Categories: ଜାତୀୟ

ଉତ୍ସବ ପାଳନ କଲା ଭାଜପା

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତି ନେଇଛି ନୂଆମୋଡ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଶିବସେନା , ଏନ୍‌ସିପି ଓ କଂଗ୍ରେସ ମେଣ୍ଟ ସରକାର ଗଢିବାକୁ ଚାହିଁ ବସିଥିବା ବେଳେ ଶନିବାର କିନ୍ତୁ ଏହାର ଓଲଟା ପରିଣତି ଦେଖାଯାଇଛି। ଶନିବାର ମହାରାଷ୍ଟ୍ର ଭାରତୀୟ ଜନତା ପାର୍ଟି(ଭାଜପା) କାର୍ଯ୍ୟଳାୟରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ୍‌। କାରଣ ଏଠାରେ ପୁଣିଥରେ ଭାଜପାର ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ଏହାକୁ ନେଇ ଭାଜପା କର୍ମୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି। କିନ୍ତୁ ଏବେ ଏହାକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କୁ ଟାର୍ଗେଟ କରିଛନ୍ତି।

Share