ଉତ୍କଳ ବାଳାଶ୍ରମରେ ଲାଗିଲା ସିସି କ୍ୟାମେରା

ଛତ୍ରପୁର,୧୫ା୧(ଡି.ଏନ୍‌.ଏ.)-ବ୍ରହ୍ମପୁରସ୍ଥିତ ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆଉ ୬ ଜଣଙ୍କ ପତ୍ତା ମିଳିନି। ଏହି ବାଳାଶ୍ରମ ସମେତ ଜିଲାରେ ଥିବା ବିଭିନ୍ନ ଶିଶୁ ଯତ୍ନ କେନ୍ଦ୍ରରେ କ’ଣ ସମସ୍ୟା ରହିଛି, କିପରି ସମାଧାନ ହେବ ତାହା ଉପରେ ମଙ୍ଗଳବାର ସନ୍ଧ୍ୟାରେ ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ବୈଠକରେ ସମୀକ୍ଷା ହୋଇଥିଲା। ବୈଠକରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ସମୀକ୍ଷା କରିଥିଲେ। ଉକତ୍ଳ ବାଳାଶ୍ରମରୁ ନାବାଳିକା ନିଖୋଜ ନେଇ ଜିଲାପାଳ ବିରକ୍ତି ପ୍ରକାଶ କରିଥିଲେ। ଏତେ ବଡ ଘଟଣା ସମ୍ପର୍କରେ ବିଳମ୍ବରେ ଶିଶୁ ସୁରକ୍ଷା ଅଧିକାରୀ ଜଣାଇଥିଲେ ବୋଲି ଜିଲାପାଳ କହିଛ‘ି। ଏଣିକି ଛୋଟ ଛୋଟ ଘଟଣା ଓ ସମସ୍ୟା ସମ୍ପର୍କରେ ମଧ୍ୟ ଜଣାଇବାକୁ ଜିଲାପାଳ କହିଥିଲେ। ଉକତ୍ଳ ବାଳାଶ୍ରମରେ ସିସି କ୍ୟାମେରା ଲାଗିଥିବା ସେ ସୂଚନା ଦେଇଥିଲେ। ବାଳାଶ୍ରମ ପାଚେରି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ସେଠାରେ ସିଲିଂ ଫ୍ୟାନ୍‌ ନ ରଖି ୱାଲ୍‌ ଫ୍ୟାନ୍‌ ଲଗାଇବାକୁ ବୈଠକରେ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଶାସନ ଓ ସିଡବ୍ଲ୍ୟୁସି (ଶିଶୁ କଲ୍ୟାଣ କମିଟି) ମଧ୍ୟରେ ସମନ୍ବୟ ରହୁନି। ଶିଶୁଙ୍କର ସୁରକ୍ଷା ନେଇ ଉଭୟଙ୍କ ସାମୁହିକ ଦାୟିତ୍ୱ ରହିଛି ବୋଲି ଜିଲାପାଳ କହିଥିଲେ। ଉକତ୍ଳ ବାଳାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ବିଭିନ୍ନ କାର୍ଯ୍ୟରେ ସାମିଲ କରିବାକୁ କୁହାଯାଇଛି। ଉକ୍ତ ବାଳାଶ୍ରମ ସହ ବିଭିନ୍ନ ହୋମ୍‌, ଶିଶୁ ଯତ୍ନ କେନ୍ଦ୍ରର ସୁରକ୍ଷାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ପୋଲିସ ପକ୍ଷରୁ ସେଗୁଡିକରେ ନାଇଟ୍‌ ପାଟ୍ରୋଲିଂ କରାଯିବ। ଜଣେ ସିନିୟର ଅଫିସର ଏହାର ନେତୃତ୍ୱ ନେବେ। ପ୍ରତି ୨ ଦିନକୁ ଥରେ ମହିଳା ପୋଲିସ ଅଫିସର ଆଶ୍ରମକୁ ଯାଇ ଅଧଘଣ୍ଟା ଅନ୍ତେବାସୀଙ୍କ ସହ ଆଲୋଚନା କରିବାକୁ ଜିଲାପାଳ କହିଛନ୍ତି। ବାଳିକାମାନଙ୍କୁ କାଉନସେଲିଂ କରିବା ପାଇଁ କାଉନସିଲର ପଠାଇବାକୁ ଗଞ୍ଜାମ ଓ ବ୍ରହ୍ମପୁର ଏସପିଙ୍କୁ ଚିଠି ଲେଖାଯିବ ବୋଲି ଜିଲାପାଳ କହିଥିଲେ। ସେହିପରି ବିଭିନ୍ନ ଆଶ୍ରମରେ ଅନ୍ତେବାସୀମାନଙ୍କୁ ଦକ୍ଷତା ତାଲିମ ଦେବାକୁ କୁହାଯାଇଛି। ହଷ୍ଟେଲ ପରିଚାଳନା ଠିକ୍‌ କରିବା, ପାଚେରି ସହ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା, ଖାଦ୍ୟର ମାନରେ ସୁଧାର ଆଣିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରେ ୪୦୬ ମାମଲା ପଡ଼ି ରହିଛି। ଏହା ତ୍ୱରାନ୍ବିତ ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ବୋର୍ଡରେ ପ୍ରୋବେଶନ ଅଫିସର ନ ଥିବାରୁ ସ୍ବତନ୍ତ୍ର ତଦନ୍ତ ହୋଇପାରୁନି। କୋର୍ଟରେ ନୋଟିସ୍‌ କରାଯାଉଥିବା ଲୋକ ହାଜର ହେଉ ନ ଥିବାରୁ ମଧ୍ୟ ଏପରି ସମସ୍ୟା ହେଉଥିବା କୁହାଯାଇଥିଲା। ଶ୍ରଦ୍ଧା ସଞ୍ଜିବନୀ, ବିଭିନ୍ନ ହୋମର ସ୍ଥିତି ଓ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବୈଠକରେ ଅତିରିକ୍ତ ଜିଲାପାଳ କବୀନ୍ଦ୍ର ସାହୁ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ, ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡଙ୍ଗୀ, ଜିଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, ଚାଇଲ୍ଡ ଲାଇନ୍‌ର ସୁଧୀର ସାବତ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri