Categories: ଜାତୀୟ

ଉତ୍ତରପ୍ରଦେଶର ଭାଜପା ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ସ୍ବତନ୍ତ୍ର ଦେବ

ନୂଆଦିଲ୍ଲୀ, ୧୬।୭: ସ୍ବତନ୍ତ୍ର ଦେବ ସିଂହଙ୍କୁ ଉତ୍ତର ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି ଭାଜପା। ସେ ମହେନ୍ଦ୍ର ନାଥ ପାଣ୍ଡେଙ୍କ ସ୍ଥାନ ନେଇଛନ୍ତି। ସ୍ବତନ୍ତ୍ର ଦେବ ସିଂହ ଜଣେ ଟାଣୁଆ ଓବିସି ନେତା ଭାବେ ବେଶ ଜଣାଶୁଣା। ସେ ଉତ୍ତର ପ୍ରଦେଶର ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ମହାରାଷ୍ଟ୍ର ଭାଜପା ମୁଖ୍ୟ ଭାବେ ରାଜ୍ୟର ପୂର୍ତ୍ତ ବିଭାଗ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲଙ୍କୁ ନିଯୁକ୍ତ କରାଯାଇଛି।

Share