ଇ-ଫୁ ନୁଡଲ୍ସ

ନୁଡଲ୍ସ ଏବେ ପ୍ରତିଟି ଘରେ ପସନ୍ଦ ହୋଇଛି। କମ୍‌ ସମୟ ଭିତରେ ପ୍ରସ୍ତୁତି ଓ ସୁସ୍ବାଦୁ ହୋଇଥିବାରୁ ଲୋକଙ୍କ ଆଦର ବେଶ୍‌ ଅଧିକ ଏହା ପ୍ରତି। ଆଗେ ଜଳଖିଆରେ ସାମିଲ ହେଉଥିବା ନୁଡଲ ଏବେ ମେନ୍‌ କୋର୍ସକୁ ରୂପାନ୍ତରିତ ହୋଇଗଲାଣି। ରାଜଧାନୀରେ ତ ଏବେ ମାଳ ମାଳ ରେଷ୍ଟୁରାଣ୍ଟ ଖୋଲିଲାଣି। ଭାରତୀୟ, ବହୁଦେଶୀୟ, ଇଟାଲୀୟ, ଫ୍ରେଞ୍ଚ, ଚାଇନିଜ ଆଦି ଅନେକ ଏକ୍ସକ୍ଲୁସିଭ ରେଷ୍ଟୁରାଣ୍ଟ ଖୋଲିଛି। ତେବେ ସିଆର୍‌ପି ଛକ ନିକଟରେ ‘ସିଲ୍‌ଭର ସ୍ଟିକ’ ନାମକ ଏକ ଚାଇନିଜ ରେଷ୍ଟୁରାଣ୍ଟ ବହୁ ବର୍ଷ ହେଲାଣି ରହିଛି। ଯେଉଁଠି ଅନ୍ୟ ଚାଇନିଜ ରେଷ୍ଟୁରାଣ୍ଟ ଅପେକ୍ଷା ସ୍ବତନ୍ତ୍ର ଓ ଭିନ୍ନ ଶୈଳୀର ଖାଦ୍ୟ ପରଷାଯାଉଛି। ଏହି ରେଷ୍ଟୁରାଣ୍ଟରେ ବେଶ୍‌ ଲୋକପ୍ରିୟ ହୋଇଥିବା ‘ଇ-ଫୁ’ ନୁଡଲ୍ସ ପ୍ରସ୍ତୁତି ବିଷୟରେ ସେଫ୍‌ ପୁରନ ଆଲେମଗର କହନ୍ତି, ଏହା ଅନ୍ୟ ନୁଡଲ୍ସ ଅପେକ୍ଷା ଭିନ୍ନ ଓ ସ୍ବାଦ ପୂରା ସ୍ବତନ୍ତ୍ର ଯାହା କ୍ରିସ୍ପି ରହିବ। ଏହାକୁ ଆପଣ ଖାଲିରେ କିମ୍ବା ଚିକେନ ଲଲିପପ୍‌ ସହ ଖାଇପାରିବେ । ଚିଲ୍ଲି ଚିକେନ ସହ ଖାଇବାର ସ୍ବାଦ ବି ନିଆରା…

ଆବଶ୍ୟକ ସାମଗ୍ରୀ
ଅଦା
ରସୁଣ
କଞ୍ଚାଲଙ୍କା
ନୁଡଲ୍‌ (ପତଳା)
ମଞ୍ଚୁରିଆନ ସସ୍‌
(ଅଲଗା କରି ପ୍ରସ୍ତୁତ କରିବାକୁ ହେବ)
ରିଫାଇନ୍‌ ତେଲ
ପିଆଜ
କ୍ୟାପସିକମ୍‌
ବନ୍ଧା ବା ପତ୍ର କୋବି
ଡାର୍କ ସୋୟା ସସ୍‌
ଗୋଲ ମରିଚ
ଲୁଣ
ମ୍ୟାଗି ମସଲା

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କଡେଇରେ ତେଲ ଗରମ ହୋଇଯିବା ପରେ ଅଦା, ରସୁଣ, କଞ୍ଚାଲଙ୍କା ପକାଇ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଫ୍ରାଏ କରିବାକୁ ପଡେ। ତା’ପରେ ପିଆଜ, ଗାଜର, କ୍ୟାପସିକମ୍‌ ଓ ବନ୍ଧାକୋବି ପକେଇ ୩-୫ମିନିଟ୍‌ ପର୍ଯ୍ୟନ୍ତ ନାଲି ରଙ୍ଗ ଆସିବା ଯାଏ ଫ୍ରାଏ କରାଯାଏ। ପୂର୍ବରୁ ସିଝା ହୋଇଥିବା ନୁଡଲ୍ସକୁ ସେଥିରେ ମିଶାଇ ୩ ମିନିଟ୍‌ ପର୍ଯ୍ୟନ୍ତ ଗୋଳାନ୍ତୁ। ଭଲ ଭାବେ ମିଶିଯିବା ପରେ ସେଥିରେ ଗୋଲମରିଚ ଗୁଣ୍ଡ, ଲୁଣ, ମ୍ୟାଗି ମସଲା ଓ ସୋୟା ସସ୍‌ ଏକାସାଙ୍ଗେ ପକେଇ ୩ ମିନିଟ୍‌ ପର୍ଯ୍ୟନ୍ତ ନିଆଁଠୁ ଅଳ୍ପ ଉପରକୁ ନେଇ ରଖିବାକୁ ପଡିବ। ପରେ ପୁଣି ମଞ୍ଚୁରିଆନ ସସ୍‌ ପକାଇ ତାକୁ ୨ ମିନିଟ୍‌ ପର୍ଯ୍ୟନ୍ତ ମିଶାନ୍ତୁ। ପୂର୍ବରୁ ଥିବା ଫ୍ରାଏଡ ନୁଡଲ୍ସକୁ ମିଶାଇ ୨୦-୩୦ ସେକେଣ୍ଡ ଗୋଳେଇବା ପରେ କାଢ଼ି ଦିଅନ୍ତୁ। ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଗଲା ‘ଇ-ଫୁ’ ନୁଡଲ୍ସ।


Enter your email to get our daily news in your inbox.

All Right Reserved By Dharitri.Com

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri