Categories: ଜାତୀୟ

ଇସ୍ରୋର ମୋବାଇଲ ଲଞ୍ଚ୍‌ପ୍ୟାଡ୍‌ ଯୋଜନା

ବେଙ୍ଗାଲୁରୁ,୧୬ା୧୨: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଅନେକ ବଡ଼ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ କରିଛି। ଯଦି ସବୁକିଛି ଠିକ୍‌ ଚାଲେ ତେବେ ଆଗାମୀ ଦଶନ୍ଧିରେ ଇସ୍ରୋ ଐତିହାସିକ ସଫଳତା ହାସଲ କରିବ। ଏହି କାର୍ଯ୍ୟକ୍ରମ ମଧ୍ୟରେ ରହିଛି ପ୍ରସ୍ତାବିତ କ୍ଷୁଦ୍ର ଉପଗ୍ରହ ଉତ୍‌କ୍ଷେପଣ ଯାନ (ଏସ୍‌ଏସ୍‌ଏଲ୍‌ଭି) ପାଇଁ ଭ୍ରାମ୍ୟମାଣ ଲଞ୍ଚ୍‌ପ୍ୟାଡ୍‌। ଚାଇନା ସାମରିକ ପ୍ରଯୁକ୍ତି ବଳରେ ଏଭଳି ଲଞ୍ଚପ୍ୟାଡ଼୍‌ ବିକାଶ କରିବାର ସାମଥର୍ର୍‌ୟ ରଖିଥିବା ଗତ ସପ୍ତାହରେ ପ୍ରଦର୍ଶନ କରିଥିଲା। ତେବେ ଇସ୍ରୋ ମୁଖ୍ୟ କେ. ଶିବନ କହିଛନ୍ତି, ପ୍ରସ୍ତାବିତ ଲଞ୍ଚ୍‌ପ୍ୟାଡ୍‌ ନିର୍ମାଣରେ ସାମରିକ ପ୍ରଯୁକ୍ତି ବ୍ୟବହାର କରାଯିବ ନାହିଁ। ଆସନ୍ତା ଦଶନ୍ଧିରେ ଇସ୍ରୋ ଆଦିତ୍ୟ ମିଶନ, ଚନ୍ଦ୍ରୟାନ-୩, ଗଗନୟାନ, ନିସାର (ନାସା-ଇସ୍ରୋ ସିନ୍‌ଥେଟିକ୍‌ ଆପାରେଚର ରାଡାର) ଭଳି ଅନେକ ବଡ଼ ମିଶନ କାର୍ଯ୍ୟକାରୀ ହେବାକୁ ଯାଉଛି।

Share