ଇ-ଗ୍ଲୋବ୍‌ : କୃତ୍ରିମ ହାତକୁ ଦେବ ବାସ୍ତବ ଅନୁଭବ

ନ୍ୟୁୟର୍କ: ଆମେରିକାର ପୁରଡ୍ୟୁ କଲେଜ ଅଫ ଇଞ୍ଜିନିୟରିଂର ଗବେଷକମାନେ ଏକ ଇଲେକ୍ଟ୍ରୋନିକ ଗ୍ଲୋବ୍‌(ଇ-ଗ୍ଲୋବ୍‌) ବିକାଶ କରିଛନ୍ତି, ଯାହା ପ୍ରୋସ୍ଥେଟିକ୍‌ ହ୍ୟାଣ୍ଡ୍‌ ବା ରୋବୋ ବାୟୋନିକ୍‌ ହ୍ୟାଣ୍ଡ୍‌କୁ ମଣିଷ ହାତ ସ୍ବର୍ଶର ବାସ୍ତବ ଅନୁଭବ ଦେଇପାରିବ। ଏହି ଗ୍ଲୋବ୍‌କୁ ବାୟୋନିକ ହ୍ୟାଣ୍ଡ୍‌ରେ ପିନ୍ଧିଲେ ତାହା ମଣିଷ ହାତ ଭଳି କୋମଳତା ଓ ଉଷ୍ମତା ଦେଉଛି। ଚାପ ଓ ତାପମାନକୁ ଅନୁଭବ କରିବା ସହ ଆର୍ଦ୍ରତା ବାରିପାରୁଛି। ଏହି ଗୋ୍ଲବ୍‌ରେ ସୂକ୍ଷ୍ମ ଓ ଚଳନଶୀଳ ସେନ୍‌ସର ଓ ସିଲିକନ ସର୍କିଟ ଚିପ୍ସ ଲଗାଯାଇଛି। ଏହାକୁ ସ୍ବତନ୍ତ୍ର ଭାବେ ତିଆରି କରାଯାଇଥିବା ରିଷ୍ଟ୍‌ ଓ୍ବାଚରେ ସଂଯୋଗ କରାଯାଇଛି। ପୁର୍‌ଡ୍ୟୁ କଲେଜ୍‌ ଅଫ୍‌ ଇଞ୍ଜିନିୟରିଂର ସହକାରୀ ପ୍ରାଧ୍ୟାପକ ଚି ହ୍ବାନ୍‌ ଲି ଏବଂ ତାଙ୍କ ସାଥୀ ଗବେଷକମାନେ କହିଛନ୍ତି ଯେ, ଏହି ଗ୍ଲୋବ୍‌ ପ୍ରୋସ୍ଥେଟିକ ହ୍ୟାଣ୍ଡ୍‌ ବ୍ୟବହାର କରୁଥିବା ବ୍ୟକ୍ତଙ୍କୁ ଅଧିକ ସହାୟକ ହୋଇପାରିବ । ଚଳପ୍ରଚଳ ହେବା ଭଳି ଅଙ୍ଗୁଳି ଓ କୃତ୍ରିମ ନଖ ଥିବା ଏହି ଗୋ୍ଲବ ବିଭିନ୍ନ ସ୍କିନ୍‌ଟୋନ୍‌ କଲର୍‌ରେ ବଜାରରେ ଉପଲବ୍ଧ ହେବ ବୋଲି କହିଛନ୍ତି ଗବେଷକମାନେ।

Share