ଉଠିବା ଆମେ

କରୋନା ମହାମାରୀରେ କବଳିତ ଆମ ଦେଶ। ଏହି ସମୟର ସାମ୍ପ୍ରତିକ ଘଟଣାବଳୀକୁ ନେଇ ପ୍ରସ୍ତୁତ ହୋଇଛି ଏକ ଚାରି ମିନିଟ୍‌ ଅବଧିବିଶିଷ୍ଟ ଏକ କ୍ଷୁଦ୍ର ଚଳଚ୍ଚିତ୍ର। ମୋଟ ୧୧ଟି ଭାଷାରେ ଏହାକୁ ନିର୍ମାଣ କରାଯାଇଛି। ହିନ୍ଦୀରେ ‘ଉଠେଙ୍ଗେ ହମ୍‌’, ଇଂଲିଶରେ ‘ଉଇ ଉଇଲ୍‌ ରାଇଜ୍‌’ ବ୍ୟତୀତ ଓଡ଼ିଆ ଭାଷାରେ ଏହାର ଟାଇଟଲ ରହିଛି ‘ଉଠିବା ଆମେ’। ଏଥିରେ ଲକଡାଉନ୍‌ ସମୟର ଘଟଣାବଳୀ, ପ୍ରବାସୀ ଶ୍ରମିକଙ୍କ ଜୀବନ ଏବଂ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ କଥାକୁ ଉପସ୍ଥାପନା କରିଛନ୍ତି ଏହାର ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଭାରତବାଲା। ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୪ଟି ରାଜ୍ୟରେ ଏହି ଫିଲ୍ମ ୟୁନିଟ୍‌ର ସଦସ୍ୟମାନେ ଚିତ୍ରୋତ୍ତଳନ କରି ସେଗୁଡିକୁ ବମ୍ବେରେ ଅବସ୍ଥାପିତ ଉକ୍ତ ସିନେମାର ମୁଖ୍ୟ କଣ୍ଟ୍ରୋଲ ରୁମ୍‌କୁ ପଠାଇଥିଲେ। ଖାସ୍‌ କଥା ହେଲା, ଭର୍ଚୁଆଲ୍‌ ଭାରତ ବ୍ୟାନରରେ ନିର୍ମିତ ଏହି ଚିତ୍ର ପାଇଁ ବ୍ୟାକ୍‌ଗ୍ରାଉଣ୍ଡ ଭଏସ ଦେଇଛନ୍ତି ‘ବ୍ୟାଣ୍ଡିଟ୍‌ କୁଇନ୍‌’ ପାର୍ଇ ଚର୍ଚ୍ଚିତା ଅଭିନେତ୍ରୀ ସୀମା ବିଶ୍ୱାସ। ଚଳିତ ମାସ ୪ ତାରିଖରେ ଏହାର ଏକ ୨୦ସେକେଣ୍ଡ ବିଶିଷ୍ଟ ଟିଜର ରିଲିଜ ହୋଇଥିଲା। ଏହାପୂର୍ବରୁ ଭାରତବାଲା ‘ବନ୍ଦେ ମାତରମ୍‌’ ଏବଂ ‘ଜନ ଗଣ ମନ’ ପରି ପ୍ରୋଜେକ୍ଟ ପ୍ରସ୍ତୁତ କରି ବେଶ୍‌ ପ୍ରଶଂସିତ ହୋଇଛନ୍ତି।

Share