‘ଉତ୍ତମ ଜନସ୍ବାସ୍ଥ୍ୟ ସେବା ଲାଗି ବହୁମୁଖୀ ଉଦ୍ୟମ ଲୋଡ଼ା’

ଭୁବନେଶ୍ୱର,୨୪ା୨:ଉତ୍ତମ ଜନସ୍ବାସ୍ଥ୍ୟ ସେବା ପାଇଁ ବହୁମୁଖୀ ଏବଂ ବହୁବିଧ ଉଦ୍ୟମର ଆବଶ୍ୟକତା ରହିଛି। ଏଆଇପିଏଚ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଜାତୀୟ କର୍ମଶାଳାରେ ବିଶେଷଜ୍ଞମାନେ ଉତ୍ତମ ଜନସ୍ବାସ୍ଥ୍ୟ ଉପରେ ମତ ରଖିଛନ୍ତି। ଉତ୍ତମ ସ୍ବାସ୍ଥ୍ୟ ପାଇଁ ସୁସ୍ଥ ଖାଦ୍ୟ, ସୁସ୍ଥ ମୃତ୍ତିକା, ସୁସ୍ଥ ଜଳ, ବାୟୁ ଆଦି ଅପରିହାର୍ଯ୍ୟ ବୋଲି ବିଶିଷ୍ଟ ପରିବେଶବିତ ପଦ୍ମଶ୍ରୀ ରାଧାମୋହନ ଏହି ଅବସରରେ ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱ ବ୍ୟାଙ୍କର ପୂର୍ବତନ ଆର୍ଥତ୍କ ପରାମର୍ଶଦାତା ବିନୋଦ ନାୟକ ସ୍ବାସ୍ଥ୍ୟ କ୍ଷେତ୍ରରେ କ୍ଷୁଦ୍ର ଋଣ ଇନସ୍ୟୁରାନ୍ସର ଭୂମିକା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ପୁଷ୍ଟିକର ଖାଦ୍ୟ ମାଧ୍ୟମରେ ସ୍ବାସ୍ଥ୍ୟ ସୁରକ୍ଷା ଏବଂ ମିଲେଟ ମିଶନ ଉପରେ ବିଶେଷଜ୍ଞମାନେ ମତ ରଖିଥିଲେ। ମ୍ୟାଲେରିଆ ଜନିତ ମୃତ୍ୟୁକୁ ରୋକିବା ଦିଗରେ ସରକାରଙ୍କ ସହ ଅଂଶୀଦାରମାନେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ନର୍ସିଂ ନିର୍ଦ୍ଦେଶକ ଡ. ସୁଶୀଲ କର ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ କୁଳପତି ଜନ୍ମେଜୟ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ କୀର୍ତ୍ତି ପ୍ରଧାନ, ଡ.ଓମ୍‌କାର ମହାନ୍ତି, ଶ୍ରୀଜିତ ମିଶ୍ର, ପ୍ରିୟଦର୍ଶନ ପାତ୍ର, ଲୁନା ସାମନ୍ତ, ଜର୍ଜ ଟାଉନ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ପିନାକୀ ପାଣିଗ୍ରାହୀ, ଡ.ନରେନ୍ଦ୍ର କୁମାର ଜେନା, ବିଶ୍ୱବିଦ୍ୟାଳୟର ଡିନ୍‌ ଡ.କଳ୍ପନା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri