Categories: ଜାତୀୟ

ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଯୋଗୁ ଦିଲ୍ଲୀ ହିଂସା: ଏପ୍ରିଲ୍‌ ୧୩ରେ ଶୁଣାଣି; କେନ୍ଦ୍ରକୁ ରିପୋର୍ଟ ତଲବ

ନୂଆଦିଲ୍ଲୀ,୨୭।୨: ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଯୋଗୁ ଦିଲ୍ଲୀ ହିଂସା ହୋଇଥିବା ନେଇ ହାଇକୋର୍ଟରେ ଏକ ମାମଲା ଦାଖଲ କରାଯାଇଥିଲା। ଏହାର ବିଚାର କରି ଦିଲ୍ଲୀ ହାଇକୋର୍ଟ ଗୁରୁବାର କେନ୍ଦ୍ର ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍‌ ୧୩ରେ ହେବ ବୋଲି କୋର୍ଟ କହିଛନ୍ତି। ସେହିପରି ଜବାବ ଦାଖଲ ପାଇଁ ଦିଲ୍ଲୀ ପୋଲିସ ସମୟ ମାଗିଛି। ସୋଲିସିଟର ଜେନେରାଲ ତୁଷାର ମେହଟ୍ଟା ୩ଟି ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦାଖଲ କରି କହିଥିଲେ ଯେ, ଏଭଳି ବହୁ ଭାଷଣ ରହିଛି। ଏନେଇ ହାଇକୋର୍ଟ ସମସ୍ତ ଭାଷଣ ଦାଖଲ କରିବାକୁ କହିଛନ୍ତି।

Share