ଇସ୍ରାଏଲ୍‌ରେ ୧୨ ମାସରେ ୩ ଥର ନିର୍ବାଚନ

ଜେରୁଜେଲମ୍‌,୩ା୩(ଏଏଫ୍‌ପି): ଇସ୍ରାଏଲ୍‌ରେ ୧୨ ମାସ ମଧ୍ୟରେ ତୃତୀୟ ଥର ପାଇଁ ସାଧାରଣ ନିର୍ବାଚନ ହେଉଛି। ଦେଶରୁ ରାଜନୈତିକ ସଂକଟ ଦୂର କରିବା ଲାଗି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତୃତୀୟ ଥର ନିର୍ବାଚନ ଲଢ଼ୁଛନ୍ତି। ଏଥର ଯଦି କେହି ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ସକ୍ଷମ ନ ହୁଅନ୍ତି ତେବେ ବିଜେତା ଅନ୍ୟ ଛୋଟ ଦଳଗୁଡ଼ିକୁ ନେଇ ମେଣ୍ଟ ଗଠନ ଲାଗି ଉଦ୍ୟମ କରିବେ। ଗତବର୍ଷ ଏପ୍ରିଲ ଓ ସେପ୍ଟେମ୍ବରରେ ହୋଇଥିବା ନିର୍ବାଚନରେ କେହି ମେଣ୍ଟ ଜିତିବାକୁ ସକ୍ଷମ ହୋଇ ନ ଥିଲେ।

Share