Categories: ଜାତୀୟ

ଉତ୍ତର ପ୍ରଦେଶ ସରକାରଙ୍କ ଦୀପାବଳି ଉପହାର: ଆଗୁଆ ମିଳିବ ବେତନ, ପେନ୍‌ସନ୍‌

ଲକ୍ଷ୍ନୌ,୧୩।୧୦: ଦଶହରା ପରେ ଆସୁଛି ଉତ୍ସବର ପର୍ବ ଦୀପାବଳି। ଏହାକୁ ନଜରରେ ରଖି ଉତ୍ତର ପ୍ରଦେଶର ଭାଜପା ଶାସିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ସରକାରୀ କର୍ମଚାରୀ ଓ ପେନସନ୍‌ ଉପଭୋକ୍ତାଙ୍କ ପାଇଁ ଦେଇଛନ୍ତି ବଡ ଉପହାର। ସରକାର ଘୋଷଣା କରିଛନ୍ତି କି ସମସ୍ତ ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ ଉପଭୋକ୍ତାଙ୍କୁ ଆଗୁଆ ଅକ୍ଟୋବର ମାସର ଦରମା ଓ ପେନ୍‌ସନ୍‌ ଦିଆଯିବ। ଏହା ନଭେମ୍ବର ୧ ପରିବର୍ତ୍ତେ ଦୀପାବଳିର ୨ ଦିନ ପୂର୍ବରୁ ଅର୍ଥାତ୍‌ ୨୫ ଅକ୍ଟୋବରକୁ ମିଳିଯିବ। ଏହାଦ୍ୱାରା ୨୭ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ କର୍ମଚାରୀ ଓ ପେନସନ ଉପଭୋକ୍ତା ଏହାର ଲାଭ ପାଇବେ ବୋଲି ଜଣାପଡିଛି।

Share