଲା ା ପ୍ରବଳ ଥଣ୍ଡା ସତ୍ତ୍ୱେ ଆଜି ହଜାର ହଜାର ଦର୍ଶକ ବିଭିନ୍ନ ନୃତ୍ୟ ଓ ଗୀତର ତାଳେତାଳେ ଝୁମି ଉଠୁଥିବା ଦେଖିବାକୁ ମିଳିଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri